News

ଆଜି ହେରାପଞ୍ଚମୀ

ଆଜି ହେରାପଞ୍ଚମୀ

08 July, 2019 3:40 PM IST By: KJ Staff

ନନ୍ଦିଘୋଷ ଭାଙ୍ଗିବେ ଲକ୍ଷ୍ମୀ ସାଆନ୍ତାଣୀ

 ପତ୍ନୀଙ୍କୁ ନ ଆଣି ବଡଭାଇ ଓ ଭଉଣୀଙ୍କୁ ସାଙ୍ଗରେ ନେଇ ରଥରେ ମାଉସୀ ମା ଘରକୁ ଆସିଛନ୍ତି ଜଗନ୍ନାଥ ମହାପ୍ରଭୁ |ଅଭିମାନୀ ଲକ୍ଷ୍ମୀ ସାଆନ୍ତାଣୀ ଙ୍କ ରୋଷ ର ଶିକାର ହେଵ ଜଗନ୍ନାଥ ଙ୍କ ରଥ ,ନନ୍ଦିଘୋଷ| ସୋମବାର ଶ୍ରୀଗୁଣ୍ଡିଚା ଘରେ ଅନୁଷ୍ଠିତ ହେଵ ହେରାପଞ୍ଚମୀ ନୀତି |ଶ୍ରୀମନ୍ଦିର ମା ଲକ୍ଷ୍ମୀ ଠାକୁରାଣୀ ଆସି ଗୁଣ୍ଡିଚା ମନ୍ଦିର ରେ ବିଜେ ହେବେ | ରାଗରେ ନନ୍ଦିଘୋଷ ରଥ ଭାଙ୍ଗିବେ |ପୁଣି ମହାପ୍ରଭୁଙ୍କ ନିକଟରୁ ରାଗ ତମତମ ହୋଇ ହେରାଗୋହରୀ ସାହି ଦେଇ ଶ୍ରୀମନ୍ଦୀର କୁ ଫେରିଯିବେ |ଏସବୁ ନୀତି ସାରି ଲକ୍ଷ୍ମୀ ଠାକୁରାଣୀ ଜଗମୋହନକୁ ରାତି ସାଢେ ୯ ଟା ବେଳକୁ ବିଜେ କରିବେ ବୋଲି ପ୍ରଶାସନ ନୀତିନିର୍ଘଣ୍ଟ ପ୍ରସ୍ତୁତ କରିଛି |

ପ୍ରାତଃ ୪ ଟା ରେ ଦ୍ୱାରଫିଟା ନୀତି ହୋଇ ୪ ଟା ୩୦ମିନିଟ ସୁଦ୍ଧା ଭିତରେ ଶୋଧ କରାଯାଇଛି |ମଙ୍ଗଳାଳତି ୫ ଟା ରେ ବଢି ଚତୁର୍ଦ୍ଧାମୂର୍ତ୍ତିଙ୍କ ମଇଲମ -ତଡ଼ପଲାଗ ନୀତି ସାଢେ ୫ ଟାରେ ହୋଇ ଅବକାଶ ବିଧି ହୋଇଛି ସକାଳେ ୬ ଟା ରେ ସମୟରେ |ଏହାପରେ ସକାଳ ୬ ଟା ୩୦ ମିନିଟ ରେ ରୁ ୭ ଟା ୩୦ ମିନିଟ ମଧ୍ୟରେ ସାହାଣମେଲା ଦର୍ଶନ ହେବା |ଏହାର ରସହ,ସୂର୍ଯ୍ୟପୂଜା ,ଦ୍ୱାରପାଳପୁଜା ସାରି ଠାକୁରମାନଙ୍କ ବେଶ ଶେଷ ହେଵ|
ହେରା ପଞ୍ଚମୀ ନୀତି ପୂର୍ବରୁ ରବିବାର ମହାପ୍ରଭୁଙ୍କୁ ବନକଲାଗି ସରିଛି |

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)