News

PM Kisan Yojanaରେ ବଡ଼ ପରିବର୍ତ୍ତନ, ତୁରନ୍ତ କରନ୍ତୁ ଅପଡେଟ ନଚେତ୍ ଆସିବନି ଟଙ୍କା,ଜାଣନ୍ତୁ...

ଏବେ ଚାଷୀମାନେ ନିଜର କିସ୍ତି ଓ ଷ୍ଟାଟସ ଚେକ୍ କରିବାକୁ ପ୍ରଥମତଃ କିସାନ ଖାତାରେ ପଞ୍ଜିକରଣ କରିଥିବା ମୋବାଇଲ ନମ୍ବର ଦେବାକୁ ପଡ଼ିବ ।

21 February, 2022 2:53 PM IST By: Sudesna Nayak

ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନା (PM Kisan Samman Nidhi Yojana 11th installment)ର ୧୧ ତମ କିସ୍ତି କେବେ ରିଲିଜ୍ ହେବ ତାହା ଜାଣିବାକୁ ଚାହୁଁଛନ୍ତି ଚାଷୀ (Farmers)। ହେଲେ କିସ୍ତି ଚାଷୀ (Farmers)ଙ୍କ ଆକାଉଣ୍ଟକୁ ଆସିବା ପୂର୍ବରୁ ଏକ ବଡ ଅପଡେଟ ଜାରି କରାଯାଇଛି ।

ଏବେ ଚାଷୀମାନେ (Farmers)ନିଜର କିସ୍ତି ଓ ଷ୍ଟାଟସ ଚେକ୍ କରିବାକୁ ପ୍ରଥମତଃ କିସାନ ଖାତାରେ ପଞ୍ଜିକରଣ କରିଥିବା ମୋବାଇଲ ନମ୍ବର (Mobile Number) ଦେବାକୁ ପଡ଼ିବ । ଏହାବାଦ୍ ଆପଣ ଆପଣମାନଙ୍କ କିସ୍ତିର ଷ୍ଟାଟସ ସହ ଖାତା ସହିତ ଜଡ଼ିତ ଅନ୍ୟ ତଥ୍ୟ ଗୁଡି଼କ ପାଇପାରିବେ ।

ସୂଚନା ଅନୁଯାୟୀ, କେନ୍ଦ୍ର ସରକାର (Central Government)ଦେଶର ଚାଷୀ (Farmers)ଙ୍କୁ ହୋଲି ସମୟରେ ମିଳିପାରେ ଖୁସିଖବର । କେନ୍ଦ୍ର ସରକାର ପିଏମ କିସାନ ଯୋଜନାର ୧୧ ତମ କିସ୍ତି (PM Kisan Samman Nidhi Yojana 11th installment) ଚାଷୀଙ୍କ ଆକାଉଣ୍ଟକୁ ପଠାଇପାରନ୍ତି । ଯଦି ଆକାଉଣ୍ଟକୁ ଟଙ୍କା ଆସେ ତେବେ ହୋଲି ଅବସରରେ କେନ୍ଦ୍ର ସରକାରଙ୍କ ହୋଲି ଅବସରରେ ଉପହାର ବୋଲି କୁହାଯିବ ନିଶ୍ଚିତ ।

ମାତ୍ର ଏହାବାଦ୍ ପିଏମ କିସାନ ଯୋଜନା (PM Kisan Yojana)ର ସର୍ତ୍ତରେ ବଡ ପରିବର୍ତ୍ତନ କରାଯାଇଛି । ଯୋଜନାରେ ରେଜିଷ୍ଟ୍ରଡ ଚାଷୀଙ୍କୁ ଏହି ସର୍ତ୍ତ ଗୁଡିକୁ ପୁରା କରିବାକୁ ପଡ଼ିବ । ଯଦି ଚାଷୀ(Farmers)ମାନେ ଏହି ସର୍ତ୍ତ ପୁରା ନକରନ୍ତି ତେବେ ଆକାଉଣ୍ଟକୁ ଟଙ୍କା ଆସିପାରିବ ନାହିଁ ।

ଏବେ ଯାଏ କୌଣସି ଚାଷୀ (Farmers) ପିଏମ କିସାନ ଯୋଜନା (Pm kisan Yojana)ର ଅଧିକାରୀକ ୱେବସାଇଟରେ ଯାଇ ନିଜ କିସ୍ତି ଓ ଷ୍ଟାଟସ ଚେକ୍ କରିପାରିବେ । ମାତ୍ର ଏବେ ଏହା ସମ୍ଭବ ହୋଇପାରିବ ନାହିଁ । କେନ୍ଦ୍ର ସରକାର (Central Government)ଏହି ସୁବିଧାରେ ଏକ ବଡ ପରିବର୍ତ୍ତନ କରିଛନ୍ତି । ଏବେ ଚାଷୀ ମାନେ ନିଜର କିସ୍ତି ଓ ଷ୍ଟାଟସ ଚେକ୍ କରିବାକୁ ପ୍ରଥମତଃ କିସାନ ଖାତାରେ ପଞ୍ଜିକରଣ କରିଥିବା ମୋବାଇଲ ନମ୍ବର ଦେବାକୁ ପଡ଼ିବ । ଏହାବାଦ୍ ଆପଣ ଆପଣଙ୍କ କିସ୍ତିର ଷ୍ଟାଟସ ସହ ଖାତା ସହିତ ଜଡ଼ିତ ଅନ୍ୟ ତଥ୍ୟ ଗୁଡି଼କ ପାଇପାରିବେ ।

କେନ୍ଦ୍ର ସରକାର (Central Government)ପିଏମ କିସାନ ଯୋଜନା ଅଧିନରେ ପଞ୍ଜିକୃତ ସବୁ ଚାଷୀଙ୍କ ପାଇଁ ଇ-କେୱାଇସି (E-kyc) କରାଇବା ଅନିର୍ବାଯ୍ୟ ଘୋଷଣା କରିଛି । ଯଦି ଆପଣ ଏବେ ସୁଦ୍ଧା ନିଜର ପିଏମ କିସାନ ଖାତାର ଇ-କେୱାଇସି e-KYC କରିନାହାଁନ୍ତି ତେବେ ଏହି କାମ ଖୁବଶୀଘ୍ର କରିନିଅନ୍ତୁ ।

ପ୍ରକାଶ ଥାଉ ଯେ, ପିଏମ କିସାନ ଯୋଜନା (PM Kisan Yojana)ଅଧିନରେ ପଞ୍ଜିକୃତ ହୋଇଥିବା ଚାଷୀଙ୍କ ଖାତାକୁ ପ୍ରତିବର୍ଷ ପିଏମ କିସାନ ସମ୍ମାନ ନିଧି (PM kisan Samman nidhi Scheme) ଯୋଜନାରେ ୬ ହଜାର ଟଙ୍କା ଟ୍ରାନ୍ସଫର କରାଯାଇଥାଏ । ଏହି ରାଶି ଚାଷୀଙ୍କ ଖାତାରେ ପ୍ରତିମାସ ଅନ୍ତରାଳେରେ ୨୦୦୦ ଆକାରରେ ତିନୋଟି କିସ୍ତିରେ ଟ୍ରାନ୍ସଫର କରାଯାଏ । ଜାନୁଆରୀ ପହିଲା ୨୦୨୨ ରେ ଯୋଜନାର ୧୦ମ କିସ୍ତି ଚାଷୀଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରାଯାଇଥିଲା । ଆଉ ଏବେ ଖୁବଶୀଘ୍ର ୧୧ ତମ କିସ୍ତି ଚାଷୀ (Farmers)ଙ୍କୁ ମିଳିବାକୁ ଯାଉଛି ।

pm kisan Yojana 11th installment ରିଲିଜ ତାରିଖ ଜାଣନ୍ତୁ...

PM Kisan ଯୋଜନା ସମୟରେ ଯଦି କରିଥିବେ ଏମିତି କାମ, ତେବେ ଫେରାଇବେ ସବୁ ଟଙ୍କା; ଶୀଘ୍ର କରନ୍ତୁ ଚେକ୍

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)