News

PM Kisan Yojana:ଏହି ଦିନ ଆସିବ ୧୧ ତମ କିସ୍ତି, ଜାଣନ୍ତୁ ତାରିଖ...

ଏବେ ଚାଷୀମାନେ ନିଜର କିସ୍ତି ଓ ଷ୍ଟାଟସ ଚେକ୍ କରିବାକୁ ପ୍ରଥମତଃ କିସାନ ଖାତାରେ ପଞ୍ଜିକରଣ କରିଥିବା ମୋବାଇଲ ନମ୍ବର ଦେବାକୁ ପଡ଼ିବ । ଏହାବାଦ୍ ଆପଣ ଆପଣମାନଙ୍କ କିସ୍ତିର ଷ୍ଟାଟସ ସହ ଖାତା ସହିତ ଜଡ଼ିତ ଅନ୍ୟ ତଥ୍ୟ ଗୁଡି଼କ ପାଇପାରିବେ ।

22 February, 2022 2:56 PM IST By: Sudesna Nayak

ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନା (PM Kisan Samman Nidhi Yojana 11th installment)ର ୧୧ ତମ କିସ୍ତି କେବେ ରିଲିଜ୍ ହେବ ତାହା ଜାଣିବାକୁ ଚାହୁଁଛନ୍ତି ଚାଷୀ (Farmers) । ହେଲେ କିସ୍ତି ଚାଷୀ (Farmers)ଙ୍କ ଆକାଉଣ୍ଟକୁ ଆସିବା ପୂର୍ବରୁ ଏକ ବଡ ଅପଡେଟ ଜାରି କରାଯାଇଛି ।

ଏବେ ଚାଷୀମାନେ (Farmers)ନିଜର କିସ୍ତି ଓ ଷ୍ଟାଟସ ଚେକ୍ କରିବାକୁ ପ୍ରଥମତଃ କିସାନ ଖାତାରେ ପଞ୍ଜିକରଣ କରିଥିବା ମୋବାଇଲ ନମ୍ବର ଦେବାକୁ ପଡ଼ିବ । ଏହାବାଦ୍ ଆପଣ ଆପଣମାନଙ୍କ କିସ୍ତିର ଷ୍ଟାଟସ ସହ ଖାତା ସହିତ ଜଡ଼ିତ ଅନ୍ୟ ତଥ୍ୟ ଗୁଡି଼କ ପାଇପାରିବେ ।

ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀ କିସାନ ଯୋଜନା (PM Kisan Samman Nidhi Yojana) ଅଧୀନରେ ପଞ୍ଜୀକୃତ ହୋଇଥିବା ଚାଷୀଙ୍କ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ ଚାଷୀ (Farmers)ଙ୍କ ପାଇଁ ସରକାର e-KYC ବାଧ୍ୟତାମୂଳକ କରିଛନ୍ତି । ଯେପର୍ଯ୍ୟନ୍ତ କୃଷକମାନେ ସେମାନଙ୍କ ଖାତାର ଇ-କେୱାଇସି (e-KYC) ନ କରିଛନ୍ତି, ସେପର୍ଯ୍ୟନ୍ତ କିସାନ ସମ୍ମାନ ନିଧି ଯୋଜନା (PM Kisan Samman Nidhi Yojana)ର 11 ତମ କିସ୍ତି ସେମାନଙ୍କ ଆକାଉଣ୍ଟରେ କ୍ରେଡିଟ୍ କରାଯିବ ନାହିଁ ।

PM Kisan Samman Nidhi Yojanaରେ ଲାଭ ଉଠାଉଥିବା ଚାଷୀ (Farmers)ମାନଙ୍କ ପାଇଁ ଏହି ଯୋଜନାର ଅଫିସିଆଲ ୱେବସାଇଟରେ e-KYC ଆରମ୍ଭ ହୋଇଛି । ଯଦି ଆପଣ ଏହି ଯୋଜନା ଅଧିନରେ ୧୧ ତମ କିସ୍ତି ପାଇବାକୁ ଚାହୁଁଛନ୍ତି ତେବେ ନିର୍ଦ୍ଧାରିତ ସମୟ ପୂର୍ବରୁ e-KYC କରାଇନିଅନ୍ତୁ ।

ଯଦି ଆପଣ ଆପଣଙ୍କ ଆକାଉଣ୍ଟକୁ ଇ-କେୱାଇସି (e-KYC)କୁ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ କରିବାକୁ ସକ୍ଷମ ନୁହଁନ୍ତି, ତେବେ (PM Kisan Samman Nidhi Yojana) ର ୧୧ ତମ କିସ୍ତି ଆପଣଙ୍କ ଆକାଉଣ୍ଟରେ କ୍ରେଡିଟ୍ କରାଯିବ ନାହିଁ । ପଞ୍ଜୀକୃତ ଚାଷୀ (Farmers)ଙ୍କ ପାଇଁ ଇ-କେୱାଇସି (e-KYC)ର ଶେଷ ତାରିଖ ଭାବରେ କେନ୍ଦ୍ର ସରକାର (Central Government) ମାର୍ଚ୍ଚ ୩୧ ତାରିଖକୁ ଧାର୍ଯ୍ୟ କରିଛନ୍ତି । ଏଥିରୁ ଏହା ସ୍ପଷ୍ଟ ହୋଇଛି ଯେ, ମାର୍ଚ୍ଚ ୩୧ ପୂର୍ବରୁ ଏକାଦଶ କିସ୍ତିର ଟଙ୍କା କୃଷକ (Farmers)ଙ୍କ ଆକାଉଣ୍ଟକୁ ସ୍ଥାନାନ୍ତର ହେବ ନାହିଁ ।

ସେମିତିରେ ବି କେନ୍ଦ୍ର ସରକାର (Central Government)କିସାନ୍ ସମ୍ମାନ ନିଧି ଯୋଜନା (PM Kisan Samman Nidhi Yojana)ର କିସ୍ତି ଏପ୍ରିଲରୁ ଜୁଲାଇ ମଧ୍ୟରେ କେବଳ ଏପ୍ରିଲ ୧ ରୁ ଜୁଲାଇ ୩୧ ମଧ୍ୟରେ ସ୍ଥାନାନ୍ତର କରନ୍ତି । ତେଣୁ ଏହା ସ୍ପଷ୍ଟ ହୋଇଛି ଯେ ୧୧ ତମ କିସ୍ତି ମାର୍ଚ୍ଚ ୩୧ ପୂର୍ବରୁ କୃଷକ (Farmers)ଙ୍କ ଆକାଉଣ୍ଟକୁ ହସ୍ତାନ୍ତର ହେବ ନାହିଁ ।

ଏନେଇ ଏବେ ନିଜ ଆକାଉଣ୍ଟକୁ ଇ-କେୱାଇସି (e-KYC) କେମିତି କରିବାକୁ ପଡ଼ିବ ଜାଣନ୍ତୁ...

-ସର୍ବପ୍ରଥମେ ପଞ୍ଜୀକୃତ ଚାଷୀମାନଙ୍କୁ ପିଏମ କିସାନ ଯୋଜନାର ଅଫିସିଆଲ୍ ୱେବସାଇଟ୍ https://pmkisan.gov.in/ କୁ ଖୋଲିବାକୁ ପଡ଼ିବ ।

-ଏହା ପରେ, ଆପଣମାନଙ୍କୁ ପରଦାରେ ଦେଖାଯାଉଥିବା 'eKYC' ଅପ୍ସନ୍ ଉପରେ କ୍ଲିକ୍ କରିବାକୁ ପଡିବ ।

-ଏହାପରେ, ଆପଣମାନଙ୍କୁ ଆପଣଙ୍କର ହିଁ ଆଧାର ନମ୍ବର ପ୍ରବେଶ କରିବାକୁ ପଡିବ ଏବଂ ତା ପରେ ସର୍ଚ୍ଚ ଅପ୍ସନ୍ ଉପରେ କ୍ଲିକ୍ କରିବାକୁ ପଡିବ ।

-ଏହାପରେ ଆଧାର ସହିତ ସଂଯୁକ୍ତ ମୋବାଇଲ୍ ନମ୍ବରରେ ପ୍ରାପ୍ତ OTP କୁ ପ୍ରବେଶ କରିବାକୁ ପଡିବ ।

-ଏହା କରିବା ଦ୍ୱାରା ଆପଣମାନଙ୍କର ଇ-କେୱାଇସି eKYC ପ୍ରକ୍ରିୟା ସମାପ୍ତ ହେବ ।

-ଏଥିସହିତ ଆପଣ ଆପଣମାନଙ୍କର ନିକଟତମ ଜନସେବା କେନ୍ଦ୍ର ପରିଦର୍ଶନ କରି ଏହି କାର୍ଯ୍ୟ ମଧ୍ୟ କରିପାରିବେ ।

PM Kisan Yojanaରେ ବଡ଼ ପରିବର୍ତ୍ତନ, ତୁରନ୍ତ କରନ୍ତୁ ଅପଡେଟ ନଚେତ୍ ଆସିବନି ଟଙ୍କା,ଜାଣନ୍ତୁ...

pm kisan Yojana 11th installment ରିଲିଜ ତାରିଖ ଜାଣନ୍ତୁ...

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)