News

ହସ୍ତତନ୍ତ ଷ୍ଟାର୍ଟଅପ୍ ଗ୍ରାଣ୍ଡ ଚ୍ୟାଲେଞ୍ଜରେ ଭାଗ ନେବାକୁ ମୋଦିଙ୍କ ଅପିଲ

ବୁଣାକାରଙ୍କ ପାଇଁ ବିଚାର କରିବାର ଏକ ବଡ଼ ସୁଯୋଗ ବୋଲି ମୋଦି କହିଛନ୍ତି। ଷ୍ଟାର୍ଟଅପ୍ ଦୁନିଆ ସହିତ ଜଡିତ ସେହି ସମସ୍ତ ଯୁବକଙ୍କୁ ଏଥିରେ ଭାଗ ନେବାକୁ ଅପିଲ କରିଛନ୍ତି ପ୍ରଧାନମନ୍ତ୍ରୀ ।

08 August, 2022 11:47 AM IST By: Shuvanshu Kar

ଜାତୀୟ ହସ୍ତତନ୍ତ ଦିବସ(National Handloom Day) ଅବସରରେ ଭାରତର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ଏବଂ ଭାରତୀୟ କଳା ଓ ପରମ୍ପରା ଦିଗରେ କାର୍ଯ୍ୟ କରୁଥିବା ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି(Prime Minister Narendra Modi) । ରବିବାର ଏକ ଟ୍ବିଟରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ଜାତୀୟ ହସ୍ତତନ୍ତ ଦିବସରେ ଭାରତର ସମୃଦ୍ଧ ସାଂସ୍କୃତିକ ବିବିଧତା ତଥା ଆମର କଳା ପରମ୍ପରା ପାଳନ କରିବାକୁ କାର୍ଯ୍ୟ କରୁଥିବା ସମସ୍ତଙ୍କୁ ଶୁଭେଚ୍ଛା।

ବୁଣାକାରଙ୍କ ପାଇଁ ବିଚାର କରିବାର ଏକ ବଡ଼ ସୁଯୋଗ ବୋଲି ମୋଦି କହିଛନ୍ତି। ଷ୍ଟାର୍ଟଅପ୍ ଦୁନିଆ ସହିତ ଜଡିତ ସେହି ସମସ୍ତ ଯୁବକଙ୍କୁ ଏଥିରେ ଭାଗ ନେବାକୁ ଅପିଲ କରିଛନ୍ତି ପ୍ରଧାନମନ୍ତ୍ରୀ । ହସ୍ତତନ୍ତ ଷ୍ଟାର୍ଟଅପ୍ ଗ୍ରାଣ୍ଡ ଚ୍ୟାଲେଞ୍ଜ(Handloom Startup Grand Challenge) ପାଇଁ ସେ ଆହ୍ବାନ ମଧ୍ୟ ଦେଇଛନ୍ତି ।

ଅନ୍ୟପକ୍ଷେ କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋୟଲ କହିଛନ୍ତି, ଆମ ହସ୍ତତନ୍ତ ବୁଣାକାରଙ୍କ ପାଇଁ ସ୍ବଳ୍ପ କଠିନ ପରିଶ୍ରମ ସହିତ ଉତ୍କୃଷ୍ଟ ଗୁଣବତ୍ତା ବିଶିଷ୍ଟ ଉତ୍ପାଦ ରାଇଁ ଟେକ୍ନୋଲୋଜୀ ରୂପେ ଉନ୍ନ ହସ୍ତତନ୍ତ ବିକଶିତ କରିବା ଦିଗରେ ଅଳ୍ପ ଖର୍ଚ୍ଚରେ ସମାଧାନ ଖୋଜିବାର ଏହି ସୁବର୍ଣ୍ଣ ଅବସର ।

ସ୍ବଦେଶୀ ଆନ୍ଦୋଳନକୁ ପାଳନ କରିବା ​​ଏବଂ ପ୍ରାଚୀନ ଭାରତୀୟ କଳାକୁ ପୁନର୍ଜୀବିତ କରିବା ଉଦ୍ଦେଶ୍ୟରେ 2015ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଗଷ୍ଟ 7କୁ ଜାତୀୟ ହସ୍ତତନ୍ତ ଦିବସ ଭାବରେ ଘୋଷଣା କରିଥିଲେ । ଏହା ଦ୍ବାରା ଦେଶବାସୀଙ୍କୁ ସ୍ୱଦେଶୀ ବୁଣାକାରମାନଙ୍କ ଦ୍ୱାରା ବୁଣାଯାଇଥିବା ହସ୍ତତନ୍ତ ଉତ୍ପାଦ ବ୍ୟବହାର କରିବାକୁ ଉତ୍ସାହିତ କରିବାକୁ ଲକ୍ଷ୍ୟ ରଖାଯାଇଥିଲା । ଆସନ୍ତୁ ଆମେ ସମସ୍ତ ମିଶି ଆମର ହସ୍ତତନ୍ତ ଐତିହ୍ୟର ସଂରକ୍ଷଣ ତଥା ପ୍ରୋତ୍ସାହନ ଏବଂ ଆମର ହସ୍ତତନ୍ତ ବୁଣାକାର ବିଶେଷ କରି ମହିଳାମାନଙ୍କୁ ସଶକ୍ତ କରିବା ପାଇଁ ସଂକଳ୍ପକୁ ଆଗକୁ ନେବା ।

ଜାତୀୟ ହସ୍ତତନ୍ତ ବିକାଶ କାର୍ଯ୍ୟକ୍ରମରେ ଓଡିଶାକୁ ମିଳିଛି ୧୦୦୯.୮୩ ଲକ୍ଷ

ଦେଶରେ ପ୍ରତିଷ୍ଠା ହେବ 75 ଟେକ୍ସଟାଇଲ୍ ହବ୍, ମିଳିବ ଲକ୍ଷ ଲକ୍ଷ ନିଯୁକ୍ତି

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)