News

ଯୋଗାଣ ମନ୍ତ୍ରୀଙ୍କ ସୂଚନା: ଆଳୁ ସ୍ଥିତି ହେବ ସ୍ବାଭାବିକ

ଆଳୁ ଦର ସାମାନ୍ୟ ଖସିଥିବା ବେଳେ ପୁଣି ଥରେ ଆଳୁ ଦର ବଢିଛି ।

08 August, 2024 2:02 PM IST By: Tanushree Mahapatra

ରାଜ୍ୟରେ କିଛିଦିନ ହେବ ଆଳୁ ପାଇଁ ଖାଉଟି ହଇରାଣ ହନ୍ତସନ୍ତ ହେଉଛନ୍ତି l ବଜାରରେ ଆବଶ୍ୟକ ଅନୁଯାୟୀ ଆଳୁ ମହଜୁଦ ନ ଥିବାରୁ ଖାଉଟିଙ୍କ ମଧ୍ୟରେ ଦରକୁ ନେଇ ଅସନ୍ତୋଷ ବଢ଼ିବାରେ ଲାଗିଛି l କିଛିଦିନ ରାଜ୍ୟରେ ଆଳୁ ଦର ସାମାନ୍ୟ ଖସିଥିବା ବେଳେ ପୁଣି ଥରେ ଆଳୁ ଦର ବଢିଛି ।

ୟୁପିରୁ ଆସୁଥିବା ଆଳୁ ଯୋଗାଣ ମଧ୍ୟ ରାଜ୍ୟରେ ଧିମେଇ ଯାଇଛି ।  ଅନ୍ୟପଟେ ଭୁବନେଶ୍ବର ସ୍ଥିତ ଆଇଗିଣିଆ ଆଳୁ ଗୋଦାମ, ଯେଉଁଠାରେ ପ୍ରତିଦିନ ଅନେକ ଆଳୁ ବୋଝେଇ ଗାଡି ଆସୁଥିଲା ସେଠାରେ ଆଜି ଆଳୁ ଗାଡି ଦେଖିବାକୁ ମିଳୁନାହିଁ। ପ୍ରତିଥର ୧୫ ରୁ ୨୦ ଟ୍ରକରେ ଆଳୁ ବୋଝେଇ ହୋଇ ୟୁପିରୁ ଆସିଥାଏ କିନ୍ତୁ ଚଳିତ ସମୟରେ ଆସିଛି ମାତ୍ର ୩ଟ୍ରକ ଆଳୁ । ଯାହା ଆଳୁ ସମସ୍ୟାକୁ ଅଧିକ ଜଟିଳ କରିବାରେ ଲାଗିଛି l ସେପଟେ ବଜାରରେ ଆଳୁ ଦରରେ ନିଆଁ ଲାଗିଛି l ଲୋକେ ଆଳୁ କିଣିବାକୁ ଭୟ କଲେଣି ଦର ଦେଖି l କେବଳ ଆଇଗିଣିଆ ରାଜ୍ୟରେ ଥିବା ଏକାଧିକ ଆଳୁ ଗୋଦାମରେ ଏହିପରି ସ୍ଥିତି ଦେଖିବାକୁ ମିଳିଛି । ଆଳୁ ଆମଦାନୀ କମିଛି ରାଜ୍ୟରେ l

ଅନ୍ୟପଟେ ଏ ନେଇ ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀ ରାଜ୍ୟରେ ଦୁଇ ଦିନ ମଧ୍ୟରେ ଆଳୁ ପରିସ୍ଥିତି ସ୍ବାଭାବିକ ହେବ ବୋଲି ମତ ପ୍ରକାଶ କରିଛନ୍ତି । ଲୋକେ ଆଳୁର ଅଭାବ ସମସ୍ୟାକୁ ନେଇ ଆତଙ୍କିତ ହେବା ଆବଶ୍ୟକ ନାହିଁ ବୋଲି କହିଛନ୍ତି । ତାଙ୍କ କହିବା ଅନୁଯାୟୀ ଆଗାମୀ ଦିନରେ ପଶ୍ଚିମବଙ୍ଗ ଓ ଉତ୍ତର ପ୍ରଦେଶରୁ ଆଳୁ ଆସିବ ରାଜ୍ୟକୁ । ଏନେଇ କଥାବାର୍ତ୍ତା ଚାଲିଛି ଅନ୍ୟ ରାଜ୍ୟଙ୍କ ସହିତ ବୋଲି ରାଜ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ସୂଚନା ପ୍ରଦାନ ଦେଇ କହିଛନ୍ତି । ତେଣୁ, ଦିନେ, ଦୁଇ ଦିନ ମଧ୍ୟରେ ରାଜ୍ୟରେ ଦେଖାଦେଇଥିବା ଆଳୁ ଅଭାବ ସମସ୍ୟାର ଖୁବ ଶୀଘ୍ର ସମାଧାନ ହେବ । ସେପଟେ ବ୍ୟବସାୟୀମାନଙ୍କ ପ୍ରଦାନ କରାଯାଇଥିବା ନିର୍ଦ୍ଦେଶ ଅନୁଯାୟୀ କାମ କରୁଛନ୍ତି ବୋଲି ଆଇନମନ୍ତ୍ରୀ କହିଛନ୍ତି।

ଆଳୁ ବଜାରରେ ଅଧିକ ପରିମାଣରେ ମହଜୁଦ ନ ଥିବାରୁ ଖୁଚୁରା ବଜାରରେ ଆଳୁ ଦର କିଲୋଗ୍ରାମ୍ ପିଛା ୫୦ ରୁ ୬୦ ଟଙ୍କାରେ ପହଞ୍ଚିଥିଲା । ଆଗକୁ ଉତ୍ତରପ୍ରଦେଶରୁ ଆଳୁ ଟ୍ରକ୍ ଆସିବ ବୋଲି ବିଭାଗୀୟ ମନ୍ତ୍ରୀ ମତ ଦେଇଛନ୍ତି । ଆଗକୁ ଧୀରେ ଧୀରେ ରାଜ୍ୟକୁ ଆଳୁ ଟ୍ରକ ଆସିବା ସ୍ଵାଭାଵିକ ହୋଇଯିବ ଯାହାଦ୍ୱାରା ଅଧିକ ପରିମାଣରେ ଆଳୁ ମହଜୁଦ ରହିବ l ଦର ମଧ୍ୟ ସଠିକ ହୋଇଯିବ l

ଅଧିକ ପଢ଼ନ୍ତୁ

କୋରାପୁଟରେ ମିଳିବ ପିଜିଏସ୍ ପ୍ରମାଣିକୃତ ଜୈବିକ ଉତ୍ପାଦ

ପ୍ରେରଣା ପାଲଟିଛନ୍ତି ସଫଳ କଦଳୀ ଚାଷୀ ଧୀରେନ୍ଦ୍ର

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)