News

ପିଆଜ ଲାଗି କାନ୍ଦଣା ର ହୋଇପାରେ ସମାପ୍ତି!!

ପିଆଜ ଲାଗି କାନ୍ଦଣା ର ହୋଇପାରେ ସମାପ୍ତି!!

11 December, 2019 7:40 PM IST By: KJ Staff

ସରକାର କରୁଛନ୍ତି ୩୬୦୦୦ ମେଟ୍ରିକ ଟନ ପିଆଜ ର ଆମଦାନୀ

ଚଳିତ ବର୍ଷ ଅବିଶ୍ୱସନୀୟ ଭାବେ ବଢୁଥିବା ପିଆଜ ର ଦର ସାଧାରଣ ଜନତା ଙ୍କର ପକେଟ ଖାଲି କରିବା ସହ ଘରେ ଘରେ ଖାଦ୍ୟ ର ସ୍ୱାଦ ମଧ୍ୟ ହ୍ରାସ କରାଇଛି |ଏହି ଦର ଏବେ ଓଡ଼ିଶାର ବହୁ ଜାଗା ର ଅସ୍ୱାଭାବିକ ଭାବେ ପିଆଜ କି.ଗ୍ରା ପ୍ରତି ୧୨୦ ର ୧୫୦ ଟଙ୍କା ଛୁଇଁଛି |
ଏହାକୁ ଲକ୍ଷ କରି ଚଳିତ ବର୍ଷ ଭାରତ ରେ ହାରାହାରି ୩୬୦୦୦ ମେଟ୍ରିକ ଟନ ର ପିଆଜ ଆମଦାନୀ କରିବାକୁ ନିଷ୍ପତି ନେଇଛନ୍ତି କେନ୍ଦ୍ର ସରକାର |

୩୬୦୯୦ମେଟ୍ରିକ ଟନ ର ପିଆଜ ଇଜିପ୍ଟ ରୁ ଆସିବା ସହ ୧୫୦୦୦ ମେଟ୍ରିକ ଟନ ତୁର୍କୀ ରୁ ଆସିବାର ଯୋଜନା କରାଯାଇଛି |ସୂଚନା ଅନୁଯାୟୀ ଭାରତ କୁ ଏହିପରି ୧୯୮୭ ମେଟ୍ରିକ ଟନ ୨୦୧୬ ରେ ଥରେ ଆମଦାନୀ କରିବାକୁ ପଡିଥିଲା ବେଳେ ବର୍ତମାନ ଆମଦାନୀ ହେବାକୁ ଥିବା ୩୬୦୯୦ ଟନ ପିଆଜ , ୫ ବର୍ଷ ମଧ୍ୟରେ ହୋଇଥିବା ସର୍ବାଧିକ ପିଆଜ ଆମଦାନୀ |
ଏନେଇ ଇଜିପ୍ଟ ରୁ ପିଆଜ ଚଳିତ ମାସ ଦ୍ଵିତୀୟ ସପ୍ତାହ ରେ ହେବାକୁ ଥିଲା ବେଳେ ତୁର୍କୀ ରୁ ଏହି ମାସ ଶେଷ ମଧ୍ୟରେ ପହଞ୍ଚିବା ବୋଲି ସୂଚନା ମିଳିଛି

କେଉଁଠି କେତେ ??


ଓଡ଼ିଶାରେ ବର୍ତମାନ ପିଆଜ ଦର ୧୨୦ ରୁ ୧୫୦ ଟଙ୍କା ପ୍ରତି କି .ଗ୍ରା ରହିଛି |ବ୍ୟବସାୟୀ ଙ୍କ ଅନୁଯାୟୀ ନାସିକ ରୁ ଆସୁଥିବା ପିଆଜ ଅଧିକ ଦର ଏବଂ ଆନ୍ଧ୍ର ରୁ ଆସୁଥିବା ପିଆଜ ସାମାନ୍ୟ କମ ଦର ରେ ବିକ୍ରି ହେଉଛି |

କାହିଁକି ହେଲା ଏପରି ଅସ୍ୱାଭାବିକ ଦର ?


ଗତ କିଛି ବର୍ଷ ରେ ପିଆଜ ଦର ସର୍ବାଧିକ ୭୦ ଟଙ୍କା ପ୍ରତି କି.ଗ୍ରା ରହିଥିଲା ବେଳେ ଚଳିତ ବର୍ଷ ଏହା ୧୦୦ ଟଙ୍କା ରୁ ଉର୍ଧ୍ଵ ରହିଛି |
ବିଶେଷ କରି ଏହା ଅନିୟମିତ ମୌସୁମୀ ଏବଂ ପାଣିପାଗ ପରିବର୍ତନ ସହ ଉଚିତ ସମୟରେ ପିଆଜ ର ଉତ୍ପାଦନ ଓ ଅମଳ ନ ହୋଇପାରୁଥିବାରୁ ଏହି ପରି ପରିସ୍ତିଥି ଦେଖିବାକୁ ମିଳୁଛି |ଦେଶରେ ପିଆଜ ର ମାତ୍ରା ଖୁବ କମ ରହିଥିବାବେଳେ ଏହାର ଦର ଅସ୍ୱାଭାବିକ ବୃଦ୍ଧି ପାଇବାରେ ଲାଗିଛି |

ପିଆଜ ରେ ଏହିପରି ଦର କୁ ନେଇ ସୋସିଆଲ ମିଡ଼ିଆ ରେ ଚାଂଚଲ୍ୟ ସୃଷ୍ଟି ହୋଇଛି |ଲୋକେ କେଉଁଠି ପିଆଜ ବ୍ୟବସାୟୀ ଙ୍କୁ ଅମ୍ବାନୀ ସହ ତୁଳନା କରୁଥିବା ବେଳେ ,ସେହି ପିଆଜ କୁ ଅଳଙ୍କାର ଭାବେ ମୁଣ୍ଡ ଓ କାନ ରେ ଧାରଣ କରି ବହୁ ମହିଳା ସୋସିଆଲ ମିଡ଼ିଆ ରେ ଫୋଟୋ ଅପ୍ଲୋଡ କରିବାର ଦେଖିବାକୁ ମିଳିଛି |

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)