News

ରାଜ୍ୟ ସ୍ତରରେ ଆୟୋଜିତ ହେଲା ଚତୁର୍ଥ ପଞ୍ଚଗବ୍ୟ ସେମିନାର

ଓ.ୟୁ.ଏ.ଟିରେ ଆୟୋଜିତ ହେଲା ପଞ୍ଚଗବ୍ୟ ସେମିନାର ....

15 July, 2024 4:29 PM IST By: Tanushree Mahapatra

ଗତକାଲି ଭୁବନେଶ୍ୱର ସ୍ଥିତ ଓ.ୟୁ.ଏ.ଟି ଠାରେ ରାଜ୍ୟ ସ୍ତରୀୟ ଚତୁର୍ଥ ପଞ୍ଚଗବ୍ୟ ସେମିନାର ଆୟୋଜିତ ହୋଇଥିଲା l ଏହି କାର୍ଯ୍ୟକ୍ରମରେ ଅତିଥିଙ୍କୁ ପ୍ରଥମେ ଫୁଲତୋଡ଼ା ଦେଇ ସ୍ୱାଗତ କରାଯାଇଥିଲା ମଞ୍ଚ ଉପରକୁ l ଏହାପରେ ମଞ୍ଚରେ ଉପସ୍ଥିତ ସମସ୍ତ ଅତିଥି ବୃକ୍ଷରେ ଜଳ ପ୍ରଦାନ କରି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ l ଡଃ ଭବାନୀ କର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ l  ଡଃ ମହେଶ୍ୱର ଦାସ ( former principal , Gopabandhu govt ayurved mahavidyalay ,puri ) ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ କାର୍ଯ୍ୟକ୍ରମ ଆରମ୍ଭ ହେବା ପରେ l

ମୁଖ୍ୟ ବକ୍ତା ଡଃ ନିରଞ୍ଜନ କୁମାର ବର୍ମା (Gavyasidhacharya) ନିଜ ବକ୍ତବ୍ୟ ରଖିଥିଲେ l ଏହାପରେ ଡଃ ସୁଶେନ କୁମାର ପଣ୍ଡା (Dean , C.V Sc & AH, OUAT cum Dean research, OUAT) ପଞ୍ଚଗବ୍ୟ ସେମିନାର ଉପରେ ନିଜ ବକ୍ତବ୍ୟ ରଖିଥିଲେ l ଶେଷରେ ଡଃ ଜୟନ୍ତୀ ନାୟକ (General secretary, panchagavya doctors association) ଧନ୍ୟବାଦ ଅର୍ପଣ କରି କାର୍ଯ୍ୟକ୍ରମଟିକୁ ଶେଷ କରିଥିଲେ l

ଏହି ସେମିନାରର ମୁଖ୍ୟ ବିଷୟବସ୍ତୁ ରହିଥିଲା " Panchagavya, perspective and practices" l ଦୁଇ ଦିନିଆ ରାଜ୍ୟ ସ୍ତରୀୟ ସେମିନାର ଯଥାକ୍ରମେ ୧୪ ଓ ୧୫ ଜୁଲାଇ ୨୦୨୪ ରେ OUAT ଏବଂ ବଲାଙ୍ଗୀର ସରକାରୀ ଆୟୁର୍ବେଦ ମହାବିଦ୍ୟାଳୟର ମିଳିତ ସହଯୋଗରେ ପଞ୍ଚଗବ୍ୟ ଡାକ୍ତର ସଂଘ ଦ୍ୱାରା ଓଡିଶାର ଓୟୁଏଟି ଠାରେ ଆୟୋଜିତ ହୋଇଥିଲା l ଏହି କାର୍ଯ୍ୟକ୍ରମକୁ IAVA (ଇଣ୍ଟରନ୍ୟାସନାଲ୍ ଆସୋସିଏସନ୍ ଫର୍ ଭେଟେରିନାରୀ ଆୟୁର୍ବେଦ) ର ସମର୍ଥନ ରହିଛି l ଓୟୁଏଟିର ବିଜୁ ପଟ୍ଟନାୟକ କନଫରେନ୍ସ ହଲ ଠାରେ ଏହି କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା l ଦୁଇଦିନିଆ ଏହି କାର୍ଯ୍ୟକ୍ରମରେ ଟେକନିକାଲ ସେସନ ଆୟୋଜିତ ହୋଇଥିଲା l ଯେଉଁ ସେସନରେ ପଞ୍ଚଗବ୍ୟ ସହ ଜଡ଼ିତ ବିଭିନ୍ନ ଦିଗ ଉପରେ ଆଲୋଚନା କରାଯାଇଥିଲା l

ସ୍ଥାୟୀ ବିକାଶ ପାଇଁ ପଞ୍ଚଗବ୍ୟ ମାଧ୍ୟମରେ ଏକ ସ୍ୱାସ୍ଥ୍ୟ ଉପାୟ , ସ୍ୱଦେଶୀ ଗାଈର ସାମାଜିକ-ଅର୍ଥନୈତିକ ପୃଷ୍ଠଭୂମି ,ସ୍ୱଦେଶୀ ଗାଈ ଏବଂ ଜୈବିକ କୃଷି , ସ୍ୱଦେଶୀ ଗାଈ ଏବଂ ସ୍ୱାସ୍ଥ୍ୟ ସ୍ୱଦେଶୀ ଗାଈ ପଞ୍ଚଗବ୍ୟର ଉପଯୋଗିତା ,କୀଟନାଶକ ଏବଂ ସାର ଭାବରେ ,ପଞ୍ଚଗବ୍ୟ ଏବଂ ଜୀବନଶୈଳୀ ବ୍ୟାଧି ,ପଞ୍ଚଗବ୍ୟ ଏବଂ କର୍କଟ ଇତ୍ୟାଦି ବିଷୟବସ୍ତୁ ଉପରେ ଆଲୋଚନା ହୋଇଥିଲା l

ଅଧିକ ପଢ଼ନ୍ତୁ

ତାମିଲନାଡ଼ୁରେ ଆୟୋଜିତ ହେଲା ସମ୍ରିଦ୍ଧ କିସାନ ଉତ୍ସବ

ଉତ୍ତର ପ୍ରଦେଶ ବରେଲୀରେ ଆୟୋଜିତ ହେଲା ସମ୍ରିଦ୍ଧ କିସାନ ଉତ୍ସବ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)