News

ଏପ୍ରିଲ ୨୮ ରୁ ଯୁକ୍ତ ଦୁଇ ପରୀକ୍ଷା : ଗୋଟିଏ ସିଟିଂରେ କରାଯିବ ପରୀକ୍ଷା

ଏପ୍ରିଲ ୨୮ ରୁ ଆରମ୍ଭ ହେବ ଦ୍ୱାଦଶ (+୨) ବୋର୍ଡ ପରୀକ୍ଷା । କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ଶିକ୍ଷା ପରୀକ୍ଷା ହେବ । ରାଜ୍ୟରେ ମୋଟ୍‌ ୩ ଲକ୍ଷ ୨୦ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେବେ ।

17 March, 2022 4:45 PM IST By: Sudesna Nayak

ଏପ୍ରିଲ ୨୮ ରୁ ଆରମ୍ଭ ହେବ ଦ୍ୱାଦଶ (+୨) ବୋର୍ଡ ପରୀକ୍ଷା । କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ଶିକ୍ଷା ପରୀକ୍ଷା ହେବ । ରାଜ୍ୟରେ ମୋଟ୍‌ ୩ ଲକ୍ଷ ୨୦ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେବେ ।

ଅଫ୍‌ଲାଇନ୍‌ ମୋଡ୍‌ରେ ହିଁ ପରୀକ୍ଷା ହେବା ନେଇ ବିଭାଗୀୟ ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି । ଖରାକୁ ଦୃଷ୍ଟିରେ ରଖି ଦୈନିକ ଗୋଟିଏ ସିଟିଂ ପରୀକ୍ଷା କରାଯିବାକୁ ନିଷ୍ପତ୍ତି ନିଆଯାଇଛି ।

ସକାଳ ୯ ଟାରୁ ଦୈନିକ ଗୋଟିଏ ସିଟିଂ ପରୀକ୍ଷା କରାଯିବ । ମହାମାରୀ ପାଇଁ ପରୀକ୍ଷାରେ ବ୍ୟବସ୍ଥା କୋହଳ କରାଯାଇଛି । ନିଜ ଶିକ୍ଷକମାନଙ୍କ ଦ୍ୱାରା ସମସ୍ତ ପ୍ରାକ୍ଟିକାଲ୍‌ ପରୀକ୍ଷା କରାଯିବ । ଛାତ୍ରଛାତ୍ରୀଙ୍କ ପରୀକ୍ଷା ମୂଲ୍ୟାଙ୍କନ ନେଇ ଦୁଇଟି ସ୍କିମ୍ କରାଯାଇଛି ।

-ବାର୍ଷିକ ପରୀକ୍ଷାରେ ହୋଇଥିବା ପ୍ରଦର୍ଶନ ଭିତ୍ତିରେ ହିଁ ମିଳିବ ମାର୍କ

-ବାର୍ଷିକ ପରୀକ୍ଷାର ୮୦% ଓ କ୍ୱାର୍ଟର ଏଣ୍ଡ୍‌ର ୨୦% ଅନୁସାରେ ମାର୍କ ।

-ଏହି ଦୁଇଟି ବ୍ୟବସ୍ଥାରୁ ଯେଉଁଟିରେ ସର୍ବାଧିକ ରହିବ, ସେଇଟି ହିଁ ଚୂଡ଼ାନ୍ତ ହେବ ।

ପୂର୍ବରୁ ଶିକ୍ଷାବିତମାନେ କହିଥିଲେ ଯେ, ପିଲାଙ୍କ ପଢିବା ଓ ପ୍ରସ୍ତୁତି ପାଇଁ ସମୟ ଦେବା ଦରକାର । ତେଣୁ ପରୀକ୍ଷା ତାରିଖ ଓ ଫର୍ମାଟ ଯଥେଷ୍ଟ ପୂର୍ବରୁ ନ ଜଣାଇଲେ ପିଲାଙ୍କ ଭବିଷ୍ୟତ ଉପରେ ପ୍ରଭାବ ପଡିବ । ଏବେ ଏନେଇ ସ୍ପଷ୍ଟ ହୋଇଯାଇଛି । 

OSSC CGL:ଜଲଦୀ କରନ୍ତୁ ଆବେଦନ,ଦେଢ଼ ଲକ୍ଷରୁ ଅଧିକ ମିଳିବ ଦରମା

ବେକାର ଯୁବକ-ଯୁବତୀଙ୍କ ପାଇଁ ବ୍ୟାଙ୍କରେ ଚାକିରି, ଶୀଘ୍ର କରନ୍ତୁ ଆବେଦନ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)