News

Post Officeର ଏହି ସ୍କିମରେ ଜମା କରନ୍ତୁ ମାତ୍ର ୧୫୦୦ ଟଙ୍କା, ମିଳିବ ୩୫ ଲକ୍ଷ ଟଙ୍କା!

ଡାକ ଘରରେ ନିବେଶ କରିବା ହିଁ ଏକ ନିରାପଦ ସ୍ଥାନ ଭାବରେ ମନେ କରାଯାଏ । ନିରାପଦ ଓ ଭଲ ରିଟର୍ଣ୍ଣ ପାଇଁ ପୋଷ୍ଟ ଅଫିସ୍ ସଞ୍ଚୟ ଯୋଜନାଗୁଡିକ ଅଧିକ ପସନ୍ଦ କରାଯାଏ । ଡାକଘର ଯୋଜନାରେ ନିବେଶ ହୋଇଥିବା ସମ୍ପୂର୍ଣ୍ଣ ଅର୍ଥ ୧୦୦ ପ୍ରତିଶତ ସୁରକ୍ଷିତ ରହିବାର ଗ୍ୟାରେଣ୍ଟି ଦେଇଥାଏ ।

17 May, 2022 3:44 PM IST By: Sudesna Nayak

ଡାକ ଘରରେ ନିବେଶ (Post Office Investment)କରିବା ହିଁ ଏକ ନିରାପଦ ସ୍ଥାନ ଭାବରେ ମନେ କରାଯାଏ । ନିରାପଦ ଓ ଭଲ ରିଟର୍ଣ୍ଣ ପାଇଁ ପୋଷ୍ଟ ଅଫିସ୍ ସଞ୍ଚୟ ଯୋଜନାଗୁଡିକ ଅଧିକ ପସନ୍ଦ କରାଯାଏ । ଡାକଘର ଯୋଜନାରେ ନିବେଶ ହୋଇଥିବା ସମ୍ପୂର୍ଣ୍ଣ ଅର୍ଥ ୧୦୦ ପ୍ରତିଶତ ସୁରକ୍ଷିତ ରହିବାର ଗ୍ୟାରେଣ୍ଟି ଦେଇଥାଏ ।

ଯଦି ଆପଣ ମଧ୍ୟ ଆପଣଙ୍କର ପୁଞ୍ଜି ନିବେଶ ଉପରେ ଏକ ମୋଟ ଅଙ୍କର ରିଟର୍ଣ୍ଣ ଖୋଜୁଛନ୍ତି, ତେବେ ଆମେ ଆପଣଙ୍କୁ ଡାକଘରର ହିଁ ଏପରି ଯୋଜନା ବିଷୟରେ କହୁଛୁ ଯେଉଁଠାରେ ଆପଣ ଟଙ୍କା ନିବେଶ କରି ଏକ ମୋଟା ଅଙ୍କର ଫଣ୍ଡ ସୃଷ୍ଟି କରିପାରିବେ ।

ପ୍ରତି ମାସରେ ଜମା କରନ୍ତୁ ୧୫୦୦ ଟଙ୍କା

ସୂଚନା ଅନୁଯାୟୀ, ଆମେ ଡାକଘର (Post Office)ର 'ଗ୍ରାମ ସୁରକ୍ଷ ଯୋଜନା' (Gram Suraksha Scheme) ବିଷୟରେ କହୁଛୁ । ଏହା ଇଣ୍ଡିଆ ପୋଷ୍ଟ ସୁରଖା ଯୋଜନା ସ୍ୱଳ୍ପ ବିପଦ ନିବେଶର ଏକ ଉଦାହରଣ ଯାହା ଆପଣଙ୍କୁ ବହୁତ ଭଲ ରିଟର୍ଣ୍ଣ ଦେଇପାରେ । ଏହି ଯୋଜନାରେ ଆପଣଙ୍କୁ ପ୍ରତି ମାସରେ ୧୫୦୦ ଟଙ୍କା ଜମା କରିବାକୁ ପଡିବ । ଅର୍ଥାତ ପ୍ରତିଦିନ ଆପଣଙ୍କୁ ୫୦ ଟଙ୍କା ଜମା କରିବାକୁ ପଡ଼ିବ । ଯଦି ଆପଣ ଏହି ରାଶି ନିୟମିତ ଭାବେ ଜମା କରନ୍ତି ତେବେ ଭବିଷ୍ୟତରେ ହିଁ ଆପଣ ୩୧ ରୁ ୩୫ ଲକ୍ଷ ଟଙ୍କାର ଲାଭ ପାଇବେ ।

ନିବେଶର ନିୟମ,ଜାଣନ୍ତୁ...

୧. ୧୯ ରୁ ୫୫ ବର୍ଷ ବୟସ ମଧ୍ୟରେ ଯେକୌଣସି ଭାରତୀୟ ନାଗରିକ ହିଁ ଏହି ଯୋଜନାରେ ଏକ ଆକାଉଣ୍ଟ ଖୋଲିପାରିବେ ।

୨. ଏହି ଯୋଜନାରେ ବୀମାଭୁକ୍ତ ହୋଇଥିବା ସର୍ବନିମ୍ନ ରାଶି ୧୦,୦୦୦ରୁ ୧୦ ଲକ୍ଷ ପର୍ଯ୍ୟନ୍ତ ହିଁ ହୋଇଥାଏ ।

୩. ଏହି ଯୋଜନାର ପ୍ରିମିୟମଗୁଡିକ ମାସିକ, ତ୍ରୈମାସିକ, ଅର୍ଦ୍ଧ ବାର୍ଷିକ କିମ୍ବା ବାର୍ଷିକ ହୋଇଥାଏ ।

୪. ଆପଣମାନେ ମଧ୍ୟ ଏହି ଯୋଜନାରେ ହିଁ ଋଣ ନେଇପାରିବେ ।

୫. ଏହି ଯୋଜନାରେ ଅଂଶଗ୍ରହଣ କରିବାର ତିନି ବର୍ଷ ପରେ ମଧ୍ୟ ଆପଣ ଅପ୍ଟଆଉଟ୍ କରିପାରିବେ । ତଥାପି, ଏହି ପରିସ୍ଥିତିରେ ଆପଣଙ୍କୁ କୌଣସି ଲାଭ ମିଳିବ ନାହିଁ ।

କେମିତି ହେବ ୩୫ ଲକ୍ଷର ଲାଭ? ଜାଣନ୍ତୁ...

ପ୍ରକାଶ ଥାଉ ଯେ, ଧରାଯାଉ ଜଣେ ବ୍ୟକ୍ତି ୧୯ ବର୍ଷ ବୟସରେ ଏହି ଯୋଜନାରେ ନିବେଶ କରନ୍ତି ଓ ୧୦ ଲକ୍ଷ ଟଙ୍କାର ପଲିସି କିଣନ୍ତି, ତା’ହେଲେ ତାଙ୍କର ମାସିକ ପ୍ରିମିୟମ ୫୫ ବର୍ଷ ପାଇଁ ୧୫୧୫ ଟଙ୍କା, ୫୮ ବର୍ଷ ପାଇଁ ୧୪୬୩ ଟଙ୍କା ଏବଂ ୬୦ ବର୍ଷ ପାଇଁ ୧୪୧୧ ଟଙ୍କା ହେବ । ଏହି କ୍ଷେତ୍ରରେ ପଲିସି କ୍ରେତା ୫୫ ବର୍ଷ ପାଇଁ ୩୧.୬୦ ଲକ୍ଷ, ୫୮ ବର୍ଷ ପାଇଁ ୩୩.୪୦ ଲକ୍ଷ ଏବଂ 60 ବର୍ଷ ପାଇଁ ୩୪.୬୦ ଲକ୍ଷ ଟଙ୍କା ପରିପକ୍ୱତା ଲାଭ ପାଇବେ ।

ପୋଷ୍ଟ ଅଫିସର ଏହି ସ୍କିମରୁ ଉଠାନ୍ତୁ ଜବରଦସ୍ତ ଫାଇଦା ;ମିଳିବ ୪୧ ଲକ୍ଷ ଟଙ୍କା, ଜାଣନ୍ତୁ...

କୋଟିପତି ହେବାର ସୁଯୋଗ ଦେଉଛି ପୋଷ୍ଟ ଅଫିସ!

 

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)