News

ଓୟୁଏଟି କୁଳପତି ନିଯୁକ୍ତି ପ୍ରକ୍ରିୟା …

ଓୟୁଏଟି କୁଳପତି ନିଯୁକ୍ତି ପ୍ରକ୍ରିୟା …

01 May, 2019 3:25 PM IST By: KJ Staff

କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ର ନୂତନ କୁଳପତି ନିଯୁକ୍ତି ପାଇଁ ମନୋନୟନ କମିଟି ପକ୍ଷରୁ ତିନି ଜଣିଆ ତାଲିକା କୁଳାଧିପତି ତଥା ରାଜ୍ୟପାଳଙ୍କୁ ପ୍ରଦାନ କରାଯାଇଥିଲା |ବୁଧବାର ଏହି ତିନି ଶିକ୍ଷାବିତ ଙ୍କ ବ୍ୟକ୍ତିଗତ ସାକ୍ଷାତ କୁଳାଧିପତି ତଥା ରାଜ୍ୟପାଳ ପ୍ରଫେସର ଗଣେଶି ଲାଲ ନେବାର କାର୍ଯ୍ୟକ୍ରମ ରହିଛି |ସାକ୍ଷାତ ପରେ ନୂତନ କୁଳପତି ଙ୍କ ନାମ ରାଜଭବନ ତରଫରୁ ଘୋଷଣା ହେବାର ସମ୍ଭାବନା ଅଛି |

ସୂଚନାଯୋଗ୍ୟ ପୂର୍ବତନ ମୁଖ୍ୟ ଶାସନ ସଚିବ ଯୁଗଳ ମହାପାତ୍ରଙ୍କ ଅଧ୍ୟକ୍ଷରେ ଏହି ମନୋନୟନ ବୈଠକ କରାଯାଇଥିଲା |କମିଟିରେ କୃଷି ବିଭାଗ ସଚିବ ଆବାହକ ଥିଲା ବେଳେ ଓୟୁଏଟି ର ପୂର୍ବତନ କୁଳପତି ଡି.କେ.ପ୍ରଧାନ ଏହି କମିଟି ସଦସ୍ୟ ରହିଛନ୍ତି |ନୂତନ କୁଳପତି ପଦପି ଲାଗି ମୋଟ ୭୬ ଜଣ ପ୍ରଫେସର ଓ ଶିକ୍ଷାବିତ ଆବେଦନ କରିଥିଲେ |ସେଥିମଧ୍ୟରୁ ଓୟୁଏଟି ର ୫୯ ଜଣ ଶିକ୍ଷାବିତ ଓ ପ୍ରଫେସର ଆବେଦନ କରିଥିଲେ |ଧାର୍ଯ୍ୟ ମାପଦଣ୍ଡ ଓ ବ୍ୟକ୍ତିଗତ ସାକ୍ଷାତ ପରେ ୩ ଜଣଙ୍କ ନାମ ମନୋନୟନ କମିଟି ଚୂଡାନ୍ତ କରିଥିଲେ |

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)