News

ଆୟୁଷ୍ମାନ ଭାରତ ଡିଜିଟାଲ୍ ମିଶନ୍ ରେ,୪ କୋଟିରୁ ଅଧିକ ସ୍ୱାସ୍ଥ୍ୟ ରେକର୍ଡ

ଆୟୁଷ୍ମାନ ଭାରତ ଡିଜିଟାଲ୍ ମିଶନ୍ (ଏବିଡିଏମ୍‌) ଅଧୀନରେ ନାଗରିକ ମାନଙ୍କର ୪ କୋଟିରୁ ଅଧିକ ସ୍ୱାସ୍ଥ୍ୟ ରେକର୍ଡ ଡିଜିଟାଲ ହୋଇଛି ଏବଂ ସେମାନଙ୍କର ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଆକାଉଂଟ (ଏବିଏଚ୍‌ଏ) ସହିତ ସଂଯୁକ୍ତ ହୋଇଛି l

18 December, 2022 4:35 PM IST By: Tanushree Mahapatra

ଆୟୁଷ୍ମାନ ଭାରତ ଡିଜିଟାଲ୍ ମିଶନ୍ (ଏବିଡିଏମ୍‌) ଅଧୀନରେ ନାଗରିକ ମାନଙ୍କର ୪ କୋଟିରୁ ଅଧିକ ସ୍ୱାସ୍ଥ୍ୟ ରେକର୍ଡ ଡିଜିଟାଲ ହୋଇଛି ଏବଂ ସେମାନଙ୍କର ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଆକାଉଂଟ (ABHA) ସହିତ ସଂଯୁକ୍ତ ହୋଇଛି l  ନାଗରିକମାନେ ଯେକୌଣସି ସମୟରେ, ଯେକୌଣସି ସ୍ଥାନରେ ସେମାନଙ୍କର ଡିଜିଟାଲ୍ ସ୍ୱାସ୍ଥ୍ୟ ରେକର୍ଡ ଗୁଡିକୁ ଦେଖି ପାରିବେ ଏବଂ ପରିଚାଳନା କରିପାରିବେ ଏବଂ ଏବିଡିଏମ୍ ଅଧୀନରେ କାଗଜରହିତ ଡିଜିଟାଲ୍ ସ୍ୱାସ୍ଥ୍ୟ ସେବା ପାଇ ପାରିବେ l

ଆୟୁଷ୍ମାନ ଭାରତ ଡିଜିଟାଲ୍ ମିଶନ୍ (ଏବିଡିଏମ୍‌) ଦେଶ ପାଇଁ ଏକ ବ୍ୟାପକ ଡିଜିଟାଲ୍ ସ୍ୱାସ୍ଥ୍ୟ ବ୍ୟବସ୍ଥା ନିର୍ମାଣରେ ନିରନ୍ତର ଭାବେ ଅଗ୍ରଗତି କରୁଛି । ଲୋକ ମାନଙ୍କର ଏବିଏଚ୍‌ଏ  ଆକାଉଂଟ ସହିତ ୪ କୋଟିରୁ ଅଧିକ ଡିଜିଟାଲ୍ ସ୍ୱାସ୍ଥ୍ୟ ରେକର୍ଡ ଯୋଡି ଏହି ଯୋଜନା ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟ ଅତିକ୍ରମ କରିଛି । ୨୯ କୋଟିରୁ ଅଧିକ ନାଗରିକ ଏପର୍ଯ୍ୟନ୍ତ ସେମାନଙ୍କର ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଆକାଉଂଟସ (ଏବିଏଚ୍‌ଏ) ଖୋଲିଛନ୍ତି ।

ନାଗରିକ ମାନଙ୍କର ସ୍ୱାସ୍ଥ୍ୟ ରେକର୍ଡ ସେମାନଙ୍କର ଏବିଏଚ୍‌ଏ ଆକାଉଂଟ ସହିତ ଡିଜିଟାଲ୍ ଭାବେ ସଂଯୁକ୍ତ, ନାଗରିକମାନେ ନିଜର ସୁବିଧା ଅନୁଯାୟୀ ଏହି ରେକର୍ଡ ଗୁଡିକୁ ଦେଖି ପାରିବେ ଏବଂ ପରିଚାଳନା କରିବାରେ ସମର୍ଥ ହେବେ । ଏହା ନାଗରିକ ମାନଙ୍କୁ ବିଭିନ୍ନ ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀ ମାନଙ୍କ ମଧ୍ୟରେ ଏକ ବ୍ୟାପକ ଚିକିତ୍ସା ଇତିହାସ ସୃଷ୍ଟି କରିବାକୁ ସକ୍ଷମ କରିଥାଏ ।  ଯାହା ଦ୍ୱାରା ଚିକିତ୍ସା ସମ୍ପର୍କିତ ନିଷ୍ପତ୍ତି ନେବାରେ ଉନ୍ନତି ହୋଇଥାଏ । ଅଧିକନ୍ତୁ, ନାଗରିକମାନେ ଡିଜିଟାଲ୍ ଭାବରେ ଏବିଡିଏମ୍ ପଞ୍ଜିକୃତ ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀ ମାନଙ୍କ ସହିତ ପ୍ରାସଙ୍ଗିକ ସ୍ୱାସ୍ଥ୍ୟ ରେକର୍ଡ ମଧ୍ୟ ବାଂଟି ପାରିବେ ।

ସ୍ୱାସ୍ଥ୍ୟ ରେକର୍ଡକୁ ଡିଜିଟାଲକରଣ କରିବାରେ ଏବିଡିଏମ୍‌ର ଭୂମିକା ବିଷୟରେ ବର୍ଣ୍ଣନା କରି ଏନ୍‌ଏଚ୍‌ଏର ସିଇଓ ଡକ୍ଟର ଆର ଏସ୍ ଶର୍ମା କହିଛନ୍ତି - “ଏବିଡିଏମ୍ ପାଇଁ କାର୍ଯ୍ୟକାରୀ ସଂସ୍ଥା ଭାବରେ, ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣ ବିଭିନ୍ନ ହିତାଧିକାରୀ ମାନଙ୍କଙ୍କ ସହ ମିଳିତ ଭାବରେ କାର୍ଯ୍ୟ କରୁଛି ଯାହା ଦ୍ୱାରା ଡିଜିଟାଲ୍ ସ୍ୱାସ୍ଥ୍ୟ ସେବାର ଲାଭ ଅଧିକରୁ ଅଧିକ ନାଗରିକ ମାନଙ୍କୁ ମିଳି ପାରିବ । ନାଗରିକ ସ୍ୱାସ୍ଥ୍ୟ ରେକର୍ଡ ଗୁଡିକର ଡିଜିଟାଲୀକରଣକୁ ଅଧିକ ପ୍ରୋତ୍ସାହିତ କରିବା ପାଇଁ ଆମେ ଅନେକ ସ୍ୱାସ୍ଥ୍ୟ ସୁବିଧା ଯଥା ହସ୍ପିଟାଲ୍‌, କ୍ଲିନିକ୍‌, ଡାଇଗ୍ନୋଷ୍ଟିକ୍ ଲ୍ୟାବ୍ ଇତ୍ୟାଦି ପାଇଁ ଏକ ପ୍ରୋତ୍ସାହନ ଯୋଜନା ଆରମ୍ଭ କରିବାକୁ ଯୋଜନା କରୁଛୁ । ଆମେ ମଧ୍ୟ ବିଭିନ୍ନ ସ୍ୱାସ୍ଥ୍ୟ ଲକର ଆପ୍ଲିକେସନ୍ ଗୁଡ଼ିକୁ ଏବିଡିଏମ୍ ସହିତ ଏକୀକୃତ କରିବାକୁ ଉତ୍ସାହିତ କରୁଛୁ ଯାହା ଦ୍ୱାରା ନାଗରିକମାନେ ସେମାନଙ୍କର ଡିଜିଟାଲ୍ ରେକର୍ଡ ସଂରକ୍ଷଣ ଏବଂ ପରିଚାଳନା ପାଇଁ ଅଧିକ ବିକଳ୍ପ ପାଇ ପାରିବେ । ”

ଆହୁରି ମଧ୍ୟ ସେ କହିଛନ୍ତି ଯେ - “ସ୍ୱାସ୍ଥ୍ୟ ରେକର୍ଡର ଡିଜିଟାଲୀକରଣ ଉପରେ ନିରନ୍ତର ଧ୍ୟାନ ଦେବା ସହିତ, ଆମେ କାଗଜରହିତ ଚିକିତ୍ସା ପରାମର୍ଶ ହାସଲ କରିବା ଏବଂ ଏହା ଦ୍ୱାରା ରୋଗୀ ଏବଂ ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀଙ୍କ ମଧ୍ୟରେ ପ୍ରତ୍ୟେକ କାରବାରରେ ଅଧିକ ସଠିକତା ହାସଲ କରିବାକୁ ଲକ୍ଷ୍ୟ ରଖିଛୁ ।”

ରାଜ୍ୟ ସରକାରଙ୍କ ସହଯୋଗରେ ଏବିଏଚ୍‌ଏ ସହିତ ବ୍ୟକ୍ତିଗତ ସ୍ୱାସ୍ଥ୍ୟ ରେକର୍ଡ ଗୁଡିକର ଏହି ଡିଜିଟାଲ୍ ସଂଯୋଗ ଦେଶର ବିଭିନ୍ନ ସ୍ୱାସ୍ଥ୍ୟ ସୁବିଧା ମଧ୍ୟରେ ବ୍ୟାପକ ଭାବରେ ଚାଲିଛି । ଏବିଏଚ୍‌ଏ ସହିତ ସଂଯୁକ୍ତ ସ୍ୱାସ୍ଥ୍ୟ ରେକର୍ଡରେ ଅଗ୍ରଣୀ ଯୋଗଦାନକାରୀ ମାନଙ୍କ ମଧ୍ୟରେ  ଆନ୍ଧ୍ରପ୍ରଦେଶ ସରକାର, ଆୟୁଷ୍ମାନ ଭାରତ ପିଏମ୍ - ଜେଏୱାଇ, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅଧୀନରେ ପ୍ରଜନନ ଏବଂ ଶିଶୁ ସ୍ୱାସ୍ଥ୍ୟ (RCH ) ଯୋଜନା, ଇ ହସ୍ପିଟାଲ ଏବଂ କୋଇନ୍ ଅନ୍ତର୍ଭୁକ୍ତ ।

ଦେଶର ଆବଶ୍ୟକତା ପୂରଣ ପାଇଁ ଯଥେଷ୍ଟ ଖାଦ୍ୟ ଶସ୍ୟ ଅଛି

ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଶ୍ରୀ ଭୁପେନ୍ଦରଙ୍କ ର ଜୈବ ବିବିଧତା ସମ୍ମିଳନୀରେ ଜାତୀୟ ବିବୃତ୍ତି

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)