News

Post Office Scheme : ଟଙ୍କା ରଖିଲେ ଡବଲ ହୋଇଯିବ ଟଙ୍କା, ଉଠାନ୍ତୁ ଲାଭ

ପୋଷ୍ଟ ଅଫିସ (Post Office)ର ସ୍ୱତନ୍ତ୍ର ସ୍କିମ୍‌ । ଏ ସ୍କିମରେ ଟଙ୍କା ରଖିଲେ ଡବଲ ହୋଇଯାଏ ଟଙ୍କା ।

05 February, 2022 11:14 AM IST By: Sudesna Nayak

ଏଠି ଟଙ୍କା ରଖିଲେ ଚିନ୍ତା ନାହିଁ କି କୌଣସି ସମସ୍ୟା ନାହିଁ । ଏ ସ୍କିମରେ ଟଙ୍କା ରଖିଲେ ଡବଲ ହୋଇଯାଏ ଟଙ୍କା । ଯଦି ଆପଣ ନିଜର ଟଙ୍କାକୁ ରଖି ଦୁଇଗୁଣା କରିବାକୁ ଚାହୁଁଥାନ୍ତି, ତେବେ ଏହିଠାରେ ସୁରକ୍ଷିତ ଭାବେ ଟଙ୍କା ରଖି ଭରପୂର ଲାଭ ଉଠାନ୍ତୁ ।

ପୋଷ୍ଟ ଅଫିସ (Post Office)ର ସ୍ୱତନ୍ତ୍ର ସ୍କିମ୍‌ । ଏ ସ୍କିମରେ ଟଙ୍କା ରଖିଲେ ଡବଲ ହୋଇଯାଏ ଟଙ୍କା । ଯଦି ଆପଣ କେଉଁଠାରେ ଅର୍ଥ ବିନିଯୋଗ କରିବାକୁ ଭାବୁଛନ୍ତି, ତେବେ ଏହାଠାରୁ ସୁରକ୍ଷିତ ସ୍ଥାନ ବା ଭଲ ରିଟର୍ଣ୍ଣ ଆଉ କେଉଁଠି ପାଇବେ ନାହିଁ । ପୋଷ୍ଟ ଅଫିସରେ ଏମିତି ଏକ ଦମଦାର୍ ସ୍କିମ ରହିଛି, ଯେଉଁଠି ମିଳିଥାଏ ଭଲ ରିଟର୍ଣ୍ଣ ସହ ଅନେକ ସୁବିଧା (Better benefits)। ଆମେ ଆପଣଙ୍କୁ କହୁଛୁ ପୋଷ୍ଟ ଅଫିସର ଟାଇମ୍‌ ଡିପୋଜିଟ୍‌ ସ୍କିମ୍‌ କଥା ।

ସୂଚନା ଅନୁଯାୟୀ, ପୋଷ୍ଟ ଅଫିସର ଟିଡି ସ୍କିମ୍‌ରେ ଆପଣ ବର୍ଷେ, ୨ ବର୍ଷ, ୩ ବର୍ଷ ଓ ୫ ବର୍ଷ ପାଇଁ ଟଙ୍କା ଜମା କରି ପାରିବେ । ଏଥିରେ ୧ ବର୍ଷର ଅବଧି ଥିବା ଏଫ୍‌ଡି ଆକାଉଣ୍ଟରେ ଥିବା ସମୟରେ ୫.୫ ପ୍ରତିଶତର ସୁଧ ହାର ମଧ୍ୟ ରହିଛି । ଏହା ବ୍ୟତୀତ ୧ ବର୍ଷର ଏଫ୍‌ଡି ଓ ୩ ବର୍ଷର ଏଫ୍‌ଡିରେ ମଧ୍ୟ ୫.୫ ପ୍ରତିଶତରେ ସୁଧ ମଧ୍ୟ ମିଳୁଛି । ପୋଷ୍ଟ ଅଫିସରେ ୫ ବର୍ଷର ଟାକ୍ସ ସେଭିଂ ଏଫ୍‌ଡିରେ ୬.୭ ପ୍ରତିଶତର ସୁଧ ଦେଉଛି । ସୁଧ ଦେୟ ବାର୍ଷିକ ଆଧାରରେ କରାଯାଏ । ହେଲେ ଏହାକୁ ତ୍ରୟମାସିକ ଆଧାରରେ ହିସାବ କରାଯାଏ ।

ଯଦି କିଏ ୧ ଲକ୍ଷ ଟଙ୍କାର ଜମାରେ ୫ ବର୍ଷ ମାଚ୍ୟୁରିଟି ପିରିୟଡର ଟର୍ମ ଡିପୋଜିଟ୍‌ ଖୋଲେ, ତାହେଲେ ୬.୭ ପ୍ରତିଶତ ବାର୍ଷିକ ସୁଧ ହିସାବରେ ୫ ବର୍ଷ ପରେ ସେ ୧ ଲକ୍ଷ ୩୯ ହଜାର ୪ ଶହ ୭ ଟଙ୍କାର ମାଲିକ ହୋଇ ପାରିବେ । ଯଦି ଆପଣମାନେ ଟାଇମ ଡିପୋଜିଟ୍‌ ସ୍କିମ୍‌ରେ ଟଙ୍କା ଲଗାଉଛନ୍ତି, ତେବେ ଆପଣଙ୍କୁ ୬.୭ ପ୍ରତିଶତର ଦରରେ ସୁଧ ମିଳିଲେ ଆପଣଙ୍କ ଟଙ୍କା ଡବଲ ହେବାକୁ ପାଖାପାଖି ୧୦.୭୪ ବର୍ଷ ଅର୍ଥାତ୍‌ ୧୨୯ ମାସ ସମୟ ଲାଗିବ ।

ପୋଷ୍ଟ ଅଫିସ (Post Office)ର ଏହି ଟାଇମ୍‌ ଜିପୋଜିଟ୍‌ ସ୍କିମ୍‌ ପାଇଁ କେହି ବି ସିଙ୍ଗଲ ବ୍ୟକ୍ତି ନିଜର ଆକାଉଣ୍ଟ ଖୋଲିପାରିବ । ଏହା ବ୍ୟତୀତ ୩ ଜଣ ମିଶି ଜଏଣ୍ଟ ଆକାଉଣ୍ଟ ମଧ୍ୟ ଖୋଲି ପାରିବେ । ୧୦ ବର୍ଷରୁ ଅଧିକ ବୟସର ପିଲାଙ୍କ ନାମରେ ପାରେଣ୍ଟସ ଆକାଉଣ୍ଟ ମଧ୍ୟ ଖୋଲି ହେବ ।

ପ୍ରକାଶ ଥାଉ ଯେ, ସବୁ କଥା ବାଦ ଟାଇମ୍‌ ଜିପୋଜିଟ୍‌ ସ୍କିମର ପ୍ରମୁଖ କଥା ହେଲା କି, ବ୍ୟାଙ୍କ ତୁଳନାରେ ଏଠାରେ ଅଧିକ ସୁଧ ମିଳିଥାଏ । କେହି କେହି ଏହି ସ୍କିମ୍‌କୁ ଡ଼ାକଘରର ଏଫ୍‌ଡି ମଧ୍ୟ କହିଥାନ୍ତି । ଆଜି ହିଁ ପୋଷ୍ଟ ଅଫିସ ଯାଇ ଏହି ଦମଦାର୍ ସ୍କିମ ବିଷୟରେ ଜାଣନ୍ତୁ ଏବଂ ଟଙ୍କା ନିବେଶ କରି ଭରପୂର ଫାଇଦା ଉଠାନ୍ତୁ ।

Post Office Scheme: ୧୫୦ ଟଙ୍କା ନିବେଶ କରି ପାଇବେ ୨୦ ଲକ୍ଷର ପାଣ୍ଠି ; କିପରି ଜାଣନ୍ତୁ ...

Post Office Scheme: ମାସକୁ ୧୫୦୦ ଟଙ୍କା ଜମା କଲେ ପାଇବେ ୩୫ ଲକ୍ଷ ଟଙ୍କା, ଜାଣନ୍ତୁ...

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)