News

କର୍ମଚାରୀଙ୍କ ପାଇଁ ଗୁଡ ନ୍ୟୁଜ ;ବଢ଼ିବ ଅବସର ବୟସ ଓ ପେନସନ ରାଶି,ଜାଣନ୍ତୁ...

କର୍ମଚାରୀମାନଙ୍କ ପାଇଁ ଖୁବ୍ ଶୀଘ୍ର ଖୁସି ଖବର ଆସିପାରେ । ବାସ୍ତବରେ ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା କମିଟି ଦ୍ୱାରା ଏକ ପରାମର୍ଶ ଦିଆଯାଇଛି ଯେଉଁଥିରେ ଦେଶରେ କାର୍ଯ୍ୟ କରିବାର ବୟସ ସୀମା ବୃଦ୍ଧି କରାଯିବା ଉଚିତ ବୋଲି କୁହାଯାଇଛି ।

03 March, 2022 4:31 PM IST By: Sudesna Nayak

କର୍ମଚାରୀମାନଙ୍କ ପାଇଁ ଖୁବ୍ ଶୀଘ୍ର ଖୁସି ଖବର (GOOD NEWS) ଆସିପାରେ । ବାସ୍ତବରେ ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା କମିଟି (Prime Minister's Economic Advisory Committee) ଦ୍ୱାରା ଏକ ପରାମର୍ଶ ଦିଆଯାଇଛି ଯେଉଁଥିରେ ଦେଶରେ କାର୍ଯ୍ୟ କରିବାର ବୟସ ସୀମା ବୃଦ୍ଧି କରାଯିବା ଉଚିତ ବୋଲି କୁହାଯାଇଛି ।

ଏହା ସହିତ ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା କମିଟି କହିଛି ଯେ ଦେଶରେ ଅବସର ବୟସ (retirement age) ବଢିବା ସହିତ ୟୁନିଭର୍ସାଲ ପେନସନ୍ ସିଷ୍ଟମ (Universal Pension System)ମଧ୍ୟ ଆରମ୍ଭ କରାଯିବା ହିଁ ଆବଶ୍ୟକ ।

ବରିଷ୍ଠ ନାଗରିକ ସୁରକ୍ଷା,ଜାଣନ୍ତୁ...

ସୂଚନା ଅନୁଯାୟୀ, ଏହି ପରାମର୍ଶ ଅନୁଯାୟୀ କର୍ମଚାରୀମାନଙ୍କୁ ପ୍ରତ୍ୟେକ ମାସରେ ସର୍ବନିମ୍ନ 2000 ଟଙ୍କା ପେନସନ ଦିଆଯିବା ଆବଶ୍ୟକ । ଦେଶର ବରିଷ୍ଠ ନାଗରିକଙ୍କ ସୁରକ୍ଷା ପାଇଁ ଅର୍ଥନୈତିକ ପରାମର୍ଶଦାତା କମିଟି ଉନ୍ନତ ବ୍ୟବସ୍ଥା କରିବାକୁ ସୁପାରିଶ କରିଛି ।

ଦକ୍ଷତା ବିକାଶ ମଧ୍ୟ ଗୁରୁତ୍ୱପୂର୍ଣ୍ଣ,ଜାଣନ୍ତୁ...

ରିପୋର୍ଟ ଅନୁଯାୟୀ, ଯଦି କାର୍ଯ୍ୟକ୍ଷମ ବୟସର ଜନସଂଖ୍ୟାକୁ ବଢ଼ାଇବାର ଅଛି ତେବେ ଅବସର ବୟସ ବଢାଇବାର ବହୁତ ଆବଶ୍ୟକତା ରହିଛି । ସାମାଜିକ ସୁରକ୍ଷା ବ୍ୟବସ୍ଥା ଉପରେ ଚାପ କମାଇବା ପାଇଁ ଏହା କରାଯାଇପାରିବ । ଏହି ରିପୋର୍ଟରେ 50 ବର୍ଷରୁ ହିଁ ଅଧିକ ବ୍ୟକ୍ତିମାନଙ୍କ ପାଇଁ ଦକ୍ଷତା ବିକାଶ ବିଷୟରେ ମଧ୍ୟ କୁହାଯାଇଛି ।

ସରକାରଙ୍କୁ ନୀତି ପ୍ରସ୍ତୁତ କରିବା ଆବଶ୍ୟକ,ଜାଣନ୍ତୁ...

ରିପୋର୍ଟରେ କୁହାଯାଇଛି ଯେ, କେନ୍ଦ୍ର (Central Government) ଓ ରାଜ୍ୟ ସରକାର (State Government) ଏଭଳି ନୀତି ପ୍ରସ୍ତୁତ କରିବା ଆବଶ୍ୟକ ଯାହା ଦ୍ୱାରା ଦକ୍ଷତା ବିକାଶ ହୋଇପାରିବ । ଏହି ପ୍ରୟାସରେ ଅସଂଗଠିତ କ୍ଷେତ୍ର, ଦୁର୍ଗମ ଅଞ୍ଚଳ, ଶରଣାର୍ଥୀ, ପ୍ରବାସୀ ଭାରତୀୟଙ୍କୁ ମଧ୍ୟ ଅନ୍ତର୍ଭୁକ୍ତ କରାଯିବା ଆବଶ୍ୟକ ଯେଉଁମାନଙ୍କ ପାଖରେ ପ୍ରଶିକ୍ଷଣ ହାସଲ କରିବା ପାଇଁ ମାଧ୍ୟମ ନାହିଁ । କିନ୍ତୁ ସେମାନଙ୍କୁ ତାଲିମ ଦିଆଯିବା ଆବଶ୍ୟକ ।

ବିଶ୍ୱ ଜନସଂଖ୍ୟା ପ୍ରୋସ୍ପେକ୍ଟସ 2019 ରିପୋର୍ଟ,ଜାଣନ୍ତୁ...

ପ୍ରକାଶ ଥାଉ ଯେ, ବିଶ୍ୱ ଜନସଂଖ୍ୟା ପ୍ରୋସ୍ପେକ୍ଟସ୍ 2019 ଅନୁଯାୟୀ, 2050 ସୁଦ୍ଧା ଭାରତରେ ପ୍ରାୟ ୩୨ କୋଟି ବରିଷ୍ଠ ନାଗରିକ ହୋଇଯିବେ । ଅର୍ଥାତ୍ ଦେଶର ପ୍ରାୟ ୧୯.୫ ପ୍ରତିଶତ ଲୋକ ଅବସରପ୍ରାପ୍ତ ବର୍ଗରେ ଆସିଯିବେ । ୨୦୧୯ ରେ ଭାରତର ଜନସଂଖ୍ୟାର ପ୍ରାୟ 10 ପ୍ରତିଶତ କିମ୍ବା 14 କୋଟି ଲୋକ ବରିଷ୍ଠ ନାଗରିକ ବର୍ଗରେ ହିଁ ଅଛନ୍ତି ।

କେନ୍ଦ୍ର କର୍ମଚାରୀଙ୍କ ପାଇଁ ଖୁସି ଖବର;ଚଳିତ ମାସର ଦରମା ସହିତ ମିଳିବ ଏତିକି ଟଙ୍କାର ବକେୟା ରାଶି

7th Pay Commission : କର୍ମଚାରୀଙ୍କୁ ମିଳିବ ୧୮ ମାସର ବକେୟା, କେବେ ମିଳିବ ଦରମା ଜାଣନ୍ତୁ...

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)