News

Post Office ରେ ବାହାରିଲା ବମ୍ଫର Vacancy, ଦ୍ୱାଦଶ ପାସ୍ କରଥିଲେ କରନ୍ତୁ ଆବେଦନ

ବିଭିନ୍ନ ରାଜ୍ୟ ପାଇଁ ନିଯୁକ୍ତି ସମ୍ବନ୍ଧୀୟ ବିଜ୍ଞପ୍ତିଗୁଡିକ ଭାରତୀୟ ଡାକ ବିଭାଗ ମାଧ୍ୟମରେ ସମୟ ସମୟରେ ପ୍ରଦାନ କରାଯାଇଥାଏ । ଯଦି ଆପଣ ଡାକ ବିଭାଗରେ ନିଯୁକ୍ତି ପାଇଁ ଆବେଦନ କରିବାକୁ ଚାହାଁନ୍ତି, ତେବେ ଆପଣ appost.in ର ଅଫିସିଆଲ୍ ୱେବସାଇଟରେ ଜାରି କରାଯାଇଥିବା ବିଜ୍ଞପ୍ତି ଆଧାରରେ ଆବେଦନ କରିପାରିବେ ।

06 December, 2021 12:38 PM IST By: Sudesna Nayak

ବିଭିନ୍ନ ରାଜ୍ୟ ପାଇଁ ନିଯୁକ୍ତି ସମ୍ବନ୍ଧୀୟ ବିଜ୍ଞପ୍ତିଗୁଡିକ ଭାରତୀୟ ଡାକ ବିଭାଗ ମାଧ୍ୟମରେ ସମୟ ସମୟରେ ପ୍ରଦାନ କରାଯାଇଥାଏ । ଯଦି ଆପଣ ଡାକ ବିଭାଗରେ ନିଯୁକ୍ତି ପାଇଁ ଆବେଦନ କରିବାକୁ ଚାହାଁନ୍ତି, ତେବେ ଆପଣ appost.in ର ଅଫିସିଆଲ୍ ୱେବସାଇଟରେ ଜାରି କରାଯାଇଥିବା ବିଜ୍ଞପ୍ତି ଆଧାରରେ ଆବେଦନ କରିପାରିବେ । ନିକଟରେ ଭାରତୀୟ ଡାକ ବିଭାଗ ମାଧ୍ୟମରେ ଜାମ୍ମୁ କାଶ୍ମୀର ସର୍କଲ ପାଇଁ ନିଯୁକ୍ତି ସମ୍ବନ୍ଧୀୟ ବିଜ୍ଞପ୍ତି ଜାରି କରାଯାଇଛି । ପୋଷ୍ଟାଲ ଆସିସାଣ୍ତ (Postal Assistant)ପଦବୀ ପାଇଁ ଏହି ନିଯୁକ୍ତି ବାହାର କରାଯାଇଛି । ଏହି ପୋଷ୍ଟରେ ପାଞ୍ଚଟି ପଦବୀ ପାଇଁ ନିଯୁକ୍ତି ବିଜ୍ଞପ୍ତି ଜାରି କରାଯାଇଛି ।

ପୋଷ୍ଟ ଅଫିସ୍ ଚାକିରି ଜାମ୍ମୁ କାଶ୍ମୀର ସର୍କଲ୍

ଜାମ୍ମୁ କାଶ୍ମୀର ପୋଷ୍ଟାଲ ସର୍କଲର ପୋଷ୍ଟାଲ ଆସିସାଣ୍ତ (Postal Assistant) ପାଇଁ ଏହି ପଦବୀ ଭାରତୀୟ ଡାକ ବିଭାଗ ମାଧ୍ୟମରେ ଜାରି କରାଯାଇଛି । ଏଥିପାଇଁ କେବଳ 5 ଟି ପଦବୀ ଖାଲି ଅଛି । ଜାମ୍ମୁ କାଶ୍ମୀର ରାଜ୍ୟରୁ ଆଗ୍ରହୀ ପ୍ରାର୍ଥୀମାନେ ଯେଉଁମାନେ ଏହି ପଦବୀ ପାଇଁ ଆବେଦନ କରିବାକୁ ଚାହୁଁଛନ୍ତି ସେମାନେ ଅନଲାଇନ୍ ମାଧ୍ୟମରେ ଆବେଦନ କରିପାରିବେ । ପ୍ରାର୍ଥୀମାନଙ୍କ ପାଇଁ ଏହି ନିଯୁକ୍ତି ସ୍ପୋର୍ଟ୍ସ କୋଟା ଅଧୀନରେ କରାଯିବ । ଭାରତୀୟ ଡାକ ବିଭାଗ ଜରିଆରେ ଏହି ପଦ ପାଇଁ ମନୋନୀତ ହୋଇଥିବା ପ୍ରାର୍ଥୀଙ୍କୁ 25,500 ରୁ 81,100 ଟଙ୍କା ପର୍ଯ୍ୟନ୍ତ ଦରମା ଦିଆଯିବ । ଦ୍ୱାଦଶ ପାସ କରିଥିବା ସମସ୍ତ ପ୍ରାର୍ଥୀ ଏହି ପଦ ପାଇଁ ଆବେଦନ କରିପାରିବେ । ପ୍ରାର୍ଥୀମାନଙ୍କ ପାଇଁ ଏହି ପଦବୀ ପାଇଁ ଆବେଦନ କରିବାର ଶେଷ ତାରିଖ 20 ଡିସେମ୍ବର 2021 ଭାବରେ ସ୍ଥିର କରାଯାଇଛି । ସମସ୍ତ ପ୍ରାର୍ଥୀ ଶେଷ ତାରିଖ ପୂର୍ବରୁ ଆବେଦନ କରିପାରିବେ ।

ପୋଷ୍ଟ ଅଫିସ୍ ଚାକିରି ପାଇଁ ଯୋଗ୍ୟତା

ପୋଷ୍ଟାଲ ଆସିସାଣ୍ତ ପଦବୀ ପାଇଁ ଆବେଦନ କରିବାକୁ ପ୍ରାର୍ଥୀଙ୍କର ନିମ୍ନଲିଖିତ ଯୋଗ୍ୟତା ରହିବା ଆବଶ୍ୟକ ...

ପୋଷ୍ଟାଲ ଆସିସାଣ୍ତ ପଦ ପାଇଁ ଆବେଦନକାରୀଙ୍କ ବୟସ 18 ବର୍ଷରୁ 27 ବର୍ଷ ମଧ୍ୟରେ ହେବା ଉଚିତ୍ ।
ପୋଷ୍ଟାଲ ଆସିସାଣ୍ତ ପଦ ପାଇଁ ଆବେଦନକାରୀ ଏକ ସ୍ୱୀକୃତିପ୍ରାପ୍ତ ବୋର୍ଡରୁ ଦ୍ୱାଦଶ ପାସ୍ ହେବା ଉଚିତ୍ ।
ପ୍ରାର୍ଥୀ ଉର୍ଦ୍ଦୁ କିମ୍ବା ହିନ୍ଦୀ ଭାଷା ଜାଣିବା ଦରକାର
ଏହି ପୋଷ୍ଟ ପାଇଁ, ଆବେଦନକାରୀ କମ୍ପ୍ୟୁଟରରେ ଏକ ବର୍ଷର ଡିପ୍ଲୋମା କରିଥିବା ଜରୁରୀ ।

ଜାମ୍ମୁ କାଶ୍ମୀର ପୋଷ୍ଟାଲ ଆସିସାଣ୍ତ ପଦ ପାଇଁ କିପରି ଆବେଦନ କରିବେ ଜାଣନ୍ତୁ...

ପ୍ରାର୍ଥୀମାନେ ପୋଷ୍ଟାଲ ଆସିସାଣ୍ତ ପଦବୀ ପାଇଁ ଆବେଦନ କରିବାକୁ ଅଫିସିଆଲ୍ ୱେବସାଇଟ୍ www.indiapost.gov.in ରୁ ଆବେଦନ ଫର୍ମ ଡାଉନଲୋଡ୍ କରିବା ଆବଶ୍ୟକ । ଆବେଦନ ଫର୍ମ ଡାଉନଲୋଡ୍ କରିବା ପରେ, ଏଥିରେ ଦିଆଯାଇଥିବା ସମସ୍ତ ବିବରଣୀକୁ ପଢି ଆପଣଙ୍କର ସମସ୍ତ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟକୁ ଆବେଦନ ଫର୍ମ ସହିତ ଯୋଡିକରି, ଆପଣ ଫର୍ମକୁ ନିମ୍ନରେ ଦିଆଯାଇଥିବା ଠିକଣାରେ ପଠାଇପାରିବେ । ଭାରତୀୟ ଡାକ ବିଭାଗ ମାଧ୍ୟମରେ ଆବେଦନ ଫର୍ମ ଜମା କରିବାର ଶେଷ ତାରିଖ 20 ଡିସେମ୍ବର 2021 ଭାବରେ ସ୍ଥିର କରାଯାଇଛି ।

ରାଜ୍ୟରେ ଚାଷୀଙ୍କ ପାଇଁ ଖୋଲାଯିବ କଲ୍ ସେଣ୍ଟର, ମିଳିବ ଏହି ସୁବିଧାଗୁଡ଼ିକର ଲାଭ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)