News

ପ୍ରଧାନମନ୍ତ୍ରୀ କୃଷକ ସମ୍ପଦ ଯୋଜନା

କେନ୍ଦ୍ରୀୟ ଯୋଜନା ସମ୍ପଦ (ସ୍କିମ ଫର୍ ଗ୍ରୋ – ମାରିନ ପ୍ରୋସେସିଙ୍ଗ ଆଣ୍ଡ ଡେଭଲପମେଣ୍ଟ ଅଫ ଆଗ୍ରୋ - ପ୍ରୋସେସିଙ୍ଗ କ୍ଲଷ୍ଟର)୨୦୧୭ ମସିହା ମେ ମାସରେ କ୍ୟାବିନେଟରେ ୨୦୧୬-୨୦ ପର୍ଯ୍ୟନ୍ତ ଚର୍ତୁଥ ଆର୍ଥିକ କମିଶନ ଅନ୍ତର୍ଗତରେ କାର୍ଯ୍ୟ ପାଇଁ ମଞ୍ଜୁରୀ ମିଳିଥିଲା ।

11 October, 2021 2:36 PM IST By: KJ Staff

କେନ୍ଦ୍ରୀୟ ଯୋଜନା ସମ୍ପଦ (ସ୍କିମ ଫର୍ ଗ୍ରୋ – ମାରିନ ପ୍ରୋସେସିଙ୍ଗ ଆଣ୍ଡ ଡେଭଲପମେଣ୍ଟ ଅଫ ଆଗ୍ରୋ - ପ୍ରୋସେସିଙ୍ଗ କ୍ଲଷ୍ଟର)୨୦୧୭ ମସିହା ମେ ମାସରେ କ୍ୟାବିନେଟରେ ୨୦୧୬-୨୦ ପର୍ଯ୍ୟନ୍ତ ଚର୍ତୁଥ ଆର୍ଥିକ କମିଶନ ଅନ୍ତର୍ଗତରେ କାର୍ଯ୍ୟ ପାଇଁ ମଞ୍ଜୁରୀ ମିଳିଥିଲା । ବର୍ତ୍ତମାନ ଯୋଜନାକୁ ପ୍ରଧାନମନ୍ତ୍ରୀ କୃଷକ ସମ୍ପଦ ଯୋଜନା ଭାବରେ ନାର୍ମିତ କରାଯାଇଥିଲା ।

ଏହି ଯୋଜନାଟି  ଗୋଟିଏ ଛାତ ତଳେ ମେଗା ଖାଦ୍ୟ ପାର୍କ, ସମନ୍ଵିତ ମୂଲ୍ୟଯୁକ୍ତ ଭିତ୍ତିଭୂମି, ଖାଦ୍ୟ ସୁରକ୍ଷା ଏବଂ ଗୁଣବର୍ତ୍ତା ଭିତ୍ତିଭୂମି ଇତ୍ୟାଦି ମନ୍ତ୍ରାଳୟର କାର୍ଯ୍ୟ କରାଯିବ । ଏହା ସହିତ  କିଛି ନୂତନ ଯୋଜନା  ଯେପରି ଆଗ୍ରୋ ପ୍ରୋସେସିଙ୍ଗ କ୍ଲଷ୍ଟର, ଖାଦ୍ୟ ପ୍ରକ୍ରିୟାକରଣର ବୃଦ୍ଧି ଏବଂ ଖାଦ୍ୟ ସଂରକ୍ଷିତ କ୍ଷମତା ଇତ୍ୟାଦି ବିଭାଗ ସମ୍ମିଶ୍ରଣ କରାଯାଇଛି। PMKSY ୬ ଶହ କୋଟି ଟଙ୍କା ଆବଣ୍ଟନ କରାଯାଇଛି।  ଯାହା ମଧ୍ୟରୁ ୩୧.୯୦ କୋଟି, ୩୩୯ ଲକ୍ଷ ଆଗ୍ରୋ ଉତ୍ପାଦନ, ଯାହାର ମୂଲ୍ୟ ୧,୦୪,୧୨୫ କୋଟି, ଯାହା ଦ୍ଵାରା ୨୦ ଲକ୍ଷ କୃଷକ ଲାଭବାନ ହେବେ ଏବଂ ୫,୩୦,୫୦୦ ପ୍ରତ୍ୟକ୍ଷ ଓ ପରୋକ୍ଷ ଦେଶରେ ୨୦୧୯-୨୦ ଭିତରେ ଚାକିରି ସୃଷ୍ଟି  କରାହେବ । ପ୍ରଭାବ-PMKSY ଯୋଜନା ଦ୍ଵାରା ପାଂମି ର ଗେଟ ଠାରୁ ରିଟେଲ ଆଉଟଲେଟ ପର୍ଯ୍ୟନ୍ତ ଅତ୍ୟାଧୁନିକ ଭିତ୍ତିଭୂମି ତିଆରି ହେବ । ଖାଦ୍ୟ ପ୍ରକ୍ରିୟା କରଣ ବିଭାଗକୁ ଏହାଦ୍ଵାରା ସଶକ୍ତ କରାଯାଇପାରିବ । ଚାଷୀର ଆୟ ଦ୍ଵିଗୁଣିତ ହୋଇପାରିବ । ଏହାଦ୍ଵାରା ଚାଷୀକୁ ଉପଯୁକ୍ତ ମୂଲ୍ୟ ମିଳିବ । ଗ୍ରାମାଞ୍ଚଳ ରେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଏହା ଦ୍ଵାରା କୃଷିର ବର୍ଜ୍ୟବସ୍ତୁ କମିବା ସହ ପ୍ରକ୍ରିୟାକରଣ ବୃଦ୍ଧି ପାଇବ ଏବଂ ପ୍ରକ୍ରିୟାକରଣ ଖାଦ୍ୟ ସୁଲଭ ମୂଲ୍ୟରେ ସମସ୍ତକୁ ମିଳିବ   ।

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)