News

ପେଟ୍ରୋଲ ,ଡିଜେଲର ନୂଆ ମୂଲ୍ୟ, ଜାଣନ୍ତୁ କେଉଁଠି ରହିବ କେତେ ?

ପେଟ୍ରୋଲ ଲିଟର ପିଛା ୯.୫୦ ଟଙ୍କା ଓ ଡିଜେଲ ଲିଟର ପିଛା ୭ ଟଙ୍କା ହ୍ରାସ ହେବା ନେଇ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶନିବାରେ ଟ୍ୱିଟ କରି ସୂଚନା ଦେଇଥିଲେ । ଆଜି ସକାଳ ୬ଟାରୁ ନୂତନ ଦର ଲାଗୁ ହୋଇଛି |

22 May, 2022 10:01 AM IST By: Rajashree

ଉପଭୋକ୍ତାଙ୍କୁ ଅସ୍ବସ୍ତି | ବର୍ଦ୍ଧିତ ତୈଳ ଦର ହ୍ରାସ (PetrolDiselPrice) କରିବାକୁ ନିଷ୍ପତି ନେଇଛନ୍ତି କେନ୍ଦ୍ର ସରକାର | ପେଟ୍ରୋଲ ଲିଟର ପିଛା ୯.୫୦ ଟଙ୍କା ଓ ଡିଜେଲ ଲିଟର ପିଛା ୭ ଟଙ୍କା ହ୍ରାସ ହେବା ନେଇ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶନିବାରେ ଟ୍ୱିଟ କରି ସୂଚନା ଦେଇଥିଲେ । ଆଜି ସକାଳ ୬ଟାରୁ ନୂତନ ଦର ଲାଗୁ ହୋଇଛି |

  1. କେନ୍ଦ୍ର ସରକାର ଉତ୍ପାଦ ଶୁଳ୍କ କମାଇବାକୁ ନିଷ୍ପତ୍ତି ନେଇଥିବାରୁ ତୈଳ ଦର (Fuel Rate)ହ୍ରାସ ପାଇବ। ପେଟ୍ରୋଲ ଉପରୁ ଉତ୍ପାଦନ ଶୁଳ୍କ ଲିଟର ପିଛା ୮ ଟଙ୍କା ଓ ଡିଜେଲ (PetrolDiselPrice) ଉପରୁ ଲିଟର ପିଛା ୬ ଟଙ୍କା କମାଇବାକୁ ନିଷ୍ପତ୍ତି ହୋଇଛି। ପେଟ୍ରୋଲ ଲିଟର ପିଛା ୯.୫୦ ଟଙ୍କା ହ୍ରାସ ପାଇବାକୁ ଯାଉଥିଲେ ମଧ୍ୟ ଏବେ ବି ବିଭିନ୍ନ ସହରରେ ଏହାର ୧୦୦ ଉପରେ ରହିବ। କାରଣ ଏବେ ଅଧିକାଂଶ ସ୍ଥାନରେ ପେଟ୍ରୋଲ ଲିଟର ପିଛା ୧୧୨ ଟଙ୍କା ଉପରେ ରହିଛି।

ଇନ୍ଧନ ବ୍ୟତୀତ ସରକାର ଦାମୀ ଗ୍ୟାସ ସିଲିଣ୍ଡର କିଣୁଥିବା ଲୋକଙ୍କୁ ମଧ୍ୟ ଆରାମ ପ୍ରଦାନ କରିଛନ୍ତି ଓ ଉଜ୍ବାଳା ଯୋଜନାର (ujjwala yojana) ହିତାଧିକାରୀଙ୍କୁ ଗ୍ୟାସ ସିଲିଣ୍ଡର ପିଛା ୨୦୦ ଟଙ୍କା ସବସିଡି ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ଘୋଷଣା କରି ନିର୍ମଳା ସୀତାରମଣ କହିଛନ୍ତି, "ପ୍ରଧାନମନ୍ତ୍ରୀ ଉଜ୍ବାଳା ଯୋଜନାର ୯ କୋଟିରୁ ଅଧିକ ହିତାଧିକାରୀଙ୍କୁ ଆମେ ଗ୍ୟାସ ସିଲିଣ୍ଡର ପିଛା ୨୦୦ ଟଙ୍କା (୧୨ ଟି ସିଲିଣ୍ଡର ପର୍ଯ୍ୟନ୍ତ) ସବସିଡି ଦେବୁ। ଏହା ଆମ ମା ଏବଂ ଭଉଣୀମାନଙ୍କୁ ସାହାଯ୍ୟ କରିବ।

ଅର୍ଥମନ୍ତ୍ରୀ କହିଛନ୍ତି ଯେ, ପ୍ଲାଷ୍ଟିକ ଦ୍ରବ୍ୟ ପାଇଁ କଞ୍ଚାମାଲ ଓ ମଧ୍ୟସ୍ଥିଙ୍କ ଉପରେ କଷ୍ଟମ ଶୁଳ୍କ ମଧ୍ୟ ହ୍ରାସ କରୁଛୁ, ଯେଉଁଠାରେ ଆମର ଆମଦାନୀ ନିର୍ଭରଶୀଳତା ଅଧିକ। ଏହା ସମାପ୍ତ ଦ୍ରବ୍ୟର ମୂଲ୍ୟ ହ୍ରାସ କରିବ। ଏହା ବ୍ୟତୀତ ସିମେଣ୍ଟର ଉପଲବ୍ଧତାକୁ ସୁଧାରିବା ପାଇଁ ପଦକ୍ଷେପ ନିଆଯାଉଛି

ଇନ୍ଧନ ବ୍ୟତୀତ ସରକାର ଦାମୀ ଗ୍ୟାସ ସିଲିଣ୍ଡର କିଣୁଥିବା ଲୋକଙ୍କୁ ମଧ୍ୟ ଆରାମ ପ୍ରଦାନ କରିଛନ୍ତି ଓ ଉଜ୍ବାଳା ଯୋଜନାର (ujjwala yojana) ହିତାଧିକାରୀଙ୍କୁ ଗ୍ୟାସ ସିଲିଣ୍ଡର ପିଛା ୨୦୦ ଟଙ୍କା ସବସିଡି ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ଘୋଷଣା କରି ନିର୍ମଳା ସୀତାରମଣ କହିଛନ୍ତି, "ପ୍ରଧାନ ମନ୍ତ୍ରୀ ଉଜ୍ବାଳା ଯୋଜନାର ୯ କୋଟିରୁ ଅଧିକ ହିତାଧିକାରୀଙ୍କୁ ଆମେ ଗ୍ୟାସ ସିଲିଣ୍ଡର ପିଛା ୨୦୦ ଟଙ୍କା (୧୨ ଟି ସିଲିଣ୍ଡର ପର୍ଯ୍ୟନ୍ତ) ସବସିଡି ଦେବୁ। ଏହା ଆମ ମା ଏବଂ ଭଉଣୀମାନଙ୍କୁ ସାହାଯ୍ୟ କରିବ।

ଅର୍ଥମନ୍ତ୍ରୀ କହିଛନ୍ତି ଯେ, ପ୍ଲାଷ୍ଟିକ ଦ୍ରବ୍ୟ ପାଇଁ କଞ୍ଚାମାଲ ଓ ମଧ୍ୟସ୍ଥିଙ୍କ ଉପରେ କଷ୍ଟମ ଶୁଳ୍କ ମଧ୍ୟ ହ୍ରାସ କରୁଛୁ, ଯେଉଁଠାରେ ଆମର ଆମଦାନୀ ନିର୍ଭରଶୀଳତା ଅଧିକ। ଏହା ସମାପ୍ତ ଦ୍ରବ୍ୟର ମୂଲ୍ୟ ହ୍ରାସ କରିବ। ଏହା ବ୍ୟତୀତ ସିମେଣ୍ଟର ଉପଲବ୍ଧତାକୁ ସୁଧାରିବା ପାଇଁ ପଦକ୍ଷେପ ନିଆଯାଉଛି

କମିବ ପେଟ୍ରୋଲ ଦର, LPG ସିଲିଣ୍ଡର ହେବ ମହଙ୍ଗା! ମୋଦି ସରକାରଙ୍କ ନୂଆ ପ୍ଲାନ୍ ବିଷୟରେ ଜାଣନ୍ତୁ...

ପୁଣି ବଢିଲା କି ପ୍ରେଟ୍ରୋଲ-ଡିଜେଲ ମୂଲ୍ୟ ?

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)