News

PM Kisan: ନୂଆ ବର୍ଷରେ ଚାଷୀଙ୍କୁ ମୋଦିଙ୍କ ଭେଟି, ୧୦ କୋଟି ଚାଷୀଙ୍କ ଖାତାକୁ ଗଲା ୨୦ କୋଟି

ନୂଆ ବର୍ଷରେ ଚାଷୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି(PM Modi)ଙ୍କ ଉପହାର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Modi) ଆଜି ଅର୍ଥାତ (ଶନିବାର ଦିନ) କୃଷକମାନଙ୍କୁ ନୂତନ ବର୍ଷ (New Year 2022) ଉପହାର ଦେଇ ପିଏମ କିସାନ ସମ୍ମାନ ନିଧି ଯୋଜନାର (PM Kisan Samman Nidhi Yojana) ଦଶମ କିସ୍ତି (10th Installment) ରିଲିଜ କରିଛନ୍ତି ।

01 January, 2022 3:11 PM IST By: Sudesna Nayak

ନୂଆ ବର୍ଷରେ ଚାଷୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି(PM Modi)ଙ୍କ ଉପହାର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Modi) ଆଜି ଅର୍ଥାତ (ଶନିବାର ଦିନ) କୃଷକମାନଙ୍କୁ ନୂତନ ବର୍ଷ (New Year 2022) ଉପହାର ଦେଇ ପିଏମ କିସାନ ସମ୍ମାନ ନିଧି ଯୋଜନାର (PM Kisan Samman Nidhi Yojana) ଦଶମ କିସ୍ତି (10th Installment) ରିଲିଜ କରିଛନ୍ତି । ଏହି କିସ୍ତିରେ ସରକାର ୨୦ କୋଟିରୁ ଅଧିକ ଟଙ୍କା ୧୦ କୋଟି ଚାଷୀଙ୍କୁ ଟ୍ରାନ୍ସଫର କରିଛନ୍ତି । ଏହି କିସ୍ତିରେ ୧୦ କୋଟି ଚାଷୀଙ୍କୁ ସରକାର ୨୦ କୋଟିରୁ ଅଧିକ ଟଙ୍କା ପ୍ରଦାନ କରିଛନ୍ତି । ଚାଷୀଙ୍କ ଖାତାକୁ ଯାଇଛି ଏହି ଟଙ୍କା ।

ଏହା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରାୟ ୩୫୧ କୃଷକ ଉତ୍ପାଦକ ସଂଗଠନକୁ ୧୪ କୋଟିରୁ ଅଧିକ ଇକ୍ୱିଟି ଅନୁଦାନ ମଧ୍ୟ ପ୍ରଦାନ କରିଛନ୍ତି, ଏହାଦ୍ୱାରା ୧.୨୪ ଲକ୍ଷରୁ ଅଧିକ ଚାଷୀମାନେ ଉପକୃତ ହେବେ ।

ପ୍ରକାଶ ଥାଉ ଯେ, ପିଏମ କିସାନ ସମ୍ମାନ ନିଧି ଯୋଜନା (PM Kisan Samman Nidhi Yojana)ଅନ୍ତର୍ଗତ ୩ ଟି କିସ୍ତିରେ କୃଷକମାନଙ୍କ ଆକାଉଣ୍ଟକୁ ବାର୍ଷିକ ୬,୦୦୦ ଟଙ୍କା ପଠାଯାଏ । ପ୍ରତି ୪ ମାସରେ ୨୦୦୦ ଟଙ୍କା କିସ୍ତି ପଠାଯାଇଥାଏ । ପିଏମ କିସାନ (PM Kisan) ପୋର୍ଟାଲ ଅନୁଯାୟୀ, ଏହି ଯୋଜନାର ପ୍ରଥମ କିସ୍ତି ଡିସେମ୍ବର ୧ ରୁ ମାର୍ଚ୍ଚ ୩୧ ମଧ୍ୟରେ ଆସିଥାଏ । ଦ୍ୱିତୀୟ କିସ୍ତି ଏପ୍ରିଲ ୧ ରୁ ଜୁଲାଇ ୩୧ ମଧ୍ୟରେ କୃଷକମାନଙ୍କ ଆକାଉଣ୍ଟରେ ପହଞ୍ଚିଥାଏ । ତୃତୀୟ କିସ୍ତି ଅଗଷ୍ଟ ୧ ରୁ ନଭେମ୍ବର ୩୦ ମଧ୍ୟରେ କୃଷକମାନଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର ହୋଇଥାଏ ।

ପ୍ରକାଶ ଥାଉ ଯେ, ଧ୍ୟାନ ରଖନ୍ତୁ, ଯଦି ଟଙ୍କା ନ ମିଳେ ତେବେ ଏହି ନମ୍ବରରେ ଅଭିଯୋଗ କରନ୍ତୁ...

ପିଏମ କିସାନ ଟ୍ରୋଲ ଫ୍ରି ନମ୍ବର (PM Kisan Toll Free Number):୧୮୦୦୧୧୫୫୧୬୬
ପିଏମ କିସାନ ହେଲ୍ପଲାଇନ ନମ୍ବର (PM Kisan Helpline Number): ୧୫୫୨୬୧
ପିଏମ କିସାନ ଲ୍ୟାଣ୍ତ ଲାଇନ ନମ୍ବର (PM Kisan Landline Number) : ୦୧୧-୨୩୩୮୨୦୯୨, ୨୩୩୮୨୪୦୧
ପିଏମ କିସାନର ନୂଆ ହେଲ୍ପଲାଇନ ନମ୍ବର (PM Kisan new Helpline Number): ୦୧୧-୨୪୩୦୦୬୦୬
ପିଏମ କିସାନରର ଆଉ ଏକ ହେଲ୍ପଲାଇନ ନମ୍ବର ଅଛି (PM Kisan another one Helpline Number): ୦୧୨୦-୬୦୨୫୧୦୯
ଇମେଲ ଆଇଡି (E-Mail ID): pmkisan-ict@gov.in

ନୂଆ ବର୍ଷରେ ଚାଷୀଙ୍କୁ ମୋଦି ସରକାରଙ୍କ ଭେଟି, ୧୦ କୋଟି କୃଷକଙ୍କ ଆକାଉଣ୍ଟକୁ ଯିବ ୨୦ ହଜାର କୋଟି ଟଙ୍କା

PM Kisan: ନୂଆ ବର୍ଷରେ ଚାଷୀଙ୍କ ଆକାଉଣ୍ଟକୁ ୪ ହଜାର ଲେଖାଏଁ ଟ୍ରାନ୍ସଫର୍ କରିବେ PM ମୋଦି

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)