News

ଆମେରିକୀୟ ଓଡିଶା ସମାଜ (ଓସା) ତରଫରୁ "ଫନି " ପାଇଁ ସହାୟତା

ଆମେରିକୀୟ ଓଡିଶା ସମାଜ (ଓସା) ତରଫରୁ "ଫନି " ପାଇଁ ସହାୟତା

15 June, 2019 2:12 PM IST By: KJ Staff

ଯୁକ୍ତ ରାଷ୍ଟ୍ର ଆମେରିକାରେ ବସବାସ କରୁଥିବା ଓଡ଼ିଆ ମାନଙ୍କର ସଂଗଠନ "ଓଡିଶା ସୋସାଇଟି ଅଫ ଡ଼ ଆମେରିକାଜ "ଓସା" ସମ୍ପ୍ରତି ଓଡ଼ିଶାରେ ଘଟିଥିବା ପ୍ରଳୟଙ୍କାରୀ ବାତ୍ୟା "ଫନି "ଦ୍ୱାରା ପ୍ରଭାବିତ ଗ୍ରାମ ଓ ଜନସାଧାରଙ୍କ ସହାୟତା ନିମନ୍ତେ ଆଗଭର ହୋଇଛନ୍ତି ସଂଗଠନ ତରଫରୁ ମୋଟ ୧ କୋଟି ତାଙ୍କର ସହାୟତା ରାଶି ମଧ୍ୟରୁ କ୍ଷେତିଗ୍ରସ୍ତ ହୋଇଥିବା କିଛି ସ୍କୁଲ ର ମରାମତି ଓ ପୁନରୁଦ୍ଧାର ପାଇଁ ୫୦ ଲକ୍ଷ ତାଙ୍କ ମୁଖ୍ୟମନ୍ତ୍ରୀ ରିଲିଫ ଫାଣ୍ଡି ନିମନ୍ତେ ଗତକାଲି ମୁଖ୍ୟ ଶାସନ ସଚିବ ଶ୍ରୀ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କୁ ପ୍ରଦାନ କରାଯାଇଛି |

"ଓସା "ର ସଭାପତି ଶ୍ରୀ ଲଲାଟେନ୍ଦୁ ମହାନ୍ତି ଓ ଉପସଭାପତି ଶ୍ରୀ ସୁନୀଲ କୁମାର ପଣ୍ଡା ,ସି.ୱାଇ.ଏସ.ଡି ର ସଂସ୍ଥାପକ ତଥା ପୂର୍ବତନ ରାଜ୍ୟ ସୂଚନା କମିଶନର ଶ୍ରୀ ଜଗତାନନ୍ଦଙ୍କ ସହ ପୁରୀ ଜିଲ୍ଲା ଅନ୍ତର୍ଗତ ବ୍ରହ୍ମଗିରି ବ୍ଲକ ର ତଳମାଳ,ସତ୍ୟବାଦୀ ବ୍ଲକ ର ବିଭୁତିପୋଖରୀ ଓ ଶିଳ୍ପଗ୍ରାମ ରଘୁରାଜପୁର ଆଦି ଗସ୍ତକରି ଫନୀର ଭୟାଭହତା ହୃଦୟଙ୍କଗମ କରିଛନ୍ତି |ସେମାନେ ପୁରୀ ଜିଲ୍ଲାପାଳଙ୍କୁ ଭେଟି ,ସରକାରୀ ଜମିରେ ଘର କରିଥିବା ଲୋକମାନଙ୍କର ଘର ଯାହା ନଷ୍ଟ ହୋଇଯାଇଛି ଓ ଯେଉଁଥିରେପାଇଁ ସରକାରୀ ସହାୟତା ମିଳିନ ସମ୍ଭବ ନୁହେଁ ,ତାହାର ପୁନଃନିର୍ମାଣ ପାଇଁ ଆର୍ଥିକ ସହାୟତା ଯୋଗାଇବା ସହ ଶିଳ୍ପଗ୍ରାମର ସମସ୍ତ ୧୫୨ ଶିଳ୍ପୀ ପରିବାରକୁ ରଙ୍ଗ ,ତୁଳି ଓ ପଟ୍ଟଚିତ୍ର କରିବାପାଇଁ ଅନ୍ୟାନ୍ୟ ଉପକରଣ କ୍ରୟ ନିମନ୍ତେ ୨୦୦୦ ଟଙ୍କା ଲେଖାଏଁ ସହାୟତା ଦେବାପାଇଁ ଆଲୋଚନା କରିଛନ୍ତି |

ଏହା ବ୍ୟତୀତ ଫନୀରେ ନଡ଼ିଆ ଓ ଅନ୍ୟ ଫଳଗଛ ବ୍ୟାପକ ନଷ୍ଟ ହୋଇଥିବାରୁ ଅଧିକ ଅମଳକ୍ଷମ ନଡ଼ିଆ ଓ ଅନ୍ୟାନ୍ୟ ଫଳଚାରା ମଧ୍ୟ ଯୋଗାଇ ଦେବାର ଲକ୍ଷ ରଖାଯାଇଛି |ଏହିସବୁ କାର୍ଯ୍ୟ ଓସା ,ସି ୱାଇ.ଏସ ଡି ଓ ଅନ୍ୟାନ୍ୟ ବେସରକାରୀ ସଂଗଠନ ମାନଙ୍କ ଦ୍ୱାରା ସିଧାସଳଖ କ୍ଷେତିଗ୍ରାସ ପରିବାରକୁ ଯୋଗାଇ ଦିଆଯିବ ପାଇଁ ମନସ୍ଥ କରାଯାଇଛି ବୋଲି ସି.ୱାଇ.ଏସ.ଡି ପରିସରରେ ଆୟୋଜିତ ସମ୍ପାଦିକା ସମ୍ମିଳନୀରେ ସଂଗଠନ ସଭାପତି ଓ ଉପସଭାପତି ଜଣାଇଛନ୍ତି |

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)