News

ନିଶ୍ଚିହ୍ନ ହେବ କି ତାଳଗଛ ???

ସାଧାରଣତଃ ବିଭିନ୍ନ ପ୍ରକାରର ପରିବେଶଗତ କାରଣରୁ ତାଳଗଛକୁ ଲଗାଯାଏ l ମୃତ୍ତିକା କ୍ଷୟ, ବନ୍ୟା, ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟଗୁଡ଼ିକୁ ରୋକିବାକୁ ହେଉ କିମ୍ବା ପରିବେଶର ସନ୍ତୁଳନ ବଜାୟ ରଖିବା ପାଇଁ ହେଉ ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳରେ ଲଗାଯାଇଥାଏ l ଖୁବ ଶୀଘ୍ର ଓଡ଼ିଶାରୁ ଏହି ତାଳଗଛର ମୂଳ ଉଠିବାକୁ ଯାଉଛି l ବ୍ୟକ୍ତିଗତ ମାଲିକାନାରେ ରହିଥିବା ତାଳଗଛ କଟା ଯିବା ସହିତ ସରକାରୀ ଜମିରେ ଥିବା ଗଛ ମଧ୍ୟ ବାଦ ପଡ଼ୁନାହିଁ ଏହି ଷଡ଼ଯନ୍ତ୍ରରୁ l

15 February, 2021 12:48 PM IST By: Sugyan Kumar Nayak

ସାଧାରଣତଃ ବିଭିନ୍ନ ପ୍ରକାରର ପରିବେଶଗତ କାରଣରୁ ତାଳଗଛକୁ ଲଗାଯାଏ l ମୃତ୍ତିକା କ୍ଷୟ, ବନ୍ୟା, ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟଗୁଡ଼ିକୁ ରୋକିବାକୁ ହେଉ କିମ୍ବା ପରିବେଶର ସନ୍ତୁଳନ ବଜାୟ ରଖିବା ପାଇଁ ହେଉ ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳରେ ଲଗାଯାଇଥାଏ l ଖୁବ ଶୀଘ୍ର ଓଡ଼ିଶାରୁ ଏହି ତାଳଗଛର ମୂଳ ଉଠିବାକୁ ଯାଉଛି l ବ୍ୟକ୍ତିଗତ ମାଲିକାନାରେ ରହିଥିବା ତାଳଗଛ କଟା ଯିବା ସହିତ ସରକାରୀ ଜମିରେ ଥିବା ଗଛ ମଧ୍ୟ ବାଦ ପଡ଼ୁନାହିଁ ଏହି ଷଡ଼ଯନ୍ତ୍ରରୁ l  

ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ବହୁଳ ପରିମାଣରେ ଡେଙ୍ଗା ଡେଙ୍ଗା ତାଳ ଗଛ ଦେଖିବାକୁ ମିଳେ l ଆଉ ବର୍ଷ କେଇଟା ପରେ ଏହି ସବୁ ତାଳଗଛ ନିଶ୍ଚିହ୍ନ ହୋଇଯିବ l ଅର୍ଥ ଲୋଭୀ ବ୍ୟବସାୟୀମାନଙ୍କ ଲୋଲୁପ ଦୃଷ୍ଟି ପଡ଼ିଛି ତାଳଗଛ ଉପରେ l ସେମାନଙ୍କର ଦଲାଲମାନେ ଗାଁ ଗହଳିରେ ଘୁରି ବୁଲୁଛନ୍ତି l ବିଭିନ୍ନ ଅଞ୍ଚଳରୁ ତାଳଗଛ କାଟି ଚାଲାଣକରିବା ପାଇଁ ମୂଳଚାଲ ଚଳାଇଛନ୍ତି l ସରକାରୀ ନୀତିନିୟମକୁ ଧୂଆଁବାଣ କରି ତାଳଗଛ କଟା ହେଉଛି l ବିଶେଷ ସୂତ୍ରରୁ ପ୍ରକାଶ ଯେ, ତାମିଲନାଡ଼ୁରେ ଓଡ଼ିଶାର ତାଳଗଛର ଯଥେଷ୍ଟ ଚାହିଦା ରହିଛି l ତେଣୁ ଏବେ ତାଳ ଗଛ ପ୍ରତି ସଙ୍କଟ ଦେଖାଦେଇଛି l

ପ୍ରତି ବର୍ଷ ବଜ୍ରପାତ ଦ୍ୱାରା ଓଡିଶାରେ ଅନେକ ଧନ ଜୀବନ ହାନୀ ଘଟୁଛି l ବଜ୍ରପାତକୁ ପ୍ରତିରୋଧ କରିବାରେ ତାଳ ଗଛ ହିଁ ସାହାଯ୍ୟ କରେ l ଏହାକୁ ରୋକିବା ପାଇଁ ନୂତନ ତାଳ ଜଙ୍ଗଲ ସୃଷ୍ଟି କରିବା ପାଇଁ ପରିବେଶବିତମାନେ ମତ ଦେଇଛନ୍ତି l ଏହାକୁ ଦୃଷ୍ଟିରେ ରଖି ତାଳ ଗଛ ରୋପଣ ନିମନ୍ତେ ଓଡ଼ିଶାର ଜଙ୍ଗଲ ବିଭାଗ ୨୦୧୮ ଠାରୁ ସ୍ୱତନ୍ତ୍ର ବ୍ୟବସ୍ଥା କରୁଛି l ପରିବେଶବିତମାନଙ୍କ ମତରେ, ଜୁନ ମାସରୁ ଆରମ୍ଭ କରି ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ଜଙ୍ଗଲର ତଳି ଅଞ୍ଚଳରେ ପାଚିଲା ତାଳ ଫଳ ହେଉଛି ହାତୀମାନଙ୍କର ଏକ ମୁଖ୍ୟ ଖାଦ୍ୟ l ତାଳଗଛ ନଷ୍ଟ ହେବା ଦ୍ୱାରା ହାତୀମାନଙ୍କର ଖାଦ୍ୟ ଶୃଙ୍ଖଳରେ ଅସନ୍ତୁଳନ ଦେଖାଯିବ, ଯାହା ଫଳରେ ହାତୀ-ମଣିଷ ଲଢ଼େଇ ପୁଣି ବଢ଼ିବ l  

ପ୍ରତିବର୍ଷ ଓଡ଼ିଶାରେ ବାତ୍ୟା, ଝଡ଼ ତୋଫାନ ଭଳି ପ୍ରାକୃତିକ ବିପର୍ଯ୍ୟୟ ଘଟୁଛି l ପ୍ରାକୃତିକ ଭାବରେ ଏହାର ସୁରକ୍ଷା କବଚ ହେଉଛି ତାଳଗଛ l ଅଧିକ ତାଳଗଛ ଥିବା ଅଞ୍ଚଳରେ ବଜ୍ରପାତ ପ୍ରଭାବ ହ୍ରାସ ପାଇଥାଏ l ବିପୁଳ ପରିମାଣରେ ତାଳଗଛ କାଟିବା ଦ୍ୱାରା ଆଗାମୀ ଦିନମାନଙ୍କରେ ଓଡ଼ିଶାକୁ ଘୋର ବିପଦ ମାଡ଼ିଆସିବ l ଓଡ଼ିଶାରୁ ତାଳଗଛ କାଟିନେବା ପାଇଁ ବ୍ୟବସାୟୀମାନଙ୍କର ଷଡ଼ଯନ୍ତ୍ରକୁ ପରିବେଶବିତମାନେ ତୀବ୍ର ବିରୋଧ କରିଛନ୍ତି l ସରକାରଙ୍କ ଜଙ୍ଗଲ ବିଭାଗ ଏଥି ପ୍ରତି ତୁରନ୍ତ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପରିବେଶବିତମାନେ ମତ ପୋଷଣ କରିଛନ୍ତି l

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)