News

ଏଲପିଜି ସିଲିଣ୍ଡର ପିଛା ଦର ୨୦୦ ଟଙ୍କା ହ୍ରାସ

ପ୍ରଧାମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗ୍ୟାସ ସିଲିଣ୍ଡର ପିଛା ମୂଲ୍ୟ ଦୁଇଶହ ଟଙ୍କା ଲେଖାଏଁ ହ୍ରାସ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ୩୩ କୋଟି ସଂଯୋଗ ନେଇଥିବା ସମସ୍ତ ଏଲପିଜି ଗ୍ରାହକଙ୍କ ନିମନ୍ତେ ଲାଗୁ ହେବ। ରକ୍ଷା ବନ୍ଧନ ଭଳି ପର୍ବରେ ଆମ ପରିବାରରେ ସୁଖ ଶାନ୍ତି ବୃଦ୍ଧି କରିବା ଆବଶ୍ୟକ ବୋଲି ଶ୍ରୀ ମୋଦୀ କହିଛନ୍ତି।

30 August, 2023 12:07 PM IST By: Tanushree Mahapatra

ପ୍ରଧାମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗ୍ୟାସ ସିଲିଣ୍ଡର ପିଛା ମୂଲ୍ୟ ଦୁଇଶହ ଟଙ୍କା ଲେଖାଏଁ ହ୍ରାସ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ୩୩ କୋଟି ସଂଯୋଗ ନେଇଥିବା ସମସ୍ତ ଏଲପିଜି ଗ୍ରାହକଙ୍କ ନିମନ୍ତେ ଲାଗୁ ହେବ। ରକ୍ଷା ବନ୍ଧନ ଭଳି ପର୍ବରେ ଆମ ପରିବାରରେ ସୁଖ ଶାନ୍ତି ବୃଦ୍ଧି କରିବା ଆବଶ୍ୟକ ବୋଲି ଶ୍ରୀ ମୋଦୀ କହିଛନ୍ତି। ପ୍ରଧାନମନ୍ତ୍ରୀ ଉଜ୍ଜ୍ବଳା ଯୋଜନା ଅଧିନସ୍ତ ଗ୍ରାହକମାନେ ସିଲିଣ୍ଡର ପିଛା ପାଉଥବା ଦୁଇ ଶହ ଟଙ୍କାର ରିହାତି ପୂର୍ବ ଭଳି ପାଇବେ। 

ସରକାର ମଧ୍ୟ ୭୫ ଲକ୍ଷ ଅତିରିକ୍ତ ପ୍ରଧାନମନ୍ତ୍ରୀ ଉଜ୍ଜ୍ବଳା ସଂଯୋଗ ଅନୁମୋଦନ କରିଛନ୍ତି। ଏହା ଫଳରେ ପ୍ରଧାନମନ୍ତ୍ରୀ ଉଜ୍ଜ୍ବଳା ଯୋଜନା ହିତାଧିକାରୀଙ୍କ ସଂଖ୍ୟା ୧୦.୩୫ କୋଟିକୁ ବୃଦ୍ଧି ପାଇବ।

କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଶ୍ରୀ ହରଦୀପ ସିଂହ ପୁରୀଙ୍କ ଏକ୍ସ ଜବାବରେ ପ୍ରଧାନମନ୍ତ୍ରୀ ଏକ୍ସରେ ଲେଖିଛନ୍ତି। “ରକ୍ଷାବନ୍ଧନ ଦିନ ପରିବାରରେ ଖୁସୀ ବୃଦ୍ଧି କରିବାର ଦିନ। ଗ୍ୟାସ ଦର ହ୍ରାସ ଯୋଗୁ ମୋ ଭଉଣୀମାନଙ୍କ ସୁବିଧା ହେବା ସହ ସେମାନଙ୍କ ଜୀବନ ମଧ୍ୟ ସହଜ ହେବ। ମୋର ପ୍ରତ୍ୟେକ ଭଉଣୀ ଖୁସୀରେ ରହନ୍ତୁ, ସୁସ୍ଥ ରହନ୍ତୁ, ସୁଖୀ ରହନ୍ତୁ। ଈଶ୍ବରଙ୍କ ନିକଟରେ ଏତିକି କାମନା।” ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ରନ୍ଧନ ଗ୍ୟାସର ମୂଲ୍ୟ ହ୍ରାସ ଓ ଅତିରିକ୍ତ ଉଜ୍ଜ୍ୱଳା ହିତାଧିକାରୀ ଯୋଡିବା ନିଷ୍ପତି ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ନିଷ୍ପତି ମାତୃଶକ୍ତି ତଥା ଦେଶର ମା’ଭଉଣୀଙ୍କୁ ଭାଇ ଭାବେପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାକ୍ଷୀ ଉପହାର ବୋଲି ସେ କହିଛନ୍ତି ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଦେଶରେ ଥିବା ୩୩ କୋଟି ଏଲପିଜି ହିତାଧିକାରୀଙ୍କୁ ଗ୍ୟାସ ସିଲିଣ୍ଡର ପିଛା ନିର୍ଦ୍ଧାରିତ ମୂଲ୍ୟ ଠାରୁ ୨୦୦ ଟଙ୍କା କମ୍ କରିବା ସଂକ୍ରାନ୍ତୀୟ ନିଷ୍ପତିକୁ ପ୍ରଧାନମନ୍ତ୍ରୀ କ୍ୟାବିନେଟରେ ମଞ୍ଜୁରୀ ଦେଇଛନ୍ତି । ସେହିପରି ‘ଆଜାଦୀ କା ଅମୃତ’ ମହୋତ୍ସବ ଅନ୍ତର୍ଗତ ସରକାରଙ୍କ ମହତ୍ୱକାଂକ୍ଷୀ ‘ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା’ରେ ଅତିରିକ୍ତ ୭୫ ଲକ୍ଷ ମାଆ ଭଉଣୀଙ୍କୁ ମାଗଣାରେ ଏଲପିଜି ଗ୍ୟାସ ପ୍ରଦାନ କରିବାର ଆଉ ଏକ ଯୁଗାନ୍ତକାରୀ ନିଷ୍ପତି ନିଆଯାଇଛି ।

ପୂର୍ବ ସରକାରରେ ୨୦୧୪ ସୁଦ୍ଧା ଦେଶରେ ବାସ୍ତବିକ ୧୪ କୋଟି ଏଲପିଜି ହିତାଧିକାରୀ ଥିବା ବେଳେ ବିଗତ ୯ ବର୍ଷରେ ମୋଦି ସରକାରରେ ଏହି ସଂଖ୍ୟା ବୃଦ୍ଧି ପାଇଁ ୩୩ କୋଟିରେ ପହଞ୍ଚିଛି । ଦେଶରେ ୯ କୋଟି ୬୦ ଲକ୍ଷ ଉଜ୍ଜ୍ୱଳା ଯୋଜନାର ଲାଭାର୍ଥୀ ଥିବାବେଳେ ଆଜିର କ୍ୟାବିନେଟ୍ ନିଷ୍ପତି ଦ୍ୱାରା ଉଜ୍ଜ୍ୱଳା ହିତାଧିକାରୀଙ୍କ ସଂଖ୍ୟା ୧୦ କୋଟି ୩୫ ଲକ୍ଷରେ ପହଞ୍ଚିବ । ସାଢେ ୪ ହଜାର କୋଟି ଟଙ୍କା ଭାରତ ସରକାର ଦାୟିତ୍ୱ ନେବେ । ଦେଶର ମାତୃଶକ୍ତିଙ୍କ ବିକାଶ ପାଇଁ ପ୍ରଧାନମନ୍ତ୍ରୀ ପ୍ରତିବଦ୍ଧ । କରୋନା ସମୟରେ ମହିଳାଙ୍କୁ ଜନଧନରେ ୧୫୦୦ ଟଙ୍କା ହେଉ, ଗରିବ କଲ୍ୟାଣ ଅନ୍ନ ଯୋଜନାରେ ମୁଣ୍ଡପିଛା ମାସିକ ୫ କେଜି ଚାଉଳ, ସ୍ୱଚ୍ଛ ଭାରତ ଯୋଜନାରେ ୧୧ କୋଟିରୁ ଅଧିକ ଶୌଚାଳୟ ନିର୍ମାଣ ହେଉ କିମ୍ବା ୨ କୋଟି ଲକ୍ଷପତି ଦିଦି ସୃଷ୍ଟି କରିବାର ନିଷ୍ପତି ହେଉ, ମହିଳାଙ୍କ ବିକାଶ ପାଇଁ ପ୍ରଧାନମନ୍ତ୍ରୀଙ୍କ ପ୍ରତିବଦ୍ଧ । ମହିଳା ସଶକ୍ତ ହେଲେ ଦେଶର ଅର୍ଥନୀତି ସଶକ୍ତ ହେବ ଏବଂ ଭାରତର ସମାଜ ସଶକ୍ତ ହେବ ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଏକବିଂଶ ଶତାବ୍ଦୀରେ ଭାରତକୁ ଏକ ବୈଜ୍ଞାନିକ ଶକ୍ତି ଭାବରେ ପରିଣତ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ଓ ନେତୃତ୍ୱ ଏବଂ ବୈଜ୍ଞନିକଙ୍କ ପରିଶ୍ରମ କାରଣରୁ ଭାରତର ଚନ୍ଦ୍ରାୟାନ-୩ ମିଶନ ସଫଳ ହୋଇଛି । ଆଗାମୀ ଦିନରେ ଦେଶର ନୂଆପିଢି ତଥା ସ୍କୁଲ, କଲେଜର ଛାତ୍ରଛାତ୍ରୀ ଓ ଯୁବକଙ୍କ ମଧ୍ୟରେ ବୈଜ୍ଞାନିକ ମନୋଭାବ ବୃଦ୍ଧି କରିବା ପାଇଁ ଏନସିଇଆରଟି ପକ୍ଷରୁ ବିଶେଷ ପଦକ୍ଷେପ ନିଆଯିବ ।

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)