News

ହ୍ରାସ ପାଇବ ବାସୁମତି ଚାଉଳର ଦର !

କିଛି ଦିନ ତଥା କିଛି ମାସ ପୂର୍ବରୁ ସରକାର ଦେଶରେ ଚାଉଳ ଅଭାବକୁ ଦୃଷ୍ଟିରେ ରଖି ଚାଉଳ ରପ୍ତାନି ଉପରେ ରୋକ ଲଗାଇଥିଲେ l ଯାହାଦ୍ୱାରା ଦେଶରେ ବଢିଥିଲା ଚାଉଳ ମୂଲ୍ୟ l

06 October, 2023 9:27 AM IST By: Tanushree Mahapatra

କିଛି ଦିନ ତଥା କିଛି ମାସ ପୂର୍ବରୁ ସରକାର ଦେଶରେ ଚାଉଳ ଅଭାବକୁ ଦୃଷ୍ଟିରେ ରଖି ଚାଉଳ ରପ୍ତାନି ଉପରେ ରୋକ ଲଗାଇଥିଲେ l ଯାହାଦ୍ୱାରା ଦେଶରେ ବଢିଥିଲା ଚାଉଳ ମୂଲ୍ୟ l ଆଉ ଏବେ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ମୂଲ୍ୟ କାମିବାକୁ ଯାଉଛି ବାସୁମତି ଚାଉଳର l ସାରା ଦୁନିଆରେ ଚାଉଳ ମୂଲ୍ୟକୁ ଦୃଷ୍ଟିରେ ରଖି ରପ୍ତାନି ଉପରେ ଅଧିକ ଶୁଳ୍କ ଲାଗୁ କରାଯାଇଛି କେନ୍ଦ୍ର ପକ୍ଷରୁ । ଏଥିପାଇଁ ଏବେ ସାରା ଦୁନିଆରେ ଚାଉଳ ମୂଲ୍ୟ ଉଚ୍ଚ ଦରରେ ପହଁଚିଛି । 

ଯାହାଦ୍ୱାରା ବର୍ତ୍ତମାନ ଭାରତ ସରକାର ବିଶ୍ୱ ସ୍ତରରେ ବାସୁମତି ଚାଉଳର ମୂଲ୍ୟ ହ୍ରାସ କରିବାକୁ ପଦକ୍ଷେପ ନେଇପାରନ୍ତି ବୋଲି କୁହାଯାଉଛି । ଦେଶର ପଞ୍ଜାବ, ହରିୟାଣା ଏବଂ ଉତ୍ତରପ୍ରଦେଶ ପରି ପ୍ରମୁଖ ରାଜ୍ୟ ଯାହା ଚାଉଳ ଉତ୍ପାଦନକାରୀ ରାଜ୍ୟ ମଧ୍ୟରେ ରପ୍ତାନିକାରୀ ରାଜ୍ୟ , ସେହି ରାଜ୍ୟର କୃଷକ ଏବଂ ରାଜ୍ୟ ସରକାରୀ କର୍ମଚାରୀଙ୍କ ସହ ଅନେକ ପରାମର୍ଶ ପରେ ସରକାର ବାସୁମତି ଏହି ଚାଉଳର ସର୍ବନିମ୍ନ ରପ୍ତାନି ମୂଲ୍ୟ ଟନ୍ ପିଛା ୧୨୦୦ ଡଲାରରୁ ୮୫୦ ଡଲାରକୁ ହ୍ରାସ କରିବାର ସମ୍ଭାବନା ରହିଛି ବୋଲି ସୂଚନା ରହିଛି ।

ଦେଶର ଆର୍ଥିକ ଏକ୍ସପ୍ରେସ ରିପୋର୍ଟର ସୂଚନା ଅନୁଯାୟୀ, ଆସନ୍ତା କିଛି ଦିନ ମଧ୍ୟରେ ଏକ ଆନୁଷ୍ଠାନିକ ଘୋଷଣା ହେବାର ଆଶା କରାଯାଉଛି କେନ୍ଦ୍ର ପକ୍ଷରୁ । ନିକଟରେ ବାସୁମତି ଚାଉଳର ରପ୍ତାନିକୁ ନେଇ ମନ୍ତ୍ରୀ ପୀୟୁଷ ଗୋୟଲ କହିଛନ୍ତି ଯେ, ସରକାର ଟନ ପିଛା ଏମପି ହ୍ରାସ କରିବେ ବୋଲି ପଦକ୍ଷେପ ନେଇଛନ୍ତି । ଅନ୍ୟପଟେ ରପ୍ତାନିକାରୀମାନେ କହିଛନ୍ତି ଯେ, ଭାରତର ବାର୍ଷିକ ପ୍ରାୟତଃ ୪.୫ ନିୟୁତ ଟନ୍ ବାସୁମତି ଚାଉଳ ରପ୍ତାନୀର ପ୍ରାୟ ୭୫ ପ୍ରତିଶତ ଟନ୍ ପିଛା ହାରାହାରି ୭୦୦ ରୁ ୧୦୦୦ ଡଲାର ମୂଲ୍ୟରେ ଅନ୍ୟ ଦେଶକୁ ପଠାଯାଉଛି । ତେବେ ଏହି କାରଣରୁ ବାସୁମତି ଚାଉଳ ବଦଳରେ ଧଳା ଅଣ-ବାସୁମତି ଚାଉଳର ପରିବହନ ହୋଇଥିଲା,  ତେଣୁ ରପ୍ତାନି ଶୁଳ୍କ ଟନ୍ ପିଛା ୧୨୦୦ ଡଲାରର ରୁ ସାମୟିକ MEP କୁ ବୃଦ୍ଧି କରାଯାଇଥିଲା ।

ସେହିପରି ବାଣିଜ୍ୟ ମନ୍ତ୍ରଣାଳୟ କହିଛି ଯେ, ଅଣ-ବାସମତି ଧଳା ଚାଉଳର ରପ୍ତାନିର ସମସ୍ତ ତଥ୍ୟ ରିପୋର୍ଟ ଆସିଛି , ଯେଉଁଥିପାଇଁ ଜୁଲାଇ ମାସ ୨୦, ୨୦୨୩ ରୁ ଏହି ପରିବହନ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା ସରକାରଙ୍କ ତରଫରୁ । ତେବେ ବର୍ତ୍ତମାନ ଚାଉଳ ରପ୍ତାନି ଶୁଳ୍କ ହ୍ରାସ ପାଇଁ ସମର୍ଥନ ରହିଛି ଅନେକ କ୍ଷେତ୍ରରେ । ଚଳିତ ଆର୍ଥିକ ବର୍ଷର ଏପ୍ରିଲ-ଜୁଲାଇ ମାସ ମଧ୍ୟରେ ଭାରତ ପ୍ରାୟତଃ ୧.୬ ମିଲିୟନ ଟନ୍ (MT) , ୧.୭ ବିଲିୟନ ଡ଼ଲାର ରପ୍ତାନି କରାଯାଇଛି l ଯାହା କି ଗତ ବର୍ଷ ସମାନ ସମୟ ତୁଳନାରେ ୧୩.୧ ପ୍ରତିଶତ ବୃଦ୍ଧି ପାଇଛି ବୋଲି କୁହାଯାଉଛି । 

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)