News

ଆସୁଛି କାଳବୈଶାଖୀ: ୧୪ ଜିଲ୍ଲାରେ ଛେଚିବ ପ୍ରବଳ ବର୍ଷା

ବିଜୁଳି ଏବଂ ଘଡ଼ଘଡ଼ି ସହିତ ଝଡ଼ିବର୍ଷା ହେବାର ସମ୍ଭାବନା .....

19 March, 2024 9:35 AM IST By: Tanushree Mahapatra

ରାଜ୍ୟରେ କାଳବୈଶାଖୀ ବର୍ଷା ଜାରି ରହିଛି ବିଭିନ୍ନ ଜିଲ୍ଲାରେ l ଘଡ଼ଘଡ଼ି ସହିତ ବର୍ଷା ହୋଇଥିବାର ଦୃଶ୍ୟମାନ ହୋଇଛି ଅନେକ ସ୍ଥାନରେ l ଓଡ଼ିଶାର ବିଭିନ୍ନ ଜିଲ୍ଲା କାଳବୈଶାଖୀର ପ୍ରଭାବକୁ ନେଇ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ । ରାଜ୍ୟର ପ୍ରାୟତଃ ୧୪ଟି ଜିଲ୍ଲାରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିବ ବୋଲି ଏହା ଆଶଙ୍କା କରିଛି ପାଣିପାଗ ବିଭାଗ ।

ବିଜୁଳି ଏବଂ ଘଡ଼ଘଡ଼ି ସହିତ ଝଡ଼ିବର୍ଷା ହେବାର ସମ୍ଭାବନା ରହିଛି l ଘଣ୍ଟା ପ୍ରତି ୪୫ରୁ ୫୫ କି.ମି ବେଗରେ ପବନ ବହିପାରେ ବର୍ଷା ସମୟରେ । ଏହି କାଳବୈଶାଖୀର ବର୍ଷା ପ୍ରଭାବକୁ ନେଇ ରାଜ୍ୟର ମୋଟ ୧୪ଟି ଜିଲ୍ଲାକୁ କଡ଼ା ଚେତାବନୀ ଜାରି କରାଯାଇଛି ଏବଂ ଏହି ଜିଲ୍ଲାଗୁଡ଼ିକୁ ଅରେଞ୍ଜ ୱାର୍ଣ୍ଣିଂ ମଧ୍ୟ ଜାରି ହୋଇଛି ।

ଏହି ଜିଲ୍ଲାମାନଙ୍କ ମଧ୍ୟରେ ମୟୁରଭଞ୍ଜ, କେନ୍ଦୁଝର, ଅନୁଗୁଳ, ନୟାଗଡ଼ , ଯାଜପୁର, ଢେଙ୍କାନାଳ ସମେତ କଟକ, ଖୋର୍ଦ୍ଧା, ଆଦି ଜିଲ୍ଲାକୁ ଚେତାବନୀ ସୂଚନା ଦିଆଯାଇଛି । ସେହିପରି ଗଞ୍ଜାମ, ବୌଦ୍ଧ, କନ୍ଧମାଳ, ସୋନପୁର, ବଲାଙ୍ଗୀର ଏବଂ କଳାହାଣ୍ଡି ଜିଲ୍ଲା ମଧ୍ୟ ଅରେଞ୍ଜ ୱାର୍ଣ୍ଣିଂ ତାଲିକାରେ ସାମିଲ ରହିଛନ୍ତି । ତେବେ ଏହି ୧୪ଟି ଜିଲ୍ଲାର ସ୍ଥାନରେ ୭ ରୁ ୧୧ ମିମି ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି । ତେବେ ଏହାବ୍ୟତୀତ ଅନ୍ୟ ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର । ତେବେ ଆସନ୍ତା ୨୨ ତାରିଖରେ ଏହି ପାଗରେ ପରିବର୍ତ୍ତନ ହୋଇପାରେ ବୋଲି କୁହାଯାଉଛି । ତେବେ ବିଭିନ୍ନ ଉପକୂଳ ରାଜ୍ୟ ଗୁଡ଼ିକରେ ଲଗାତାର କିଛିଦିନ ହେବ ବର୍ଷା ଜାରି ରହିଛି l

ପାଣିପାଗ ସୂଚନା ଦେଇ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ସୋମବାରଠାରୁ ଗୁରୁବାର ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ସହିତ ବର୍ଷା ହେବ। ତାପମାତ୍ରାରେ ପରିବର୍ତ୍ତନ ହେବ ଏବଂ ମେଘୁଆ ପାଗ ଲାଗିରହିବ। ତେବେ ଶୁକ୍ରବାରଠାରୁ ରାଜ୍ୟରେ ତାପମାତ୍ରା ପୁଣିଥରେ ବଢ଼ିବା ସହ ୨୪ ତାରିଖରେ କିଛି କିଛି ସ୍ଥାନରେ ଦିନର ସର୍ବୋଚ୍ଚ ତାପମାତ୍ରା ୩୮ ଡିଗ୍ରିରୁ ଅଧିକ ରହିବା ନେଇ ଆକଳନ ହୋଇଛି ।

Rainfall: ନିମ୍ନଧରଣର ବର୍ଷା ସତ୍ୱେ ବଢ଼ିଛି ଖରାଦିନିଆ ଚାଷ

MFOI Samridh Kisan Utsav 2024: ମହାରାଷ୍ଟ୍ର ବାରମତିରେ କିସାନ ଉତ୍ସବ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)