News

PM Pension Yojana:ବରିଷ୍ଠ ନାଗରିକଙ୍କ ପାଇଁ ସରକାରଙ୍କ ପେନସନ ସ୍କିମ ; ମିଳିବ ୧.୧ ଲକ୍ଷ

ବରିଷ୍ଠ ନାଗରିକ (senior citizens)ଙ୍କ ପାଇଁ ଏକ ଖୁସି ଖବର ଅଛି । ବର୍ତ୍ତମାନ ସରକାର ୬୦ ବର୍ଷରୁ ଅଧିକ ଲୋକମାନଙ୍କ ପାଇଁ 'PM Vaya Vandana Yojana' ଆରମ୍ଭ କରିଛନ୍ତି ।

24 January, 2022 4:29 PM IST By: Sudesna Nayak

ବରିଷ୍ଠ ନାଗରିକ (senior citizens)ଙ୍କ ପାଇଁ ଏକ ଖୁସି ଖବର ଅଛି । ବର୍ତ୍ତମାନ ସରକାର ୬୦ ବର୍ଷରୁ ଅଧିକ ଲୋକମାନଙ୍କ ପାଇଁ 'PM Vaya Vandana Yojana' ଆରମ୍ଭ କରିଛନ୍ତି ।

ଏହା ଅଧୀନରେ, ଆପଣ ବାର୍ଷିକ ୧,୧୧,୦୦୦ ଟଙ୍କା ପର୍ଯ୍ୟନ୍ତ ଏକ ପେନସନ ସିନିୟର ସିଟିଜେନ୍ସ ସେଭିଂ ସ୍କିମ (Senior Citizens Savings Scheme) ପାଇପାରିବେ ।

ଅବଧି କେତେ ସମୟ ଅଟେ,ଜାଣନ୍ତୁ...

ବୃଦ୍ଧମାନଙ୍କୁ ଜୀବନର ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟରେ ଆର୍ଥିକ ଦୃଷ୍ଟିରୁ ଆତ୍ମନିର୍ଭରଶୀଳ କରିବା ପାଇଁ ପ୍ରଧାନ ମନ୍ତ୍ର ବୟ ବନ୍ଦନା ଯୋଜନା ଆରମ୍ଭ ହୋଇଛି । ଏହାର ଅବଧି ମାର୍ଚ୍ଚ ୩୧, ୨୦୨୦ ପର୍ଯ୍ୟନ୍ତ ଥିଲା, କିନ୍ତୁ ବର୍ତ୍ତମାନ ଏହାକୁ ମାର୍ଚ୍ଚ ୨୦୨୩ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।

କିଏ ଉପକୃତ ହେବ,ଜାଣନ୍ତୁ...

ଏହି ଯୋଜନାରେ ଯୋଗଦେବା ପାଇଁ ସର୍ବନିମ୍ନ କାର୍ଯ୍ୟ ବୟସ ୬୦ ବର୍ଷ ଅଟେ । ତାହା ହେଉଛି, ୬୦ ବର୍ଷ କିମ୍ବା ତା ଠାରୁ ଅଧିକ ନାଗରିକ ଏଥିରେ ବିନିଯୋଗ କରିପାରିବେ । ଏହା ଅଧୀନରେ ସର୍ବାଧିକ ବୟସ ସୀମା ନାହିଁ ।

LICକୁ ଦାୟିତ୍ୱ ଦିଆଯାଇଛି,ଜାଣନ୍ତୁ...

ଜଣେ ବ୍ୟକ୍ତି ଏହି ଯୋଜନାରେ ସର୍ବାଧିକ ୧୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନିଯୋଗ କରିପାରିବେ । ଏହି ଯୋଜନାର ପରିଚାଳନା ଦାୟିତ୍ୱ ଜୀବନ ବୀମା ନିଗମ (LIC)କୁ ଦିଆଯାଇଛି । ଏହି ଯୋଜନାରେ ପେନସନ ପାଇଁ ଆପଣଙ୍କୁ ଏକଲକ୍ଷ ଟଙ୍କା ବିନିଯୋଗ କରିବାକୁ ପଡିବ । ଏବଂ ତାପରେ ଆପଣ ମାସିକ, ତ୍ରଇ ମାସିକ, ଅଧା ବାର୍ଷିକ କିମ୍ବା ବାର୍ଷିକ ପେନସନ ପାଇଁ ଚୟନ କରିପାରିବେ ।

ବାର୍ଷିକ ପେନସନ କେତେ ହେବ,ଜାଣନ୍ତୁ...

ଏହି ଯୋଜନା ଅଧୀନରେ ଆପଣଙ୍କୁ ପ୍ରତି ମାସରେ ୧୦୦୦ ଟଙ୍କା ପେନସନ ପାଇଁ ୧,୬୨,୧୬୨ ଟଙ୍କା ବିନିଯୋଗ କରିବାକୁ ପଡିବ । ଏହି ଯୋଜନା ଅଧୀନରେ ସର୍ବାଧିକ ମାସିକ ପେନସନ ହେଉଛି ୯,୨୫୦ ଟଙ୍କା, ତ୍ରଇମାସିକ ୨୭,୭୫୦ ଟଙ୍କା, ଅଧା ବାର୍ଷିକ ପେନସନ ୫୫,୫୦୦ ଟଙ୍କା ଏବଂ ବାର୍ଷିକ ପେନସନ ୧,୧୧,୦୦୦ ଟଙ୍କା ।

କିପରି ବିନିଯୋଗ କରିବେ,ଜାଣନ୍ତୁ...

PMVVY ଯୋଜନା ବିଷୟରେ ବିସ୍ତୃତ ସୂଚନା ପାଇଁ ଆପଣ 022-67819281 କିମ୍ବା 022-67819290 ଡାଏଲ୍ କରିପାରିବେ । ଏହା ବ୍ୟତୀତ, ଆପଣ ଟୋଲ୍ ଫ୍ରି ନମ୍ବର 1800-227-717 ମଧ୍ୟ ଡାଏଲ୍ କରିପାରିବେ ।

ସେବା କର ଛାଡ଼ ହେବ,ଜାଣନ୍ତୁ...

ଏହି ଯୋଜନାକୁ ସେବା କର (Service Tax)ଏବଂ ଜିଏସ୍ଟି (GST)ରୁ ମୁକ୍ତ କରାଯାଇଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ ଆପଣ କୌଣସି ଗମ୍ଭୀର ରୋଗ କିମ୍ବା ଜୀବନସାଥୀଙ୍କ ଚିକିତ୍ସା ପାଇଁ ସମୟ ପୂର୍ବରୁ ଏହି ଟଙ୍କା ପ୍ରତ୍ୟାହାର କରିପାରିବେ ।

ଆବଶ୍ୟକ ଡକ୍ୟୁମେଣ୍ଟ୍,ଜାଣନ୍ତୁ...

ପ୍ରଧାନ ମନ୍ତ୍ରୀ ବୟ ବନ୍ଦନା ଯୋଜନା (pm vaya vandana yojana) ରେ ପୁଞ୍ଜି ବିନିଯୋଗ ପାଇଁ ପ୍ୟାନ କାର୍ଡର ଏକ ନକଲ, ଠିକଣା ପ୍ରମାଣର ଏକ ନକଲ ଏବଂ ବ୍ୟାଙ୍କ ପାସବୁକର ପ୍ରଥମ ପୃଷ୍ଠାର କପି ରହିବା ବାଧ୍ୟତାମୂଳକ ଅଟେ ।

ଋଣ ସୁବିଧା ମଧ୍ୟ ଉପଲବ୍ଧ,ଜାଣନ୍ତୁ...

ଏହି ଯୋଜନାରେ ଆପଣଙ୍କ ପାଇଁ ଏକ ଋଣ ସୁବିଧା ମଧ୍ୟ ଅଛି । ଏଥିରେ, ଆପଣ ୩ ବର୍ଷର ପଲିସି ପରେ PMVVY ଉପରେ ଋଣ ନେଇପାରିବେ । ସର୍ବାଧିକ ଋଣ ପରିମାଣ କ୍ରୟ ମୂଲ୍ୟର ୭୫% ରୁ ଅଧିକ ହୋଇପାରିବ ନାହିଁ । ଏହି ଯୋଜନାରେ ସରକାରଙ୍କ ଅନ୍ୟ ପେନସନ ଯୋଜନା ପରି ଟିକସ ସୁବିଧା ପ୍ରଦାନ କରାଯାଇ ନାହିଁ ।

PM Awas Yojana 2022: ପିଏମ ଯୋଜନାରେ ମିଳିବ ଏସବୁ ସୁବିଧା; ଉଠାନ୍ତୁ ଲାଭ

budget 2022 : ଆସିଲା ଗୁଡ ନ୍ୟୁଜ, ଗରିବ ଓ ବେରୋଜଗାରୀଙ୍କ ଆକାଉଣ୍ଟକୁ ଆସିବ ଟଙ୍କା

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)