News

ନୂଆ ବର୍ଷରେ ଚାଷୀଙ୍କୁ ମୋଦି ସରକାରଙ୍କ ଭେଟି, ୧୦ କୋଟି କୃଷକଙ୍କ ଆକାଉଣ୍ଟକୁ ଯିବ ୨୦ ହଜାର କୋଟି ଟଙ୍କା

ନୂଆ ବର୍ଷରେ ଚାଷୀଙ୍କୁ ଉପହାର ଦେବାକୁ ଯାଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପିଏମ କିଷାନ ସମ୍ମାନ ନିଧି ଯୋଜନା ଆଧାରରେ ଚାଷୀମାନଙ୍କୁ ୧୦ମ କିସ୍ତି ଦିଆଯିବ । ଏହି ଅର୍ଥ ରାଶି ଜାନୁୟାର ୧ ତାରିଖ ଅର୍ଥାତ ନୂଆ ବର୍ଷରେ ଚାଷୀମାନଙ୍କ ଆକାଉଣ୍ଟକୁ ଯିବ ।

30 December, 2021 11:24 AM IST By: Sudesna Nayak

ନୂଆ ବର୍ଷରେ ଚାଷୀଙ୍କୁ ଉପହାର ଦେବାକୁ ଯାଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପିଏମ କିଷାନ ସମ୍ମାନ ନିଧି ଯୋଜନା ଆଧାରରେ ଚାଷୀମାନଙ୍କୁ ୧୦ମ କିସ୍ତି ଦିଆଯିବ । ଏହି ଅର୍ଥ ରାଶି ଜାନୁୟାର ୧ ତାରିଖ ଅର୍ଥାତ ନୂଆ ବର୍ଷରେ ଚାଷୀମାନଙ୍କ ଆକାଉଣ୍ଟକୁ ଯିବ ।

ସୂଚନା ଅନୁଯାୟୀ, ଦେଶର ୧୦ କୋଟି ଚାଷୀମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୨୦ ହଜାର କୋଟି ଟଙ୍କା ପଠାଇବେ କେନ୍ଦ୍ର ସରକାର ।

ସୂଚନାଯୋଗ୍ୟ ଯେ, ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରେ ବର୍ତ୍ତମାନ ସୁଦ୍ଧା ଚାଷୀମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ମୋଟ ୧.୬ ଲକ୍ଷ କୋଟି ଟଙ୍କାର ପଠାଇ ସାରିଲେଣି କେନ୍ଦ୍ର ସରକାର ।

ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ଜାରି କରାଯାଇଥିବା ପ୍ରେସ୍‌ ରିଲିଜ୍‌ରେ କୁହାଯାଇଛି ଯେ, ୨୦୨୨ ଜାନୁଆରୀ ୧ ତାରିଖ ଦିନ ୧୨.୩୦ ସମୟରେ ଭିଡିଓ କନଫରେନ୍ସ ମାଧ୍ୟମରେ ହେବାକୁ ଥିବା କାର୍ଯ୍ୟକ୍ରମରେ ଏହି ଯୋଜନା ମାଧ୍ୟମରେ ଦେଶର ୧୦ କୋଟି ଚାଷୀମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସହାୟତା ରାଶି ପଠାଇବେ ମୋଦି ସରକାର ।

କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ୩୫୧ ଏଫ‌ପିଓକୁ ୧୪ କୋଟି ଟଙ୍କାର ଇକ୍ବିଟି ଅନୁଦାନ ମଧ୍ୟ ପ୍ରଦାନ କରାଯିବ । ଏହାଦ୍ବାରା ଦେଶର ପ୍ରାୟ ୧.୨୪ ଲକ୍ଷ ଚାଷୀମାନେ ଉପକୃତ ହେବେ​‌ । ଏହା ସହିତ ନୂଆ ବର୍ଷରେ ଦେଶବାସୀମାନଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ସମେତ କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ମଧ୍ୟ ସାମିଲ ହେବେ ।

ପ୍ରକାଶ ଥାଉ କି, କେନ୍ଦ୍ର ସରକାର ଏହି ସ୍କିମ ଆଧାରରେ ଚାଷୀମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ବାର୍ଷିକ ୬ ହଜାର ଟଙ୍କା​‌ ଦେଉଛନ୍ତି । ଏହି ସହାୟତା ରାଶିକୁ ଚାଷୀମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୩ଟି କିସ୍ତିରେ ପଠାନ୍ତି କେନ୍ଦ୍ର ସରକାର । ପ୍ରତି ୪ ମାସ ବ୍ୟବଧାନରେ ଚାଷୀମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୨ ହଜାର ଟଙ୍କା ଲେଖାଏଁ ଆସିଥାଏ । ବର୍ତ୍ତମାନ ସୁଦ୍ଧା ଏହି ଯୋଜନା ମାଧ୍ୟମରେ ଚାଷୀମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ମୋଟ ୧.୬ ଲକ୍ଷ କୋଟି ଟଙ୍କା ପଠାଇସାରିଛନ୍ତି କେନ୍ଦ୍ର ସରକାର ।

PM Kisan: ନୂଆ ବର୍ଷରେ ଚାଷୀଙ୍କ ଆକାଉଣ୍ଟକୁ ୪ ହଜାର ଲେଖାଏଁ ଟ୍ରାନ୍ସଫର୍ କରିବେ PM ମୋଦି