News

ଶୁକ୍ରବାର ପ୍ରଧାନମନ୍ତ୍ରୀ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନର ଶୁଭାରମ୍ଭ କରିବେ ରାଷ୍ଟ୍ରପତି

ଦେଶର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୨୦୨୫ ସୁଦ୍ଧା ଦେଶରୁ ଯକ୍ଷ୍ମା ବିଲୋପ ପାଇଁ ଯକ୍ଷ୍ମା ମିଶନକୁ ପୁନଃ ଉଜ୍ଜୀବିତ କରିବା ଉଦ୍ଦେଶ୍ୟରେ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନ ।

08 September, 2022 11:23 AM IST By: Shuvanshu Kar

ଦେଶର ରାଷ୍ଟ୍ରପତି(President of India ) ଦ୍ରୌପଦୀ ମୁର୍ମୁ ୨୦୨୫ ସୁଦ୍ଧା ଦେଶରୁ ଯକ୍ଷ୍ମା ବିଲୋପ ପାଇଁ ଯକ୍ଷ୍ମା ମିଶନକୁ ପୁନଃ ଉଜ୍ଜୀବିତ କରିବା ଉଦ୍ଦେଶ୍ୟରେ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନ(Pradhan Mantri TB Mukt Bharat Abhiyaan) । ଆସନ୍ତାକାଲି ଅର୍ଥାତ ସେପ୍ଟେମ୍ବର ୯ରେ ଭର୍ଚୁଆଲ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନ(Pradhan Mantri TB Mukt Bharat Abhiyaan)ର ଶୁଭାରମ୍ଭ କରିବେ ରାଷ୍ଟ୍ରପତି ।

ମାର୍ଚ୍ଚ ୨୦୧୮ ରେ ଦିଲ୍ଲୀ ଠାରେ ଏଣ୍ଡ୍‍ ଟିବି ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏସ୍‍ଡିଜି ଲକ୍ଷ୍ୟ ୨୦୩୦ର ପାଞ୍ଚବର୍ଷ ପୂର୍ବରୁ ଦେଶରୁ ଯକ୍ଷ୍ମା ବିଲୋପ ପାଇଁ ଆହ୍ୱାନ ଦେଇଥିଲେ । ଏହି ଅଭିଯାନ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭିୟ, ରାଷ୍ଟ୍ରମନ୍ତ୍ରୀ (ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ) ଭାରତୀ ପ୍ରବୀଣ ପାୱାର, କେନ୍ଦ୍ର ମନ୍ତ୍ରୀଗଣ, ରାଜ୍ୟପାଳ ଏବଂ ଲେଫନାଣ୍ଟ ଗଭର୍ଣ୍ଣର ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଉପସ୍ଥିତିରେ ଶୁଭାରମ୍ଭ ହେବ । ଯେହେତୁ ଦେଶ ୨୦୨୫ ସୁଦ୍ଧା ଯକ୍ଷ୍ମା ବିଲୋପ ପାଇଁ ପ୍ରତିବଦ୍ଧତାକୁ ଦୋହରାଇଛି, ଏହି ଭର୍ଚୁଆଲ୍ କାର୍ଯ୍ୟକ୍ରମରେ ରାଜ୍ୟ ତଥା ଜିଲ୍ଲା ସ୍ୱାସ୍ଥ୍ୟ ପ୍ରଶାସନ, କର୍ପୋରେଟ୍‌, ଶିଳ୍ପ, ସିଭିଲ ସୋସାଇଟି ଏବଂ ଏନଜିଓର ପ୍ରତିନିଧିମାନେ ଉପସ୍ଥିତ ରହିବେ ।

ଯକ୍ଷ୍ମା ଚିକିତ୍ସା କ୍ଷେତ୍ରରେ ସହାୟତା କରୁଥିବା ତଥା ଯକ୍ଷ୍ମା ବିଲୋପ ଦିଗରେ କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ସମସ୍ତ ଗୋଷ୍ଠିର ହିତାଧିକାରୀଙ୍କୁ ଏକାଠି କରିବା ସକାଶେ ପ୍ରଧାନ ମନ୍ତ୍ରୀ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନର କଳ୍ପନା କରାଯାଇଛି । ମାନ୍ୟବର ରାଷ୍ଟ୍ରପତି ନି-କ୍ଷୟ ମିତ୍ର ପଦକ୍ଷେପର ମଧ୍ୟ ଶୁଭାରମ୍ଭ କରିବେ ଯାହାକି ଅଭିଯାନର ଏକ ଗୁରୁତ୍ୱପୂର୍ଣ୍ଣ ଉପାଦାନ ଅଟେ । ନି-କ୍ଷୟ ମିତ୍ର ପୋର୍ଟାଲ୍ ଯକ୍ଷ୍ମା ଚିକିତ୍ସା କରୁଥିବା ଲୋକଙ୍କୁ ବିଭିନ୍ନ ପ୍ରକାରର ସହାୟତା ଯୋଗାଇବା ଲାଗି ଦାତାମାନଙ୍କୁଏକ ପ୍ଲାଟଫର୍ମ ପ୍ରଦାନ କରିଥାଏ । ତିନୋଟି ସମର୍ଥନ ଯଥା ପୁଷ୍ଟିକର ଖାଦ୍ୟ, ଅତିରିକ୍ତ ପରୀକ୍ଷା ନିରୀକ୍ଷା ଏବଂ ଧନ୍ଦାମୂଳକ ସହାୟତା ଅନ୍ତର୍ଭୁକ୍ତ । ନି-କ୍ଷୟ ମିତ୍ର ନାମକ ଏହି ଦାତାମାନେ ର୍ନିବାଚିତ ପ୍ରତିନିଧୀ, ରାଜନୈତିକ ଦଳ ଠାରୁ ଆରମ୍ଭ କରି କର୍ପୋରେଟ୍‌, ଏନଜିଓ ଏବଂ ବ୍ୟକ୍ତିବିଶେଷ ପର୍ଯ୍ୟନ୍ତ ବିଭିନ୍ନ ବର୍ଗର ହିତାଧିକାରୀ ହୋଇପାରନ୍ତି ।

ଏହି ଶୁଭାରମ୍ଭ କାର୍ଯ୍ୟକ୍ରମ ହେଉଛି ଏକ ସାମାଜିକ ଆଭିମୁଖ୍ୟର ଆବଶ୍ୟକତାକୁ ଆଲୋକିତ କରିବା ଯାହାକି ବିଭିନ୍ନ ବର୍ଗର ଲୋକଙ୍କୁ ଜନ ଆନ୍ଦୋଳନରେ ସାମିଲ କରି ୨୦୨୫ ସୁଦ୍ଧା ଦେଶରୁ ଯକ୍ଷ୍ମା ଦୂର କରିବାର ଉଚ୍ଚାଭିଳାଷୀ ଲକ୍ଷ୍ୟ ହାସଲ କରିବାକୁ ଲକ୍ଷ୍ୟ ରଖିଛି । ପ୍ରଧାନ ମନ୍ତ୍ରୀ ଯକ୍ଷ୍ମା ମୁକ୍ତ ଅଭିଯାନ ହେଉଛି ଗୋଷ୍ଠି ସହାୟତା ହାସଲ କରି ରୋଗୀ-କେନ୍ଦ୍ରିକ ସ୍ୱାସ୍ଥ୍ୟ ବ୍ୟବସ୍ଥା ଆଡକୁ ଏକ ପଦକ୍ଷେପ ।

ଇଷ୍ଟର୍ଣ୍ଣ ଅର୍ଥନୈତିକ ଫୋରମରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ, ଯୁଦ୍ଧ ଉପରେ କଣ ଦେଲେ ମତ ?

ରାଷ୍ଟ୍ରପତିଙ୍କ ଭିଜନ ପୂରଣ କରିଥିଲା 50 ଲକ୍ଷ ବୃକ୍ଷରୋପଣ ମିଶନ ! ସବୁଜ ଭବିଷ୍ୟତ ପାଇଁ ସାଜିବେ କି ପ୍ରେରଣା ?

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)