News

PM Kisan: ନୂଆ ବର୍ଷରେ ଚାଷୀଙ୍କୁ ମୋଦିଙ୍କ ଉପହାର, ୧୦ କୋଟି କୃଷକଙ୍କ ଆକାଉଣ୍ଟକୁ ଯିବ ୨୦ ହଜାର କୋଟି ଟଙ୍କା

ଆଜି (ଶନିବାର) ରିଲିଜ ହେବ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (PM Kisan Samman Nidhi Yojana)ର ଦଶମ କିସ୍ତି (10th Installment)। ଏନେଇ ଆଜି ଦିନ ୧୨ ଟା ୩୦ ମିନିଟରେ ଭିଡିଓ କନଫରେନ୍ସିଂ ଜରିଆରେ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

01 January, 2022 10:41 AM IST By: Sudesna Nayak

ନୂଆ ବର୍ଷରେ ଚାଷୀଙ୍କୁ ଉପହାର ଦେବାକୁ ଯାଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପିଏମ କିଷାନ ସମ୍ମାନ ନିଧି ଯୋଜନା (PM Kisan Samman Nidhi Yojana)ଆଧାରରେ ଚାଷୀମାନଙ୍କୁ ୧୦ମ କିସ୍ତି (10th Installment) ଦିଆଯିବ ।

ଆଜି (ଶନିବାର) ରିଲିଜ ହେବ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (PM Kisan Samman Nidhi Yojana)ର ଦଶମ କିସ୍ତି (10th Installment)। ଏନେଇ ଆଜି ଦିନ ୧୨ ଟା ୩୦ ମିନିଟରେ ଭିଡିଓ କନଫରେନ୍ସିଂ ଜରିଆରେ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ପିଏମଓ (PMO)ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଏହି ଦଶମ କିସ୍ତି (10th Installment)ରେ ୨୦ ହଜାର କୋଟିରୁ ଅଧିକ ଟଙ୍କା ହିତାଧିକାରୀଙ୍କୁ ପ୍ରଦାନ କରାଯିବ । ୧୦ କୋଟିରୁ ଅଧିକ ହିତାଧିକାରୀ କୃଷକ ପରିବାରକୁ ଏହି ରାଶି ସ୍ଥାନାନ୍ତର କରିବାରେ ସକ୍ଷମ ହେବ ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ।

ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା (PM Kisan Samman Nidhi Yojana)ଅନୁଯାୟୀ, ଯୋଗ୍ୟ ହିତାଧିକାରୀ କୃଷକ ପରିବାରକୁ ବାର୍ଷିକ 6000 ଟଙ୍କା ଆର୍ଥିକ ଲାଭ ପ୍ରଦାନ କରାଯିବାର ବ୍ୟବସ୍ଥା ରହିଥିଲା । ପ୍ରତ୍ୟେକଟି କିସ୍ତି ୪-ମାସର ବ୍ୟବଧାନରେ 2 ହଜାର ଟଙ୍କା ପ୍ରଦାନ କରାଯାଇଥାଏ । ଏହି ପାଣ୍ଠି ସିଧାସଳଖ ହିତାଧିକାରୀମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସ୍ଥାନାନ୍ତରିତ ହୋଇଥାଏ ।

ପ୍ରକାଶ ଥାଉ କି, କେନ୍ଦ୍ର ସରକାର ଏହି ସ୍କିମ ଆଧାରରେ ଚାଷୀମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ବାର୍ଷିକ ୬ ହଜାର ଟଙ୍କା​‌ ଦେଉଛନ୍ତି । ଏହି ସହାୟତା ରାଶିକୁ ଚାଷୀମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୩ଟି କିସ୍ତିରେ ପଠାନ୍ତି କେନ୍ଦ୍ର ସରକାର । ପ୍ରତି ୪ ମାସ ବ୍ୟବଧାନରେ ଚାଷୀମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୨ ହଜାର ଟଙ୍କା ଲେଖାଏଁ ଆସିଥାଏ । ବର୍ତ୍ତମାନ ସୁଦ୍ଧା ଏହି ଯୋଜନା ମାଧ୍ୟମରେ ଚାଷୀମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ମୋଟ ୧.୬ ଲକ୍ଷ କୋଟି ଟଙ୍କା ପଠାଇସାରିଛନ୍ତି କେନ୍ଦ୍ର ସରକାର ।

ଏହି ଯୋଜନାରେ ୧.୬ ଲକ୍ଷ କୋଟି ଟଙ୍କାରୁ ଅଧିକ ପରିମାଣର ଆର୍ଥିକ ରାଶି ବର୍ତ୍ତମାନ ପର୍ଯ୍ୟନ୍ତ କୃଷକ ବ୍ଯାଙ୍କ ଖାତାକୁ ହସ୍ତାନ୍ତର କରାଯାଇଥିବା ସୂଚନା ଦେଇଛନ୍ତି କେନ୍ଦ୍ର ସରକାର । ଏଥି ସହ କୃଷକ ଉତ୍ପାଦ ସଂଗଠନସହ ଯୋଗଯୋଗ କରିବା କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି । ଏହାପରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ନୂଆ ବର୍ଷରେ ଚାଷୀଙ୍କୁ ମୋଦି ସରକାରଙ୍କ ଭେଟି, ୧୦ କୋଟି କୃଷକଙ୍କ ଆକାଉଣ୍ଟକୁ ଯିବ ୨୦ ହଜାର କୋଟି ଟଙ୍କା

ବାତ୍ୟା ‘ଜଓ୍ୱାଦ’କ୍ଷତିଗ୍ରସ୍ତଙ୍କ ପାଇଁ ଆର୍ଥିକ ସହାୟତା : ୫୦୭ କୋଟି ଟଙ୍କାର ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)