News

ଓ.ଟି.ଇ.ଟି ପରୀକ୍ଷା ଲାଗି ଆଜି ହିଁ କରନ୍ତୁ ରେଜିସ୍ଟ୍ରେଶନ

ଓ.ଟି.ଇ.ଟି ପରୀକ୍ଷା ଲାଗି ଆଜି ହିଁ କରନ୍ତୁ ରେଜିସ୍ଟ୍ରେଶନ

17 July, 2019 11:37 AM IST By: KJ Staff
ଓଡିଶା ଟିଚର ଏଲିଗିବିଲିଟି ଟେଷ୍ଟ (ଓ.ଟି.ଇ.ଟି ୨୦୧୯ ) ଲାଗି ଆବେଦନ ପ୍ରକ୍ରିୟା ଗତ କଲି ଆରମ୍ଭ ହୋଇସାରିଛି |ଏହା ଦ୍ୱାରା ଓଡ଼ିଶାରେ ରେ ଶିକ୍ଷକ /ଶିକ୍ଷୟତ୍ରୀ ଙ୍କ ନିଯୁକ୍ତି ଲାଗି ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ କରାଯାଇ ଉତ୍ତୀର୍ଣ ହେଉଥିବା ପରୀକ୍ଷାର୍ଥୀଙ୍କୁ ନିଯୁକ୍ତି ପ୍ରଦାନ କରାଯିବ |ଏହି ପରୀକ୍ଷା ଲାଗି ଜୁଲାଇ ୨୬ ଅପରାହ୍ନ ୫ ଟା ଯାଏ ଆବେଦନ କରିପାରିବେ ଏବଂ ଏହା ଲାଗି ଜୁଲାଇ ୨୯ ଅପରାହ୍ନ ୪ ଟା ଯାଏ ଟଙ୍କା ଜମା କରିପାରିବେ |

ଏହି ପରୀକ୍ଷା ରେ ୨ ଟି ଭାଗ ବା ପେପର ରହିବ |ପରୀକ୍ଷାର୍ଥୀ ପ୍ରଥମ ବା ଦ୍ଵିତୀୟ ବା ଉଭୟ ପେପେର ରେ ନିଜର ଯୋଗ୍ୟତା କୁ ଦୃଷ୍ଟି ରେ ରଖି ପରୀକ୍ଷା ଦେଇପାରିବେ |ଉଭୟ ପେପର ଲାଗି ଆବେଦନ କରୁଥିବା ପରୀକ୍ଷାର୍ଥୀଙ୍କୁ ୨ ଟି ପେପେର ଲାଗି ଅନ୍ୟତ୍ର ଭାବେ ପରୀକ୍ଷା ରାଶି ଜମା କରିବାକୁ ପଡିବ |ଯେଉଁ ପରୀକ୍ଷାର୍ଥୀ ମାନେ ୨୦୧୮ ରେ ଏହି ପରୀକ୍ଷା ଲାଗି ଆବେଦନ କରିଥିଲେ ସେମାନଙ୍କୁ ପୁନଃ ଆବେଦନ ପତ୍ର ପୁରଣ କରିବାକୁ ଅନୁରୋଧ କରାଯାଉଛି |ପୁନଃ ଆବେଦନ କରୁଥିବା ପରୀକ୍ଷାର୍ଥୀଙ୍କୁ ଅତିରିକ୍ତ ଟଙ୍କା ଜମା କରିବାକୁ ପଡିବ ନାହିଁ |ପୁନଃ ଆବେଦନ ନ କରିଲେ ପରୀକ୍ଷା ଦେଇପାରିବେ ନାହିଁ |

ଉଚ୍ଚ ଶିକ୍ଷା ପରିଷଦ ପକ୍ଷରୁ ପରୀକ୍ଷା ର ସମୟ ଏବଂ ଦିନ ନିର୍ଧାରଣ କରି ୱେବସାଇଟ ରେ ଉପଲବ୍ଧ କରାଯିବ |


କିପରି ରହିବ ପ୍ରଶ୍ନ ପତ୍ର ?


ଉଭୟ ପେପେର ୨.୫ ଘଣ୍ଟା ଲାଗି ଅନୁଷ୍ଠିତ ହେବ |ସମସ୍ତ ପ୍ରଶ୍ନ ଏମ.ସି.କ୍ୟୁ ଭାବେ ପଚରାଯାଇଥିବ ଏବଂ ୪ ଟି ବିକଳ୍ପ ମଧ୍ୟରୁ ସଠିକ ଉତ୍ତର ବାଛିବାକୁ ପଡିବ | ପ୍ରଥମ ପେପେର ଓଡ଼ିଆ ,ହିନ୍ଦୀ ,ତେଲୁଗୁ ,ଉର୍ଦୁ ଏବଂ ବେଙ୍ଗଲୀ ରେ ଦେଖିବାକୁ ମିଳିବ|ଦ୍ଵିତୀୟ ପେପେର କେବଳ ଇଂଗ୍ରେଜୀ ରେ ରହିବ|ଏହା ଲାଗି କୌଣସି ନେଗେଟିଭ ମାର୍କ ରହିବ ନାହିଁ |

ପରୀକ୍ଷା ଲାଗି ନିବେଦନ କରିବାକୁ ହେଲେ http://bseodisha.nic.in/ ୱେବସାଇଟ ରେ କରିପାରିବେ|

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)