News

ବାଲେଶ୍ବରରେ ବିଜେପିର ବିଶାଳ କୃଷକ ସମାବେଶ : ନୂଆ କୃଷି ଆଇନ୍‌ ସଂପର୍କରେ ଭ୍ରମିତ କରୁଛନ୍ତି ବିରୋଧୀ

ବାଲେଶ୍ବର : କୃଷକମାନଙ୍କୁ ହକ୍‌ ଦେବା ପାଇଁ ମୋଦୀ ସରକାର ନୂଆ କୃଷି ଆଇନ୍‌ ଆଣି‌ଲେ। ଏ ବିଷୟରେ ବାରମ୍ବାର ଆଲୋଚନା, ବିଚାରବିମର୍ଶ ବି ହୋଇଛି। ହେଲେ ବିରୋଧୀ ଦଳଗୁଡ଼ିକ ଏହି ଆଇନ୍ ସଂପର୍କରେ ଚାଷୀଙ୍କୁ ଭ୍ରମିତ କରୁଛନ୍ତି। ତେବେ ଯେତେ ଚକ୍ରାନ୍ତ କରି ଚାଷୀଙ୍କୁ ଭୁଆଁ ବୁଲାଇଲେ ବି ତାହା ବ୍ୟର୍ଥ ହେବ। ମଙ୍ଗଳବାର ବାଲେଶ୍ବର ସହର ଉପକଣ୍ଠ କୁରୁଡ଼ାହାଟ ପଡ଼ିଆରେ ଅନୁଷ୍ଠିତ ବିଜେପି କୃଷକ ମୋର୍ଚ୍ଚାର ବିଶାଳ ଚାଷୀ ସମାବେଶରେ ଉଦ୍‌ବୋଧନ ଦେଇ ଏହା କହିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପଚନ୍ଦ୍ର ଷଡ଼ଙ୍ଗୀ।

30 December, 2020 12:35 PM IST By: KJ Staff

ବାଲେଶ୍ବର : କୃଷକମାନଙ୍କୁ ହକ୍‌ ଦେବା ପାଇଁ ମୋଦୀ ସରକାର ନୂଆ କୃଷି ଆଇନ୍‌ ଆଣି‌ଲେ। ଏ ବିଷୟରେ ବାରମ୍ବାର ଆଲୋଚନା, ବିଚାରବିମର୍ଶ ବି ହୋଇଛି। ହେଲେ ବିରୋଧୀ ଦଳଗୁଡ଼ିକ ଏହି ଆଇନ୍ ସଂପର୍କରେ ଚାଷୀଙ୍କୁ ଭ୍ରମିତ କରୁଛନ୍ତି। ତେବେ ଯେତେ ଚକ୍ରାନ୍ତ କରି ଚାଷୀଙ୍କୁ ଭୁଆଁ ବୁଲାଇଲେ ବି ତାହା ବ୍ୟର୍ଥ ହେବ। ମଙ୍ଗଳବାର ବାଲେଶ୍ବର ସହର ଉପକଣ୍ଠ କୁରୁଡ଼ାହାଟ ପଡ଼ିଆରେ ଅନୁଷ୍ଠିତ ବିଜେପି କୃଷକ ମୋର୍ଚ୍ଚାର ବିଶାଳ ଚାଷୀ ସମାବେଶରେ ଉଦ୍‌ବୋଧନ ଦେଇ ଏହା କହିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପଚନ୍ଦ୍ର ଷଡ଼ଙ୍ଗୀ।

ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କରି ଶ୍ରୀ ଷଡ଼ଙ୍ଗୀ କହିଛନ୍ତି, ପ୍ରଧାନମନ୍ତ୍ରୀ ଡାଇରେକ୍ଟ ବେନିଫିଟ୍‌ ସ୍କିମ୍‌ରେ ଯେଉଁ ଟଙ୍କା ଦିଆଗଲା ତାହା ଠିକ୍‌ ଭାବେ ଲୋକଙ୍କ ନିକଟରେ ପହଞ୍ଚୁଛି। ହେଲେ ରାଜ୍ୟ ସରକାରଙ୍କ ଜରିଆରେ ଯାହା ଦିଆଯାଉଛି, ସେଥିରେ ବାଧକ କିଏ ସାଜିଛି? ପ୍ରଧାନମନ୍ତ୍ରୀ ସିଞ୍ଚାଇ ଯୋଜନାରେ ଆସିଥିବା କୋଟିକୋଟି ଟଙ୍କା ଗଲା କୁଆଡେ? ଏହିସବୁ ପ୍ରଶ୍ନ ସହ ନୂଆ କୃଷି ଆଇନ୍‌ ବିଷୟରେ କୃଷକ ଓ ଜନସାଧାରଣଙ୍କୁ ସଚେତନ କରିବାକୁ ବିଜେପି ଅଭିଯାନ ଆରମ୍ଭ କରିଛି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ଷଡ଼ଙ୍ଗୀ କହିଛନ୍ତି।

କୃଷକ ମୋର୍ଚ୍ଚାର ଏହି ସମାବେଶ ଓଡ଼ିଶାରେ ୫ଟି ଜୋନ୍‌ରେ ହୋଇ ସାରିଥିବାବେଳେ ଆଜି ବାଲେଶ୍ବରରେ ଶେଷ ସମାବେଶ ଅନୁଷ୍ଠିତ ହୋଇଥିଲା। ବାଲେଶ୍ବର ଜିଲ୍ଲା ବିଜେପି ସଭାପତି ଉମାକାନ୍ତ ମହାପାତ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସମାବେଶରେ କୃଷକ ମୋର୍ଚ୍ଚାର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଡ.ଶମ୍ଭୁକୁମାର, ମୟୂରଭଞ୍ଜ ସାଂସଦ ବିଶେଶ୍ବର ଟୁଡୁ, କୃଷକ ମୋର୍ଚ୍ଚା ରାଷ୍ଟ୍ରୀୟ ଉପସଭାପତି ମହେଶ୍ବର ସାହୁ, ପୂର୍ବତନ ମନ୍ତ୍ରୀ ମ‌ନମୋହନ ସାମଲ, ବିରୋଧୀ ଦଳ ଉପନେତା ବିଷ୍ଣୁଚରଣ ସେଠୀ, ବରିଷ୍ଠ ବିଧାୟକ ମୋହନ ଚରଣ ମାଝୀ, ନୀଳଗିରି ବିଧାୟକ ସୁକାନ୍ତ ନାୟକ, ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି ଓ ପଦ୍ମଲୋଚନ ପଣ୍ଡା, ବଡ଼ସାହି ବିଧାୟକ ସନାତନ ବିଜୁଳି, ରାଜ୍ୟ ବି‌ଜେପି ପ୍ରବକ୍ତା ତଥା ଯୁବମୋର୍ଚ୍ଚା ରାଷ୍ଟ୍ରୀୟ ଉପସଭାପତି ଠାକୁର ରଂଜିତ ଦାସ ପ୍ରମୁଖ ବକ୍ତବ୍ୟ ରଖିଥିଲେ।

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)