News

ପୋଷଣ ଅଭିଯାନ 2022 : ଦେଶବ୍ୟାପୀ ଚାଲିଛି T3 କ୍ୟାମ୍ପ

ବର୍ତ୍ତମାନ ପୋଷଣ ମାସ 2022 ଅବସରରେ, ପିଲା, କିଶୋରୀ ଗର୍ଭବତୀଙ୍କ ଉପଚାର ପାଇଁ ଦେଶ ବ୍ୟାପୀ ଟି3 ଶିବିର (ଟେଷ୍ଟ, ଟ୍ରିଟ, ଟକ୍) ଆଦି ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି।

29 September, 2022 12:13 PM IST By: Shuvanshu Kar

ବର୍ତ୍ତମାନ ପୋଷଣ ମାସ 2022( POSHAN Abhiyan 2022) ଅବସରରେ, ପିଲା, କିଶୋରୀ ଗର୍ଭବତୀଙ୍କ ଉପଚାର ପାଇଁ ଦେଶ ବ୍ୟାପୀ ଟି3 ଶିବିର T3 camps (ଟେଷ୍ଟ, ଟ୍ରିଟ, ଟକ୍) ଆଇଏଫଏ ବିତରଣ, ସେମିନାର, ଆନେମିଆ ପାଇଁ ଆୟୁଷ, ୱେବିନାର, ପ୍ରଶ୍ନୋତ୍ତରି ଏବଂ ଖାଦ୍ୟ ପ୍ରସ୍ତୁତି ପ୍ରତିଯୋଗୀତା, ପାରମ୍ପରିକ ଖାଦ୍ୟ ପଦ୍ଧତି, ସଚେତନତା ରାଲି ପରି ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି।

ଆନେମିଆ ହେଉଛି ଏକ ସ୍ଥିତି ଯେଉଁଥିରେ ଲୋହିତ ରକ୍ତ କଣିକା (ଆରବିସି) ର ସଂଖ୍ୟା ଏବଂ ଫଳସ୍ବରୂପ ତାଙ୍କର ଅକ୍ସିଜେନ-ବହନ କ୍ଷମତା, ଶରୀରର ଶାରିରୀକ ଆବଶ୍ୟକତାକୁ ପୂରଣ କରିବାରେ ଅଭାବ ଦେଖା ଦେଇଥାଏ।

ଆଇରନର ଅଭାବ ହେବା ଏବଂ ଏହାପରେ ଆଇରନ୍ ର ଅଭାବ ସହିତ ଆନେମଆ ହେବାରେ ଖାଦ୍ୟ ସମ୍ବନ୍ଧିତ ଅଭ୍ୟାସର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ଯଦିଓ ଆଇରନର ଅଭାବ କାରଣରୁ ହେଉଥିବା ଆନେମିଆ ସବୁଠାରୁ ସାଧାରଣ ଏବଂ ଆହାର ପରିବର୍ତ୍ତନ ମାଧ୍ୟମରେ ଏହାର ଚିକିତ୍ସା କରିବା ଅପେକ୍ଷାକୃତ ସହଜ ଅଟେ। ଖାଦ୍ୟରେ ଉନ୍ନତି/ ସୁଦୃଢ଼ୀକରଣ/ ବିବିଧକରଣ ମାଧ୍ୟମରେ ଆଇରନର ମାତ୍ରା ବଢ଼ାଇବା ପାଇଁ ଆହାର ଆଧାରିତ ଦୃଷ୍ଟିକୋଣ ଏବଂ ସ୍ବଚ୍ଛ ବାତାବରଣର ବ୍ୟବସ୍ଥା ମହତ୍ବପୂର୍ଣ୍ଣ ସ୍ଥାୟୀ କୌଶଳ ଅଟେ ଯଦ୍ବାରା ସାଧାରଣ ଜନସଂଖ୍ୟାରେ ଆଇରନର ଅଭାବରୁ ହେଉଥିବା ଆନେମିଆକୁ ନିୟନ୍ତ୍ରଣ କରାଯାଇପାରେ।

ଆନେମିଆକୁ ଦୂର କରିବା ପାଇଁ ନିଜର ବ୍ୟାପକ କୌଶଳର ଅଂଶସ୍ବରୂପ, ଭାରତ ସରକାର ଅନେକ ରାଜ୍ୟରେ ଯୋଜନା/ କାର୍ଯ୍ୟକ୍ରମ ପାଇଁ କେନ୍ଦ୍ରୀୟ ମନ୍ତ୍ରଣାଳୟରୁ ମୁଖ୍ୟ ଖାଦ୍ୟ ଫର୍ଟିଫିକେସନକୁ ସାମିଲ୍ କରିଛନ୍ତି।

ଜନ ଆନ୍ଦୋଳନ ଅନ୍ତର୍ଗତ ସାମାଜିକ ଏବଂ ବ୍ୟବହାର ପରିବର୍ତ୍ତନ ଯୋଗାଯୋଗ (ଏସବିସିସି) ରଣନୀତିର ଏକ ଭାଗ ରୂପେ, ମାର୍ଚ୍ଚରେ ପୋଷଣ ପଖୱାଡ଼ା, 2022 ସମୟରେ ପ୍ରାୟ 6278 ଆନେମିଆ ଶିବିର, ସହରୀ ବସ୍ତିରେ 1853 ଆଉଟରିଚ୍ କାର୍ଯ୍ୟ, ଛାତ୍ରଙ୍କ ପାଇଁ 855 ପ୍ରଶ୍ନୋତ୍ତରୀ ପ୍ରତିଯୋଗୀତା ଏବଂ ଆନେମିଆ ଉପରେ 1,63,436 କାର୍ଯ୍ୟକ୍ରମ ଆୟୋଜିତ କରାଯାଇଛି।

ଏଠାରେ ଉଲ୍ଲେଖଯୋଗ୍ୟ ବିଷୟ ଯେ ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟ ଆୟୁଷ ମନ୍ତ୍ରଣାଳୟ ସହିତ ମିଶି ପୋଷଣ ପଖୱାଡ଼ା 2022 ସମୟରେ ସମୁଦାୟ 12.77 ଲକ୍ଷ କାର୍ଯ୍ୟକ୍ରମର ଆୟୋଜନ କରିଛି, ଯେଉଁଥିରେ ଆନେମିଆର ନିୟନ୍ତ୍ରଣ ଉପରେ 5,03,411 କାର୍ଯ୍ୟକ୍ରମ, ଗର୍ଭାବସ୍ଥା ସମୟରେ ଆନେମିଆ ପାଇଁ ଆୟୁଷରେ 7,18,149 କାର୍ଯ୍ୟକ୍ରମ ଏବଂ ଆନେମିଆକୁ ଦୂର କରିବା ପାଇଁ ଆୟୁଷର ଭୂମିକା ଉପରେ 56,168 ୱେବିନାର ଆଧାରିତ କାର୍ଯ୍ୟକ୍ରମ ସାମିଲ୍ ରହିଛି।

ଭୁବନେଶ୍ୱରରେ ପୋଷଣ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ, ଯୋଗଦେଲେ NCW ଅଧ୍ୟକ୍ଷ ରେଖା ଶର୍ମା

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)