News

ଆଡଭାନଟେଜ ହେଲ୍‍ଥ କେୟାର ଇଣ୍ଡିଆ ୨୦୨୩ ର ଷଷ୍ଠ ସଂସ୍କରଣ ଉଦଘାଟନ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ନୂଆଦିଲ୍ଲୀର ପ୍ରଗତି ମୈଦାନରେ ୱାନ ଆର୍ଥ ୱାନ ହେଲ୍‍ଥ - ଆଡଭାନଟେଜ ହେଲ୍‍ଥ କେୟାର ଇଣ୍ଡିଆ ୨୦୨୩ କୁ ଉଦଘାଟନ କରିଛନ୍ତି । ଏହି ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ସମଗ୍ର ବିଶ୍ୱରୁ ଆସିଥିବା ସ୍ୱାସ୍ଥ୍ୟ ମନ୍ତ୍ରୀ ଏବଂ ପଶ୍ଚିମ ଏସିଆ, ସାର୍କ, ଏସିଆନ୍ ଏବଂ ଆଫ୍ରିକୀୟ ଦେଶର ପ୍ରତିନିଧିମାନଙ୍କୁ ସ୍ୱାଗତ ଜଣାଇଥିଲେ ।

28 April, 2023 3:38 PM IST By: Tanushree Mahapatra

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ନୂଆଦିଲ୍ଲୀର ପ୍ରଗତି ମୈଦାନରେ ୱାନ ଆର୍ଥ ୱାନ ହେଲ୍‍ଥ - ଆଡଭାନଟେଜ ହେଲ୍‍ଥ କେୟାର ଇଣ୍ଡିଆ ୨୦୨୩ କୁ ଉଦଘାଟନ କରିଛନ୍ତି । ଏହି ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ସମଗ୍ର ବିଶ୍ୱରୁ ଆସିଥିବା ସ୍ୱାସ୍ଥ୍ୟ ମନ୍ତ୍ରୀ ଏବଂ ପଶ୍ଚିମ ଏସିଆ, ସାର୍କ, ଏସିଆନ୍ ଏବଂ ଆଫ୍ରିକୀୟ ଦେଶର ପ୍ରତିନିଧିମାନଙ୍କୁ ସ୍ୱାଗତ ଜଣାଇଥିଲେ ।

ସେ ସୂଚାଇ ଦେଇଛନ୍ତି ଯେ ଏକ ବିଶ୍ୱ ଏକ ସ୍ୱାସ୍ଥ୍ୟ ସମାନ ବିଶ୍ୱାସର ଧାରା ଅନୁସରଣ କରେ ଏବଂ କାର୍ଯ୍ୟରେ ସମାନ ଚିନ୍ତାଧାରାର ଉଦାହରଣ ଅଟେ । ଆମର ଦୃଷ୍ଟିକୋଣ କେବଳ ମଣିଷମାନଙ୍କ ମଧ୍ୟରେ ସୀମିତ ନୁହେଁ । ଏହା ଆମର ସମଗ୍ର ଇକୋସିଷ୍ଟମକୁ ବିସ୍ତାର କରେ । ଉଦ୍ଭିଦଠାରୁ ଆରମ୍ଭ କରି ପଶୁ ପର୍ଯ୍ୟନ୍ତ, ମାଟିଠାରୁ ନଦୀ ପର୍ଯ୍ୟନ୍ତ, ଯେତେବେଳେ ଆମ ଚାରିପାଖରେ ସବୁକିଛି ସୁସ୍ଥ, ସେତେବେଳେ ଆମେ ସୁସ୍ଥ ରହିପାରିବା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

"ଗୋଟିଏ ପୃଥିବୀ, ଗୋଟିଏ ପରିବାର, ଗୋଟିଏ ଭବିଷ୍ୟତ” ବିଷୟବସ୍ତୁ ସହିତ ଜି -୨୦ ସଭାପତିତ୍ୱ ଭାବେ ଭାରତର ଯାତ୍ରାକୁ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଏହି ଲକ୍ଷ୍ୟକୁ ପୂରଣ କରିବାରେ ସହନଶୀଳ ବିଶ୍ୱ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାର ଗୁରୁତ୍ୱକୁ ହୃଦୟଙ୍ଗମ କରିଛନ୍ତି । ସେ କହିଛନ୍ତି ଯେ ଏକ ସୁସ୍ଥ ଗ୍ରହ ପାଇଁ ଡାକ୍ତରୀ ଚକିତ୍ସା ଏବଂ ସ୍ୱାସ୍ଥ୍ୟ କର୍ମୀଙ୍କ ଗତିଶୀଳତା ହେଉଛି ଗୁରୁତ୍ୱପୂର୍ଣ୍ଣ, କାରଣ " ୱାନ ଆର୍ଥ ୱାନ ହେଲ୍‍ଥ - ଆଡଭାନଟେଜ ହେଲ୍‍ଥକେୟାର ଇଣ୍ଡିଆ ୨୦୨୩” ଏହି ଦିଗରେ ଏକ ମହତ୍ୱପୂର୍ଣ୍ଣ ପ୍ରୟାସ । ପ୍ରଧାନମନ୍ତ୍ରୀ ସୂଚାଇ ଦେଇଛନ୍ତି ଯେ ଆଜିର ଉତ୍ସବ ଭାରତର ଜି -୨୦ ସଭାପତିତ୍ୱ ବିଷୟ ସହିତ ସମାନ ହୋଇଛି ଯାହା ଅନେକ ଦେଶରୁ ଅଂଶଗ୍ରହଣର ସାକ୍ଷୀ ରହିଛି ।

ସାମଗ୍ରିକ ସ୍ୱାସ୍ଥ୍ୟସେବା ବିଷୟରେ ଭାରତର ଶକ୍ତି ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଭାରତର ପ୍ରତିଭା, ପ୍ରଯୁକ୍ତିବିଦ୍ୟା, ଟ୍ରାକ୍ ରେକର୍ଡ ଏବଂ ପରମ୍ପରାକୁ ସ୍ୱୀକାର କରିଛନ୍ତି । ସେ ଆହୁରି ବିସ୍ତାରିତ କରି କହିଛନ୍ତି ଯେ ବିଶ୍ୱ ଭାରତୀୟ ଡାକ୍ତର, ନର୍ସ ଏବଂ ଯତ୍ନ ନେଉଥିବା ବ୍ୟକ୍ତିଙ୍କ ପ୍ରଭାବ ଦେଖିବାକୁ ପାଇଛି ଏବଂ ସେମାନଙ୍କର ଦକ୍ଷତା ଏବଂ ପ୍ରତିବଦ୍ଧତା ଏବଂ ପ୍ରତିଭା ପାଇଁ ସେମାନଙ୍କୁ ସମ୍ମାନିତ କରାଯାଇଛି । ସେ କହିଛନ୍ତି ଯେ ଭାରତୀୟ ବୃତ୍ତିଧାରୀଙ୍କ ପ୍ରତିଭା ଦ୍ୱାରା ସାରା ବିଶ୍ୱରେ ଅନେକ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ଉପକୃତ ହୋଇଛି । ସଂସ୍କୃତି, ଜଳବାୟୁ ଏବଂ ସାମାଜିକ ଗତିଶୀଳତା କ୍ଷେତ୍ରରେ ଭାରତର ଅପାର ବିବିଧତା ରହିଛି ବୋଲି ଦର୍ଶାଇ ପ୍ରଧାନମନ୍ତ୍ରୀ ଭାରତରେ ସ୍ୱାସ୍ଥ୍ୟ ସେବା ବୃତ୍ତିଧାରୀଙ୍କ ପ୍ରଶିକ୍ଷଣ ଏବଂ ବିବିଧ ଅଭିଜ୍ଞତାକୁ ଉଲ୍ଲେଖ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଭାରତୀୟ ସ୍ୱାସ୍ଥ୍ୟସେବା ପ୍ରତିଭା ସେମାନଙ୍କର ଅଭୂତପୂର୍ବ କୌଶଳ ଯୋଗୁଁ ବିଶ୍ୱର ବିଶ୍ୱାସ ହାସଲ କରିଛନ୍ତି ଯାହା ବିଭିନ୍ନ ପରିସ୍ଥିତିର ଆବଶ୍ୟକତା ପୂରଣ କରିପାରିବ ।

ହଜାର ହଜାର ବର୍ଷ ଧରି ସ୍ୱାସ୍ଥ୍ୟ ପ୍ରତି ଭାରତର ଦୃଷ୍ଟିକୋଣ ସାମଗ୍ରିକ ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ସେ କହିଛନ୍ତି ଯେ ଯୋଗ ଏବଂ ଧ୍ୟାନ ଭଳି ପ୍ରଣାଳୀ ସହିତ ଭାରତରେ ପ୍ରତିଷେଧକ ଏବଂ ପ୍ରୋତ୍ସାହନମୂଳକ ସ୍ୱାସ୍ଥ୍ୟସେବାର ଏକ ମହାନ ପରମ୍ପରା ରହିଛି ଏବଂ ଆଧୁନିକ ବିଶ୍ୱକୁ ପ୍ରାଚୀନ ଭାରତର ଉପହାର ଯାହା ବର୍ତ୍ତମାନ ବିଶ୍ୱବ୍ୟାପୀ ଆନ୍ଦୋଳନରେ ପରିଣତ ହୋଇଛି । ସେ ଆୟୁର୍ବେଦ ଉପରେ ମଧ୍ୟ କହିଥିଲେ ଯାହାକି ସୁସ୍ଥତାର ସମ୍ପୂର୍ଣ୍ଣ ଅନୁଶାସନ ଏବଂ ଏହା ସ୍ୱାସ୍ଥ୍ୟର ଶାରୀରିକ ଏବଂ ମାନସିକ ଦିଗଗୁଡ଼ିକର ଯତ୍ନ ନିଏ ବୋଲି କହିଥିଲେ । ବିଶ୍ୱ ଚାପଗ୍ରସ୍ତ ଏବଂ ଜୀବନଶୈଳୀ ରୋଗର ସମାଧାନ ଖୋଜୁଛି । ଭାରତର ପାରମ୍ପାରିକ ସ୍ୱାସ୍ଥ୍ୟସେବାରେ ଅନେକ ଉତ୍ତର ରହିଛି ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି । ସେ ମିଲେଟ ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି ଯାହା ଭାରତର ପାରମ୍ପାରିକ ଖାଦ୍ୟ ପାଇଁ ପ୍ରସ୍ତୁତ ଏବଂ ବିଶ୍ୱରେ ଖାଦ୍ୟ ନିରାପତ୍ତା ଏବଂ ପୁଷ୍ଟିକର ସମସ୍ୟାର ମୁକାବିଲା କରିବାର କ୍ଷମତା ରଖିଛି ।

ଏହି ସମ୍ମିଳନୀରେ ୭୦ ଟି ଦେଶରୁ ୧୨୫ ପ୍ରଦର୍ଶକ ଏବଂ ପ୍ରାୟ ୫୦୦ ଆୟୋଜକ ବିଦେଶୀ ପ୍ରତିନିଧୀ ଉପସ୍ଥିତ ରହିବେ । ଆଫ୍ରିକା, ମଧ୍ୟ ପୂର୍ବ, ସ୍ୱାଧୀନ ରାଜ୍ୟଗୋଷ୍ଠି ଦେଶ, ସାର୍କ ଏବଂ ଏସିଆର ୭୦ ରୁ ଅଧିକ ର୍ନିଦ୍ଦିଷ୍ଟ ଦେଶରୁ ଆୟୋଜକ ପ୍ରତିନିଧୀଙ୍କ ସହ କ୍ରେତା ବିକ୍ରେତା ବୈଠକ ଏବଂ ର୍ନିଧାରିତ ବି୨ବି ବୈଠକ ଏକତ୍ରିତ ହେବ ଏବଂ ଭାରତୀୟ ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀ ଏବଂ ବିଦେଶୀ ଅଂଶଗ୍ରହଣକାରୀଙ୍କୁ ଗୋଟିଏ ମଞ୍ଚରେ ଏକାଠି କରିବ ।  ଏହି ସମ୍ମିଳନୀରେ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ, ପର୍ଯ୍ୟଟନ ମନ୍ତ୍ରଣାଳୟ, ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ, ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରଣାଳୟ, ଆୟୁଷ ମନ୍ତ୍ରଣାଳୟ, ଶିଳ୍ପ, ଷ୍ଟାର୍ଟଅପ୍ ଇତ୍ୟାଦି ବିଶିଷ୍ଟ ବକ୍ତା ତଥା ବିଶେଷଜ୍ଞଙ୍କ ସହ ପ୍ୟାନେଲ୍ ଆଲୋଚନା ସହିତ ହିତାଧିକାରୀମାନଙ୍କ ସହିତ ପାରସ୍ପରିକ ଅଧିବେଶନ ହେବ ।

ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟରେ ଜି-20ର ସ୍ୱତନ୍ତ୍ର କର୍ମଶାଳା,ସାମଗ୍ରିକ ବିକାଶକୁ ଗୁରୁତ୍ୱ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)