News

ରାୟଗଡାରେ ହେବ କୃଷି ଉନ୍ନତି ସମ୍ମିଳନୀ, ଚାଲିଛି ଜୋରଶୋରରେ ପ୍ରସ୍ତୁତି

କୃଷି ଜାଗରଣ ପକ୍ଷରୁ ଆୟୋଜିତ ହେବାକୁଯାଉଛି କୃଷି ଉନ୍ନତି ସମ୍ମିଳନୀ । ଏନେଇ ଆରମ୍ଭ ହୋଇଯାଇଛି ଜୋରସୋରରେ ପ୍ରସ୍ତୁତି । ରାୟଗଡାରେ ବିଭିନ୍ନ ସଂଗଠନ, ଏନଜିଓ ଓ ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି କୃଷି ଜାଗରଣ ଟିମ ।

26 September, 2022 10:45 AM IST By: Shuvanshu Kar

କୃଷି ଜାଗରଣ ପକ୍ଷରୁ ଆୟୋଜିତ ହେବାକୁଯାଉଛି କୃଷି ଉନ୍ନତି ସମ୍ମିଳନୀ । ଏନେଇ ଆରମ୍ଭ ହୋଇଯାଇଛି ଜୋରସୋରରେ ପ୍ରସ୍ତୁତି । ରାୟଗଡାରେ ବିଭିନ୍ନ ସଂଗଠନ, ଏନଜିଓ ଓ ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି କୃଷି ଜାଗରଣ ଏବଂ ରାୟଗଡା ସେଞ୍ଚୁରିଅନ ୟୁନିଭର୍ସିଟି ଟିମ । କୃଷି ବଶ୍ବ ବିଦ୍ୟାଳୟ ଓ ସ୍କୁଲ ଅଫ ଫାର୍ମାସିର ମିଳିତ ଆନୁକୂଲ୍ୟରେ ଏହି ମେଳା ଆୟୋଜିତ ହେଉଛି ।

ଆଗାମୀ କୃଷି ଉନ୍ନତି ସମ୍ମିଳନୀ ପାଇଁ ରାୟଗଡାର ହର୍ଷା ଟ୍ରଷ୍ଟ ସହିତ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଛି । ଏହି ସମ୍ମିଳନୀରେ ପାଖାପାଖି 10 ଏନଜିଓ ଅଂଶଗ୍ରହଣ କରିବେ । CSATD ସଂସ୍ଥା, FARR NGO, pradan NGO ସହିତ ମଧ୍ୟ ଆଲୋଚନା ହୋଇଛି । ଆଲୋଚନାରେ ବିଭିନ୍ନ ଏନଜିଓ, କେଭିକେ, OLM ଓ ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ ସାମିଲ ହୋଇଛନ୍ତି ।

ସେପଟେ ସମ୍ମିଳନୀର ଆୟୋଜନସ୍ଥଳୀ ସ୍କୁଲ ଅଫ ଫାର୍ମାସି ସେଞ୍ଚୁରିଅନ ୟୁନିଭର୍ସିଟିର ନିର୍ଦ୍ଦେଶକ ରାଜେଶ ପାଢୀଙ୍କ ସହିତ ମଧ୍ୟ କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଛି । ସେହିପରି ସିଆରପିଏଫ କ୍ୟାମ୍ପସରେ ମଧ୍ୟ ଏକ ବୈଠକ ଅନୁଷ୍ଠିତ ହୋଇଛି ।

କୃଷି ଉନ୍ନତି ସମ୍ମିଳନୀରେ ଆଦିବାସୀ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ କୃଷି ଜାଗରଣର ଟିମ ରାୟଗଡା ବିଷମ କଟକର ଆଦିବାସୀ ସମୁଦାୟଙ୍କ ସହିତ ଆଲୋଚନା କହିଛି ।

DDH and AHO, ପଶୁ ଚିକିତ୍ସା ବିଭାଗର ଉପନିର୍ଦ୍ଦେଶକ,ରାୟଗଡା DDA ଓ ମତ୍ସ୍ୟ ସମ୍ପଦ ବିଭାଗକୁ ମଧ୍ୟ ସାକ୍ଷାତ କରିଛି କୃଷିଜାଗରଣ ଟିମ ।

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)