News

PM KISAN: ବଜେଟରେ କୃଷକଙ୍କୁ ବଡ଼ ଉପହାର

୬୦୦୦ ପରିବର୍ତ୍ତେ କୃଷକଙ୍କୁ ୮୦୦୦ ଟଙ୍କା ପ୍ରଦାନ କରିପାରନ୍ତି କେନ୍ଦ୍ର ସରକାର ।

09 July, 2024 10:55 AM IST By: Tanushree Mahapatra

କୃଷକଙ୍କ ବିକାଶ ଉପରେ ସର୍ବଦା ଅଧିକ ଗୁରୁତ୍ୱ ଦିଆଯାଇଛି । ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବା ପରେ ନରେନ୍ଦ୍ର ମୋଦୀ ପ୍ରଥମେ କୃଷକଙ୍କ ଫାଇଲରେ ଦସ୍ତଖତ କରିଥିବାର ନଜିର ରହିଥିଲା । ଆଗାମୀ ଦିନରେ କୃଷକଙ୍କୁ ଅନେକ ସୁଯୋଗ ଯୋଗାଇ ଦିଆଯିବ ଯାହା ଦେଶର କୃଷିକୁ ଆହୁରି ଉନ୍ନତ କରିବ l ତେବେ ଚଳିତ ମାସ ବସିବାକୁ ଯାଉଥିବା ବଜେଟରେ କୃଷକଙ୍କ ପାଇଁ ବଡ଼ ଉପହାର ।

ଚାଷୀଙ୍କୁ ପିଏମ କିସାନ ଯୋଜନାରେ ମିଳୁଥିବା ବାର୍ଷିକ ଆର୍ଥିକ ସହାୟତା ରାଶିକୁ ବୃଦ୍ଧି କରିବା ପାଇଁ ବିଚାର କରୁଛନ୍ତି ସରକାର । ୬୦୦୦ ପରିବର୍ତ୍ତେ କୃଷକଙ୍କୁ ୮୦୦୦ ଟଙ୍କା ପ୍ରଦାନ କରିପାରନ୍ତି କେନ୍ଦ୍ର ସରକାର ।

ସୂଚନା ଅନୁଯାୟୀ, ବଜେଟ ପୂର୍ବରୁ ଏକ ବୈଠକରେ ନିର୍ମଳା ସୀତାରମଣଙ୍କ ସହ କୃଷକଙ୍କ ସହ ଜଡ଼ିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରାଯାଇଛି । ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ରହିଥିଲା ପିଏମ କିସାନ ଯୋଜନାର ସହାୟତା ରାଶି । ଚଳିତ ୨୦୨୪ ବଜେଟରେ ବାର୍ଷିକ ରାଶି ୬୦୦୦ ଟଙ୍କାରୁ ୮୦୦୦ ଟଙ୍କା ହୋଇପାରେ ବୋଲି ଆଶା କରାଯାଉଛି । ଯାହା ସୂଚନା ରହିଛି ଏ ନେଇ ଅର୍ଥମନ୍ତ୍ରୀଙ୍କ ସହ ବୈଠକରେ ଆଲୋଚନା କରାଯାଇଛି । ଯଦି ଏହା ଉପରେ ମୋହର ହୁଏ ତେବେ କୃଷକମାନଙ୍କ ପାଇଁ ଏହା ଏକ ବଡ଼ ଉପହାର ହୋଇପାରିବ ।

ଜୁନ୍ ୧୮ ତାରିଖ ଶପଥ ଗ୍ରହଣ କରିବା ପରେ ପ୍ରଥମେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପିଏମ କିସାନ ଯୋଜନାର ୧୭ତମ କିସ୍ତି ଫାଇଲକୁ ମଞ୍ଜୁରୀ ପ୍ରଦାନ କରିଥିଲେ ଯାହାଦ୍ୱାରା ଚାଷୀଙ୍କୁ ଏହି କିସ୍ତି ଟଙ୍କା ପ୍ରଦାନ କରାଯାଇଥିଲା । ଏଥିରେ ପ୍ରାୟ ୯.୩ କୋଟି କୃଷକଙ୍କ ଆକାଉଣ୍ଟକୁ ସର୍ବମୋଟ ୨୦ ହଜାର କୋଟି ଟଙ୍କା ରାଶି ପ୍ରଦାନ କରାଯାଇଥିଲା ।

ଯଦି, ବଜେଟରେ ଏହି ପ୍ରସ୍ତାବ ପାରିତ ହୁଏ ତେବେ, ଚାଷୀଙ୍କୁ ୬୦୦୦ ଟଙ୍କା ପରିବର୍ତ୍ତେ ୮୦୦୦ ଟଙ୍କା ପାଇବେ । ପିଏମ କିସାନ ଯୋଜନା ମାଧ୍ୟମରେ କୃଷକଙ୍କ ଆକାଉଣ୍ଟକୁ ବାର୍ଷିକ ୩ ଥର ୨୦୦୦ ଟଙ୍କା କେନ୍ଦ୍ର ସରକାର ପଠାଇଥାନ୍ତି । ବର୍ତ୍ତମାନ ଏହି ଟଙ୍କା ବାର୍ଷିକ ୮୦୦୦ ଟଙ୍କାକୁ ବୃଦ୍ଧି ହୋଇପାରେ ବୋଲି ଚର୍ଚ୍ଚା ଜୋର ଧରିଛି ।

ଅଧିକ ପଢ଼ନ୍ତୁ

FSSAI ଲାଗୁକଲା ନୂଆ ନିୟମ: ଖାଉଟି ପାଇଁ ବହୁ ଗୁରୁତ୍ବପୂର୍ଣ୍ଣ

E-Shram Card: ଶ୍ରମିକଙ୍କ ପାଇଁ ବଡ଼ ଖବର !

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)