News

ଦେଶରେ ୭୫ ହଜାରରୁ ଅଧିକ ଷ୍ଟାର୍ଟଅପ୍‌କୁ ମିଳିଛି ମାନ୍ୟତା

ପ୍ରମୁଖ ମାଇଲ୍ ଖୁଣ୍ଟ ଅତିକ୍ରମ କରିଛି ଆମ ଆମ ଦେଶ । ୭୫ ହଜାରରୁ ଅଧିକ ଷ୍ଟାର୍ଟଅପ୍‌କୁ ମିଳିଛି ମାନ୍ୟତା ।

03 August, 2022 4:35 PM IST By: Shuvanshu Kar

ବିଶ୍ବରେ ଷ୍ଟାର୍ଟଅପ(Startups) ହବ ଦିଗରେ ଆଗକୁ ବଢୁଛି ଭାରତ । ଏହି ଦିଗରେ ପ୍ରମୁଖ ମାଇଲ୍ ଖୁଣ୍ଟ ଅତିକ୍ରମ କରିଛି ଆମ ଆମ ଦେଶ । ୭୫ ହଜାରରୁ ଅଧିକ ଷ୍ଟାର୍ଟଅପ୍‌(Startups)କୁ ମିଳିଛି ମାନ୍ୟତା । ଏହି ସଂଖ୍ୟା ନବସୃଜନ ଏବଂ ବିକାଶ ଗତିଶୀଳତାର ପରିକଳ୍ପିତ ଶକ୍ତିର ପ୍ରମାଣ ଦେଇଥାଏ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋୟଲ ।

କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋୟଲ କହିଛନ୍ତି, ଏହି ସଂଖ୍ୟା ପରିକଳ୍ପିତ ଶକ୍ତିର ପ୍ରମାଣ ଦେଇଥାଏ । ଏହା ଏମିତି ଏକ ପରିକଳ୍ପନା, ଯାହା ନବସୃଜନ ଏବଂ ଉଦ୍ୟମିତା ଆଧାରିତ ବିକାଶ ସମ୍ପର୍କିତ ଅଟେ ବୋଲି ସେ ଗୁରୁତ୍ୱ ଦେଇ କହିଥିଲେ ।

ଉଦ୍ୟୋଗ ଏବଂ ଆନ୍ତରୀଣ ବ୍ୟାପାର ସମ୍ବର୍ଦ୍ଧନ ବିଭାଗ (DPIIT) ୭୫ ହଜାରରୁ ଅଧିକ ଷ୍ଟାର୍ଟଅପ୍‌ସକୁ ମାନ୍ୟତା ପ୍ରଦାନ କରିଛି, ଯାହା ସ୍ୱାଧୀନତାର ୭୫ ବର୍ଷ ହେବା କ୍ରମରେ ଏକ ମାଇଲ୍ ଖୁଣ୍ଟ ଅଟେ । ଭାରତ ଯେତେବେଳେ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରୁଛି, ସେତେବେଳେ ନବସୃଜନ, ଉତ୍ସାହ ଏବଂ ଉଦ୍ୟମୀ ଭାବନା ଭାରତୀୟ ଷ୍ଟାର୍ଟ ଅପ୍‌ସ ପାରିବେଶିବ ବ୍ୟବସ୍ଥାକୁ କ୍ରମାଗତ ଭାବେ ଗତି ପ୍ରଦାନ କରୁଛି ।

୧୫ ଅଗଷ୍ଟ, ୨୦୧୫ରେ ଲାଲ୍‌କିଲ୍ଲାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ୱାଧୀନତା ଦିବସ ଅବସରରେ ନିଜ ସମ୍ବୋଧନରେ ଏକ ନୂତନ ଭାରତର ପରିକଳ୍ପନା କରିଥିଲେ, ଯାହା ଦେଶବାସୀଙ୍କର ଉଦ୍ୟମଶୀଳତା କ୍ଷମତାକୁ ଜାଗ୍ରତ କରିଥିଲା । ପରବର୍ତୀ ବର୍ଷ ଜାନୁଆରୀ ୧୬ରେ, ଯାହାକୁ ଏବେ ଜାତୀୟ ଷ୍ଟାର୍ଟଅପ ଦିବସ ରୂପରେ ଘୋଷିତ କରି ଦିଆ ଯାଇଛି, ସେହି ଦିନ ଦେଶରେ ଷ୍ଟାର୍ଟଅପ ଏବଂ ନବସୃଜନକୁ ସହାୟତା କରିବା ପାଇଁ ଏକ ସୁଦୃଢ଼ ପାରିବେଶିକ ବ୍ୟବସ୍ଥାର ନିର୍ମାଣ କାର୍ଯ୍ୟ ଯୋଜନା ଆରମ୍ଭ କରା ଯାଇଥିଲା ।

ଆର୍ଥିକ ସହାୟତାରୁ ଆରମ୍ଭ କରି ଆକର୍ଷକ କର ସୁବିଧା ପର୍ଯ୍ୟନ୍ତ, ବୌଦ୍ଧିକ ସମ୍ପତି ଅଧିକାରର ସମର୍ଥନ ଠାରୁ ନେଇ ସରଳ ସାର୍ବଜନିନ କ୍ରୟ ପର୍ଯ୍ୟନ୍ତ, ସୁଗମତା ନିମନ୍ତେ ନିୟମ ଗୁଡିକରେ ସୁଧାର କରିବା ଠାରୁ ଆରମ୍ଭ କରି ଅର୍ନ୍ତରାଷ୍ଟ୍ରୀୟ ଉତ୍ସବ ଏବଂ କାର୍ଯ୍ୟକ୍ରମରେ ଭାଗ ନେବା ପର୍ଯ୍ୟନ୍ତ , ଷ୍ଟାର୍ଟ - ଅପ୍ ଇଣ୍ଡିଆ କାର୍ଯ୍ୟକ୍ରମ ସମସ୍ତ ପ୍ରକାରର ସ୍ଥାୟୀ ଆର୍ଥିକ ବିକାଶର ଅଂଶ ହୋଇ ଯାଇଛି ।

ମୋଟ୍ ମାନ୍ୟତାପ୍ରାପ୍ତ ଷ୍ଟାର୍ଟ ଅପ୍‌ସ ମଧ୍ୟରୁ ପାଖାପାଖି ୧୨ ପ୍ରତିଶତ ଆଇଟି ସେବା କ୍ଷେତ୍ରର ହୋଇଥିବା ବେଳେ, ୯% ସ୍ୱାସ୍ଥ୍ୟ ସୁବିଧା ଏବଂ ଜୀବ ବିଜ୍ଞାନ କ୍ଷେତ୍ରର, ୭% ଶିକ୍ଷା କ୍ଷେତ୍ରର, ୫% ପ୍ରତିଶତ ବୃତିଗତ ଏବଂ ବାଣିଜ୍ୟିକ ସେବା କ୍ଷେତ୍ରର ଏବଂ ୫% କୃଷି ଆବଶ୍ୟକତା ଗୁଡିକ ସହିତ ସମ୍ବନ୍ଧିତ ଅଟେ । ଭାରତୀୟ ଷ୍ଟାର୍ଟ - ଅପ୍ ପାରିବେଶିକ ବ୍ୟବସ୍ଥା ୭.୪୬ ଲକ୍ଷ ନିଯୁକ୍ତି ସୃଷ୍ଟି କରିଛି, ଏବଂ ଏଥିରେ ବିଗତ ୬ ବର୍ଷ ମଧ୍ୟରେ ବାର୍ଷିକ ୧୧୦ ପ୍ରତିଶତର ବୃଦ୍ଧି ଘଟିଛି । ବାସ୍ତବରେ , ଆମର ମୋଟ ଷ୍ଟାର୍ଟ - ଅପ୍‌ସ ମଧ୍ୟରୁ ୪୯ ପ୍ରତିଶତ ଟାୟାର –୨ ସହରରୁ ଏବଂ ଟାୟାର –୩ ସହରରୁ ଅଟେ, ଯାହା ଆମ ଦେଶର ଯୁବକମାନଙ୍କର ଦୃଢ଼ କ୍ଷମତାର ପରିଚାୟକ ଅଟେ ।

ଇସ୍ରୋ ସହିତ ୬୦ଟି ଷ୍ଟାର୍ଟଅପ୍ ପଞ୍ଜୀକୃତ କରିଛନ୍ତି ସରକାର

ଷ୍ଟାର୍ଟଅପ୍‌ସ ଫର ରେଲୱେଜ ଆରମ୍ଭ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)