News

Pension Scheme:ପେନସନ ଯୋଜନାରେ ହେଲା ବଡ଼ ପରିବର୍ତ୍ତନ,ଜାଣନ୍ତୁ...

କେନ୍ଦ୍ର ସରକାର Atal pension yojnaରେ ପରିବର୍ତ୍ତନ କରିଛନ୍ତି । ନୂଆ ପରିବର୍ତ୍ତନ ପରେ, ବର୍ତ୍ତମାନ ଅନେକ ଲୋକ ଏହି ଯୋଜନାର ଲାଭ ଉଠାଇ ପାରିବେ ନାହିଁ ।

17 August, 2022 3:59 PM IST By: Sudesna Nayak

କେନ୍ଦ୍ର ସରକାର (Central Government)ଅଟଳ ପେନସନ ଯୋଜନା (Atal pension yojna)ରେ ପରିବର୍ତ୍ତନ କରିଛନ୍ତି । ନୂଆ ପରିବର୍ତ୍ତନ ପରେ, ବର୍ତ୍ତମାନ ଅନେକ ଲୋକ ଏହି ଯୋଜନାର ଲାଭ ଉଠାଇ ପାରିବେ ନାହିଁ ।

ସୂଚନା ଅନୁୟାୟୀ, ଏହି ପେନସନ ଯୋଜନା (pension yojna)ରେ ସରକାର ଅନେକ ପରିବର୍ତ୍ତନ କରିଛନ୍ତି ।

-ଏହି ଯୋଜନା ଅନୁଯାୟୀ, ୬୦ ବର୍ଷ ବୟସ ପରେ ଆକାଉଣ୍ଟଧାରୀଙ୍କୁ ପ୍ରତି ମାସରେ 1 ହଜାରରୁ 5 ହଜାର ଟଙ୍କା ପର୍ଯ୍ୟନ୍ତ ପେନସନ (pension)ପ୍ରଦାନ କରିବାର ବ୍ୟବସ୍ଥା ରହିଛି ।

ନିୟମର ପରିବର୍ତ୍ତନ ବିଷୟରେ, ଜାଣନ୍ତୁ...

-ଯଦି ଆପଣ ଅଟଳ ପେନସନ ଯୋଜନା (Atal pension yojna)ରେ ଏକ ଆକାଉଣ୍ଟ ଖୋଲିବାକୁ ଚାହାଁନ୍ତି, ତେବେ ଆପଣ 2022 ସେପ୍ଟେମ୍ବର 30 ପର୍ଯ୍ୟନ୍ତ ଏହି ଯୋଜନାରେ ଏକ ଆକାଉଣ୍ଟ ଖୋଲିପାରିବେ । କାରଣ ନୂଆ ନିୟମ ଅନୁଯାୟୀ, 2022 ଅକ୍ଟୋବର 1 ରୁ ଆୟକରଦାତାମାନେ ଏହି ଯୋଜନାରେ ଏକ ଆକାଉଣ୍ଟ ଖୋଲିବାକୁ ସକ୍ଷମ ହେବେ ନାହିଁ ।

-ଯେଉଁମାନେ ପୂର୍ବରୁ ଏକ ଆକାଉଣ୍ଟ ଖୋଲିଛନ୍ତି, ସେମାନେ ଏହି ଯୋଜନାର ଲାଭ ପାଇବା ଜାରି ରଖିବେ । ଯଦି ଅକ୍ଟୋବର 1 ପରେ ଅଟଳ ପେନସନ୍ ଯୋଜନା (Atal pension yojna) ଖାତା ଖୋଲାଯାଏ ଓ ଯଦି ସେହି ବ୍ୟକ୍ତି ଆୟକର ପେ କରୁଛନ୍ତି ତେବେ ହିଁ ତାଙ୍କ ଆକାଉଣ୍ଟ ବନ୍ଦ ହୋଇଯିବ ।

-ଯଦି ଜଣେ ଆୟକରଦାତା ସେପ୍ଟେମ୍ବର 30 ପରେ ଅଟଳ ପେନସନ ଯୋଜନାରେ ଏକ ଆକାଉଣ୍ଟ ଖୋଲନ୍ତି, ତେବେ ଆକାଉଣ୍ଟ ବନ୍ଦ କରିବା ପରେ ତାଙ୍କ ଦ୍ୱାରା ଜମା ହୋଇଥିବା ଟଙ୍କା ତାଙ୍କୁ ଫେରସ୍ତ କରାଯିବ ।

-ଅଟଳ ପେନସନ୍ ଯୋଜନା (Atal pension yojna) ଅନୁଯାୟୀ, 18 ବର୍ଷରୁ 40 ବର୍ଷ ବୟସର ସମସ୍ତ ଭାରତୀୟ ନାଗରିକ ଅଟଳ ପେନସନ୍ ଯୋଜନାର ଲାଭ ଉଠାଇ ପାରିବେ ।

Old Pension Scheme: କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଖୁସିଖବର; ରଦ୍ଦ ହେଲା NPS, ଫେରିଲା ପୁରୁଣା ପେନସନ ସ୍କିମ୍!

ଜାତୀୟ ପେନସନ ସିଷ୍ଟମ୍ ଅଧୀନରେ ମିଳିବ ରିଟର୍ଣ୍ଣ ଗ୍ୟାରେଣ୍ଟି; ଜାଣନ୍ତୁ ସରକାରଙ୍କ ପ୍ଲାନ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)