News

ପିଏମ୍ ସ୍ୱନିଧି ଯୋଜନା: ଓଡିଶାକୁ ମିଳିଛି ୪୦୮୪.୪ ଲକ୍ଷ ଟଙ୍କା ଋଣ

ପିଏମ୍ ସ୍ୱନିଧି ଯୋଜନା ପ୍ରଥମ ପର୍ଯ୍ୟାୟରେ ଓଡିଶାକୁ ୩୪,୯୦୫ ଟି ଋଣ ଆବେଦନ ପାଇଁ ୩,୪୫୪.୩୦ ଲକ୍ଷ ଟଙ୍କା ମିଳିଛି ।

24 July, 2022 12:27 PM IST By: Shuvanshu Kar

ବାସଗୃହ ଏବଂ ସହରାଂଚଳ ବ୍ୟାପାର ମନ୍ତ୍ରଣାଳୟ (MoHUA) ଜୁନ୍ ୧, ୨୦୨୦ରେ ବୁଲା ବିକାଳି ମାନଙ୍କୁ, ଯେଉଁ ମାନଙ୍କର ବ୍ୟବସାୟ ଉପରେ କୋଭିଡ୍ – ୧୯ ମହାମାରୀ Covid-19 pandemic ସମୟରେ ପ୍ରତିକୂଳ ପ୍ରଭାବ ପଡିଥିଲା, ସେମାନଙ୍କର ବ୍ୟବସାୟ ଗୁଡିକୁ ପୁଣି ଥରେ ଆରମ୍ଭ କରିବା ପାଇଁ ଏକ ବର୍ଷର ସମୟ ଭିତରେ ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ବନ୍ଧକ ମୁକ୍ତ କାର୍ଯ୍ୟଶୀଳ ପୁଞ୍ଜି ଋଣର ସୁବିଧା ନିମନ୍ତେ ପିଏମ୍ ଷ୍ଟ୍ରିଟ୍ ଭେଣ୍ଡର୍ସ ଆତ୍ମ ନିର୍ଭର ନିଧି (PM SVANidhi) ଯୋଜନା ଆରମ୍ଭ କରା ଯାଇଛି ।

ଏଥିରେ ପ୍ରଥମ ପର୍ଯ୍ୟାୟରେ ଓଡିଶାକୁ ୩୪,୯୦୫ ଟି ଋଣ ଆବେଦନ ପାଇଁ ୩,୪୫୪.୩୦ ଲକ୍ଷ ଟଙ୍କା ମିଳିଛି । ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ଓଡିଶାକୁ ୩୧୫୧ ଋଣ ଆବେଦନ ପାଇଁ ୬୨୯ . ୫୫ ଲକ୍ଷ ଟଙ୍କା ମିଳିଛି । ତୃତୀୟ ପର୍ଯ୍ୟାୟରେ ଗୋଟିଏ ଆବେଦନ ପାଇଁ ୦.୫୦ ଲକ୍ଷ ଟଙ୍କା ପ୍ରଦାନ କରା ଯାଇଛି । ୨୧.୫୯ ଲକ୍ଷ ଟଙ୍କା ନଗଦ ଅର୍ଥ ଫେରସ୍ତ ମିଳିଥିବା ବେଳେ ୮୫. ୩୬ ଲକ୍ଷ ଟଙ୍କା ରିହାତି ମିଳିଛି । ଏହି ସମୟ ଭିତରେ ଓଡିଶାର ୪୭,୯୬୦ ବୁଲା ବିକାଳିଙ୍କୁ ତଥ୍ୟ ଭୁକ୍ତ କରା ଯାଇଥିବା ବେଳେ ୫,୩୦୩ ଟି ଯୋଜନାକୁ ଅନୁମୋଦନ ମିଳିଛି ।

ଏହି ଯୋଜନା ଅନୁସାରେ ଋଣକୁ ନିୟମିତ ଶୁଝିବା ଉପରେ ବାର୍ଷିକ ୭% ହାରରେ ଋଣ ସବସିଡି (ରିହାତି) ରୂପରେ ପ୍ରୋତ୍ସାହନ ପ୍ରଦାନ କରା ଯାଇଥାଏ ଏବଂ ନିର୍ଦ୍ଧାରିତ ଡିଜିଟାଲ୍ ଦେୟ ଶୁଝିବା ଉପରେ ପ୍ରତି ମାସରେ ୧୦୦ ଟଙ୍କା ପର୍ଯ୍ୟନ୍ତ ଟଙ୍କା ଫେରସ୍ତ ପ୍ରଦାନ ମିଳିଥାଏ । ଏହା ବ୍ୟତୀତ, ଠିକ୍ ସମୟରେ କିମ୍ବା ଶୀଘ୍ର ଋଣ ଶୁଝିବା ଉପରେ ବିକ୍ରେତା ଆଗାମୀ ଚକ୍ର ସମୟରେ କ୍ରମଶଃ ୨୦,୦୦୦ ଟଙ୍କା ଏବଂ ୫୦,୦୦୦ ଟଙ୍କା ବର୍ଦ୍ଧିତ କାର୍ଯ୍ୟଶୀଳ ପୁଞ୍ଜି ଋଣ ପାଇବା ପାଇଁ ଯୋଗ୍ୟ ହୋଇ ଥାଆନ୍ତି ।

ଏସବୁ ପରେ, ‘ସ୍ୱନିଧି ସେ ସମୃଦ୍ଧି’ ଯୋଜନା, ଭାରତ ସରକାରଙ୍କର ବର୍ତମାନର କାର୍ଯ୍ୟକ୍ଷମ ଥିବା ୮ଟି ସାମାଜିକ - ଆର୍ôଥକ କଲ୍ୟାଣକାରୀ ଯୋଜନା ଗୁଡିକ ସହିତ ସଂଯୁକ୍ତ କରାଯାଇ ହିତାଧିକାରୀ ମାନଙ୍କ ପରିବାର ମାନଙ୍କ ନିମନ୍ତେ ସୁରକ୍ଷା ଜାଲ ନିର୍ମାଣ କରିବା ନିମନ୍ତେ ଡିଜାଇନ୍ (ପ୍ରସ୍ତୁତ) କରା ଯାଇଛି । ଏହା ପ୍ରଥମ ପର୍ଯ୍ୟାୟରେ ୪ ଜାନୁଆରୀ, ୨୦୨୧ରେ ୧୨୫ ସହର ସ୍ଥାନୀୟ ସଂସ୍ଥା (ୟୁଏଲ୍‌ବି)ରେ ଆରମ୍ଭ କରା ଯାଇଥିଲା ଏବଂ ୧୨ ଏପ୍ରିଲ୍‌, ୨୦୨୨ରେ ୧୨୬ ୟୁଏଲ୍‌ବିକୁ ବିସ୍ତାରିତ କରା ଯାଇଥିଲା ।

ଏହି ଯୋଜନା ହିତାଧିକାରୀ ବୁଲା ବିକାଳି ମାନଙ୍କୁ ଇ - କମର୍ସ ପ୍ଲାଟଫର୍ମ (ମଂଚ)ରେ ନିଜର ଗ୍ରାହକ ମାନଙ୍କୁ ଅନ୍‌ଲାଇନ୍ ସେବା ଦେବା ପାଇଁ ଅନ୍ ବୋଡିଂର ସୁବିଧା ମଧ୍ୟ ପ୍ରଦାନ କରିଥାଏ ।

୧୨ ଜୁଲାଇ, ୨୦୨୨ ପର୍ଯ୍ୟନ୍ତ ସାରା ଦେଶରେ ୩୩.୩୭ ଲକ୍ଷ ଋଣ ନିମନ୍ତେ ୩,୬୨୧ କୋଟି ଟଙ୍କାର ଅର୍ଥ ରାଶି ବିତରଣ କରା ଯାଇ ସାରିଛି ।

Repo Rate Hike Impact: ଋଣ ସୁଧହାର ବଢାଇଲେ ବ୍ୟାଙ୍କ

କୃଷି ଋଣ ନିମନ୍ତେ କୃଷି ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବ୍ୟାଙ୍କରମାନଙ୍କ ବୈଠକ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)