News

PM Modi In Varanasi: ବାରଣାସୀକୁ ମୋଦିଙ୍କ ଗିଫ୍ଟ

ଉତ୍ତରପ୍ରଦେଶବାସୀମାନଙ୍କୁ ଭେଟି ପରେ ଭେଟି ଦେଇ ଚାଲିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନିକଟରେ ବାରଣାସୀରେ କାଶୀ ବିଶ୍ବନାଥ କରିଡରର ଉଦଘାଟନ କରିବା ପରେ ଆଜି(ଗୁରୁବାର) ପୁଣି ୮୭୦ କୋଟି ଟଙ୍କାର ୨୨ଟି ବିକାଶମୂଳକ ପ୍ରକଳ୍ପର ଉଦଘାଟନ କରିବା ସହିତ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ ।

23 December, 2021 1:52 PM IST By: Sudesna Nayak

ଉତ୍ତରପ୍ରଦେଶବାସୀମାନଙ୍କୁ ଭେଟି ପରେ ଭେଟି ଦେଇ ଚାଲିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନିକଟରେ ବାରଣାସୀରେ କାଶୀ ବିଶ୍ବନାଥ କରିଡରର ଉଦଘାଟନ କରିବା ପରେ ଆଜି(ଗୁରୁବାର) ପୁଣି ୮୭୦ କୋଟି ଟଙ୍କାର ୨୨ଟି ବିକାଶମୂଳକ ପ୍ରକଳ୍ପର ଉଦଘାଟନ କରିବା ସହିତ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Modi to inaugurate several projects worth Rs 870 cr)। ଏନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।

ଆଜି(ଗୁରୁବାର)23.12.21 ରେ ଉଦଘାଟନ ହେବାକୁ ଥିବା ପ୍ରକଳ୍ପ ମଧ୍ୟରେ କରଖିୟାନ ପାର୍କରେ 30 ଏକର ଜମିରେ ନିର୍ମାଣ ହେବାକୁ ଥିବା 'ବାନାସ ଡାଏରୀ ସାନକୁଲ' ଅନ୍ୟତମ ଅଟେ । ୪୭୫ କୋଟି ଟଙ୍କାରେ ନିର୍ମାଣ ହେବ ଏହି ପ୍ରକଳ୍ପ । ଯାହାକୁ ନେଇ ଦିନକୁ ୫ ଲକ୍ଷ ଲିଟର ଦୁଗ୍ଧ ପ୍ରକ୍ରିୟାକରଣ କରିବାର କ୍ଷମତା ରହିବ । ଏହା ଗ୍ରାମୀଣ ଅର୍ଥନୀତିକୁ ମଜବୁତ କରିବାରେ ବହୁ ସହାୟକ ହେବ । ଏହା କୃଷକମାନଙ୍କ ପାଇଁ ନୂଆ ସୁଯୋଗ ମଧ୍ୟ ସୃଷ୍ଟି କରିବ । ଏହାସହ ବାନାସ ଡାଏରୀ ସହିତ ଜଡିତ ୧.୭ ଲକ୍ଷ ଦୁଗ୍ଧ ଉତ୍ପାଦକମାନଙ୍କୁ ୩୫ କୋଟିର ବୋନସ ବ୍ୟାଙ୍କ ଋଣ ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Modi)।

ଏହାଛଡା ବନାରସର ରାମନଗରରେ ଏକ ବାୟୋଗ୍ୟାସ ଇଲେକ୍ଟ୍ରିସିଟି ଜେନେରେସନ ପ୍ଲାଣ୍ଟର ଉତ୍ତିପ୍ରସ୍ତର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହାସହିତ ରାଷ୍ଟ୍ରୀୟ ଦୁଗ୍ଧ ବିକାଶ ବୋର୍ଡ (NDDB) ସହାୟତାରେ ବ୍ୟୁରୋ ଅଫ୍ ଇଣ୍ଡିଆନ୍ ଷ୍ଟାଣ୍ଡାର୍ଡ (ବିଏସ୍) ଦ୍ବାରା ବିକଶିତ ଦୁଗ୍ଧଜାତ ଦ୍ରବ୍ୟର କନଫର୍ମିଟି ଆସେସମେଣ୍ଟ ଯୋଜନା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ପୋର୍ଟାଲ୍ ଏବଂ ଲୋଗୋ ମଧ୍ୟ ଲଞ୍ଚ କରିବେ। ୟୁନିଫାଏଡ୍ ଲୋଗୋ ଉଭୟ BIS ଏବଂ NDDB ଗୁଣବତ୍ତା ଚିହ୍ନଟ ହେବ ।

କହିବାକୁ ଗଲେ, ତୃଣମୂଳ ସ୍ତରରେ ଜମି ମାଲିକାନା ସମସ୍ୟା ହ୍ରାସ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତରପ୍ରଦେଶର 20 ଲକ୍ଷରୁ ଅଧିକ ବାସିନ୍ଦାମାନଙ୍କୁ ସୌମିତ୍ର ଯୋଜନାରେ ଗ୍ରାମୀଣ ଆବାସିକ ଅଧିକାର ରେକର୍ଡ ‘ଘାରୁନି’ ବଣ୍ଟନ କରିବେ । ଯାହା ଭର୍ଚୁଆଲି ସମ୍ପର୍ଣ୍ଣ ହେବ ।

ବାରାଣାସୀରେ ଏକାଧିକ ସହରାଞ୍ଚଳ ବିକାଶ ପ୍ରକଳ୍ପମାନଙ୍କର ଉଦଘାଟନ କରିବେ । ଏଥିରେ ପୁରୁଣା କାଶୀ ୱାର୍ଡର ପୁନଃନିର୍ମାଣ, ବେନିଆବାଗରେ ଏକ ପାର୍କିଂ ଏବଂ ପାର୍କ, ଦୁଇଟି ପୋଖରୀର ସୌନ୍ଦର୍ଯ୍ୟକରଣ, ରାମନା ଗ୍ରାମରେ ଗୋଟିଏ ସ୍ବରେଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟ ଏବଂ ସ୍ମାର୍ଟ ସିଟି ମିଶନ୍ ଅଧୀନରେ 720 ସ୍ଥାନରେ ଉନ୍ନତ ସିସିଟିଭି କ୍ୟାମେରା ଲାଗିବା କାର୍ଯ୍ୟମାନ ମଧ୍ୟ ଅନ୍ତର୍ଭୁକ୍ତ ରହିଛି ।

ଶିକ୍ଷା କ୍ଷେତ୍ରରେ ପ୍ରାୟ 107 କୋଟି ଟଙ୍କା ବ୍ୟୟରେ ନିର୍ମିତ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ଇଣ୍ଟର ୟୁନିଭରସିଟି ସେଣ୍ଟର ଏବଂ ସେଣ୍ଟ୍ରାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଉଚ୍ଚଶିକ୍ଷା କେନ୍ଦ୍ର ଅନ୍ତର୍ଭୁକ୍ତ ରହିଛି ।

ଏଥିସହିତ ସ୍ବାସ୍ଥ୍ୟ କ୍ଷେତ୍ରରେ 130 କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

ମହିଳାଙ୍କ ଆକାଉଣ୍ଟକୁ ୪ ହଜାର ଲେଖାଏଁ ଟଙ୍କା ଟ୍ରାନ୍ସଫର କଲେ ପିଏମ ମୋଦି

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)