News

World Elephant Day:ଗତ ୮ ବର୍ଷ ମଧ୍ୟରେ ବୃଦ୍ଧି ପାଇଛି ହସ୍ତୀ ଅଭୟାରଣ୍ୟ

ଗତ ୮ ବର୍ଷ ମଧ୍ୟରେ ହସ୍ତୀ ଅଭୟାରଣ୍ୟ ସଂଖ୍ୟା ବୃଦ୍ଧି ହୋଇଥିବାରୁ ପ୍ରଧାନମନ୍ତ୍ରୀ ସନ୍ତୋଷ ମଧ୍ୟ ବ୍ୟକ୍ତ କରିଛନ୍ତି ।

12 August, 2022 5:30 PM IST By: Shuvanshu Kar

ପ୍ରତିବର୍ଷ 12 ଅଗଷ୍ଟରେ ପାଳନ କରାଯାଏ ବିଶ୍ୱ ହାତୀ ଦିବସ(World Elephant Day) । ହାତୀ ହେଉଛି ପୃଥିବୀର ସବୁଠାରୁ ବଡ ପଶୁ । ହାତୀ ଦିବସ ପାଳନ କରିବାର ମୂଳ ଉଦ୍ଦେଶ୍ୟ ହେଉଛି ସାରା ବିଶ୍ୱରେ ହାତୀମାନଙ୍କର ସଚେତନତା ଏବଂ ସଂରକ୍ଷଣକୁ ପ୍ରୋତ୍ସାହିତ କରିବା ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଶ୍ୱ ହାତୀ ଦିବସ(World Elephant Day) ଅବସରରେ ହାତୀ ସଂରକ୍ଷଣକାରୀମାନଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି । ଗତ ୮ ବର୍ଷ ମଧ୍ୟରେ ହସ୍ତୀ ଅଭୟାରଣ୍ୟ ସଂଖ୍ୟା ବୃଦ୍ଧି ହୋଇଥିବାରୁ ପ୍ରଧାନମନ୍ତ୍ରୀ ସନ୍ତୋଷ ମଧ୍ୟ ବ୍ୟକ୍ତ କରିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି, ବିଶ୍ବ ହାତୀ ଅବସରରେ ହାତୀ ସଂରକ୍ଷଣ ପାଇଁ ଆମ ପ୍ରତିବଦ୍ଧତାକୁ ଦୋହରାଉଛି । ଆପଣମାନେ ଜାଣି ଖୁସି ହେବେ ଯେ ସମୁଦାୟ ଏସୀୟ ହାତୀଙ୍କ ମଧ୍ୟରୁ ପ୍ରାୟ ୬୦ ପ୍ରତିଶତ ଭାରତରେ ବସବାସ କରନ୍ତି । ଗତ ୮ ବର୍ଷ ମଧ୍ୟରେ ହସ୍ତୀ ଅଭୟାରଣ୍ୟ ସଂଖ୍ୟା ବୃଦ୍ଧି ହୋଇଛି । ହାତୀ ସଂରକ୍ଷଣ ସହ ଜଡିତ ସମସ୍ତଙ୍କ ଉଦ୍ୟମ ବେଶ ପ୍ରଶଂସନୀୟ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ହାତୀ ସଂରକ୍ଷଣ ସଫଳତାକୁ ଭାରତରେ ମାନବ-ପଶୁ ଲଢେଇ ହ୍ରାସ କରିବା ପାଇଁ ଜାରି ରହିଥିବା ଉଦ୍ୟମ ଓ ପରିବେଶ ସଚେତନତା ବୃଦ୍ଧିରେ ସ୍ଥାନୀୟ ଅଧିବାସୀଙ୍କୁ ସାମିଲ କରିବା ତଥା ସେମାନଙ୍କ ପାରମ୍ପରିକ ଜ୍ଞାନକୁ ଉପଯୋଗ କରିବା ସନ୍ଦର୍ଭରେ ଦେଖାଯିବା ଉଚିତ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ଏକ ଦଶନ୍ଧି ପୂର୍ବରୁ ହାତୀମାନଙ୍କ ସଂଖ୍ୟା 10 ଲକ୍ଷ ପର୍ଯ୍ୟନ୍ତ ଥିଲା, ଯାହା ଏବେ ମାତ୍ର 27 ହଜାରରେ ରହିଯାଇଛି । ହାତୀ ସଂଖ୍ୟା ହ୍ରାସ ଏବଂ ସେମାନଙ୍କ ମୃତ୍ୟୁ ଭାରତର କେରଳରେ ସର୍ବାଧିକ । ହାତୀକୁ ହତ୍ୟା କିମ୍ବା କ୍ଷତି ପହଞ୍ଚାଇବା ଏକ ଆଇନଗତ ଅପରାଧ। ବନ୍ୟପ୍ରାଣୀ ସୁରକ୍ଷା ଆଇନ 1972 ଅନୁଯାୟୀ, 3 ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ ଏବଂ ପଶୁ ହତ୍ୟା ପାଇଁ 25 ହଜାର ଟଙ୍କା ଜୋରିମାନା ଆଇନ ରହିଛି । 2017 ରେ ଦେଶରେ ଶେଷ ଥର ପାଇଁ ହାତୀ ଗଣନା ହୋଇଥିଲା । 2017ରେ ହାତୀ ଗଣନା ଅନୁଯାୟୀ ଭାରତରେ 30 ହଜାର ହାତୀ ଅଛନ୍ତି, କିନ୍ତୁ ଧୀରେ ଧୀରେ ସେମାନଙ୍କ ସଂଖ୍ୟା ହ୍ରାସ ପାଉଥିବା ଚିନ୍ତାର ବିଷୟ ।

ଗତ ତିନି ବର୍ଷରେ ଭାରତ ହରାଇଛି 329 ବାଘ

ରାଜ୍ୟରେ ବଢୁଛି ବନ୍ୟଜନ୍ତୁ ଶିକାର, ୫ ବର୍ଷରେ ଶିକାର ହୋଇଛନ୍ତି ୮୦୨ ହାତୀ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)