News

Padma Shri Kamala Pujari :ସୁସ୍ଥ ହୋଇ ଫେରିଲେ ପଦ୍ମଶ୍ରୀ କମଳା ପୂଜାରୀ

ଏବେ ସୁସ୍ଥ ହୋଇ କୋରାପୁଟରେ ପହଞ୍ଚିଲେ ପଦ୍ମଶ୍ରୀ କମଳା ପୂଜାରୀ । କଟକ ବଡ ମେଡିକାଲରରୁ ସ୍ଵତନ୍ତ୍ର ଆମ୍ବୁଲାନ୍ସ ଯୋଗେ ସେ କୋରାପୁଟରେ ପହଞ୍ଚିଛନ୍ତି ।

30 August, 2022 3:18 PM IST By: Sudesna Nayak

ଏବେ ସୁସ୍ଥ ହୋଇ କୋରାପୁଟରେ ପହଞ୍ଚିଲେ ପଦ୍ମଶ୍ରୀ କମଳା ପୂଜାରୀ (Padma Shri Kamala Pujari )। କଟକ ବଡ ମେଡିକାଲରରୁ ସ୍ଵତନ୍ତ୍ର ଆମ୍ବୁଲାନ୍ସ ଯୋଗେ ସେ କୋରାପୁଟ (koraput)ରେ ପହଞ୍ଚିଛନ୍ତି ।

ସୂଚନା ଥାଉ କି, ଏହି ଅବସରରେ ସେ ତାଙ୍କର ସମସ୍ତ ଶୁଭ ଚିନ୍ତକମାନଙ୍କୁ ଧନ୍ୟବାଦ ଜଣାଇବା ସହ ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ଏବଂ ଘରକୁ ଫେରୁଥିବାରୁ ଖୁସି ଅନୁଭବ କରୁଛନ୍ତି ବୋଲି ମଧ୍ଯ ପଦ୍ମଶ୍ରୀ କମଳା ପୂଜାରୀ (Padma Shri Kamala Pujari) କହିଛନ୍ତି ।

କୃଷି କ୍ଷେତ୍ରରେ ମହତ୍ବପୂର୍ଣ୍ଣ ଅବଦାନ ନେଇ କମଳା ପୂଜାରୀଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ କରିଥିଲେ ସରକାର । କୋରାପୁଟ ଜିଲ୍ଲାର ଆଦିବାସୀ ମହିଳା ଅଟନ୍ତି କମଳା ପୂଜାରୀ । ପଦ୍ମଶ୍ରୀ କମଳା ପୂଜାରୀ (Padma Shri Kamala Pujari) ଲୁପ୍ତପ୍ରାୟ ଧାନ ବିହନକୁ ସଂରକ୍ଷିତ କରିବା ସହିତ ତାକୁ ଜୈବିକ ପ୍ରଣାଳୀରେ ଚାଷ (Organic Farming) କରି ଚର୍ଚ୍ଚାକୁ ଆସିଥିଲେ ।

ପ୍ରକାଶ ଥାଉ ଯେ, ଶିକ୍ଷାରୁ ବଞ୍ଚିତ ସତ୍ତ୍ବେ କମଳା ପୂଜାରୀ (kamala pujari)୧୦୦ରୁ ଅଧିକ କିସମର ଧାନକୁ ସଂରକ୍ଷିତ ରଖି ଜୈବିକ ଉପାୟରେ ଏହାକୁ ଚାଷ କରୁଥିଲେ । ରାସାୟନିକ ସାର ବଦଳରେ ଜୈବିକ ପ୍ରକ୍ରିୟାରେ ଚାଷ (Organic Farming)କରିବାକୁ ସ୍ଥାନୀୟ ଅଞ୍ଚଳର ଲୋକମାନଙ୍କୁ ସଚେତନ କରାଇ ଆସୁଛନ୍ତି କମଳା ।

ଅସୁସ୍ଥ ଅଛନ୍ତି ପଦ୍ମଶ୍ରୀ କମଳା ପୂଜାରୀ

weather update in odisha: ବଢ଼ୁଛି ଦିନ ତାତି

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)