News

ପ୍ରଧାନମନ୍ତ୍ରୀ କୃଷକ ସମ୍ପଦ ଯୋଜନା, କୃଷକମାନେ ହେବେ ଲାଭବାନ

କେନ୍ଦ୍ରୀୟ ଯୋଜନା ସମ୍ପଦ ( ସ୍କିମ ଫର ଆଗ୍ରୋ – ମାରିନ ପ୍ରୋସେସିଙ୍ଗ ଆଣ୍ଡ ଡେଭଲପମେଣ୍ଟ ଅଫ ଆଗ୍ରୋ - ପ୍ରୋସେସିଙ୍ଗ କ୍ଲଷ୍ଟର )୨୦୧୭ ମେ ମାସରେ କ୍ୟାବିନେଟରେ ୨୦୧୬ – ୨୦ ପର୍ଯ୍ୟନ୍ତ ଚତୁର୍ଦଶ ଆର୍ଥିକ କମିଶନ ଅନ୍ତର୍ଗତରେ କାର୍ଯ୍ୟ ପାଇଁ ମଞ୍ଜୁରୀ ମିଳିଥିଲା ।

30 October, 2021 5:01 PM IST By: KJ Staff

କେନ୍ଦ୍ରୀୟ ଯୋଜନା ସମ୍ପଦ ( ସ୍କିମ ଫର ଆଗ୍ରୋ – ମାରିନ ପ୍ରୋସେସିଙ୍ଗ ଆଣ୍ଡ ଡେଭଲପମେଣ୍ଟ ଅଫ ଆଗ୍ରୋ - ପ୍ରୋସେସିଙ୍ଗ କ୍ଲଷ୍ଟର )୨୦୧୭ ମେ ମାସରେ କ୍ୟାବିନେଟରେ ୨୦୧୬ – ୨୦ ପର୍ଯ୍ୟନ୍ତ ଚତୁର୍ଦଶ ଆର୍ଥିକ କମିଶନ ଅନ୍ତର୍ଗତରେ କାର୍ଯ୍ୟ ପାଇଁ ମଞ୍ଜୁରୀ ମିଳିଥିଲା । ବର୍ତ୍ତମାନ ଯୋଜନାକୁ ପ୍ରଧାନମନ୍ତ୍ରୀ କୃଷକ ସମ୍ପଦ ଯୋଜନା ଭାବରେ ନାମିତ କରାଯାଇଥିଲା । ଏହି ଯୋଜନାଟି  ଗୋଟିଏ ଛାତ ତଳେ ମେଗା ଖାଦ୍ୟ ପାର୍କ, ସମନ୍ଵିତ କୋଲତ ଚେନ, ମୂଲ୍ୟଯୁକ୍ତ ଭିତ୍ତିଭୂମି, ଖାଦ୍ୟ ସୁରକ୍ଷା ଏବଂ ଗୁଣବର୍ତ୍ତା ଭିତ୍ତିଭୂମି ଇତ୍ୟାଦି ମନ୍ତ୍ରାଳୟର କାର୍ଯ୍ୟ କରାଯିବ ।

ଏହା ସହିତ  କିଛି ନୂତନ ଯୋଜନା  ଯେପରି ଆଗ୍ରୋ ପ୍ରୋସେସିଙ୍ଗ କ୍ଲଷ୍ଟର, ଖାଦ୍ୟ ପ୍ରକ୍ରିୟାକରଣର ବୃଦ୍ଧି ଏବଂ ଖାଦ୍ୟ ସଂରକ୍ଷିତ କ୍ଷମତା ଇତ୍ୟାଦି ବିଭାଗ ସମ୍ମିଶ୍ରଣ କରାଯାଇଛି। PMKSY ୬୦୦ କୋଟି ଟଙ୍କା ଆବଣ୍ଟନ କରାଯାଇଛି, ଯାହା ମଧ୍ୟରୁ ୩୧୯୦ କୋଟି, ୩୩୯ ଲକ୍ଷ ଆଗ୍ରୋ ଉତ୍ପାଦନ, ଯାହାର ମୂଲ୍ୟ ୧,୦୪,୧୨୫ କୋଟି, ଯାହା ଦ୍ଵାରା ୨୦ ଲକ୍ଷ କୃଷକ ଲାଭବାନ ହେବେ ଏବଂ ୫,୩୦,୫୦୦ ପ୍ରତ୍ୟକ୍ଷ ଓ ପରୋକ୍ଷ ଦେଶରେ ୨୦୧୯-୨୦ ଭିତରେ ଚାକିରି ସୃଷ୍ଟି  କରାହେବ ।ପ୍ରଭାବ-PMKSY ଯୋଜନା ଦ୍ଵାରା ପାଂମି ର ଗେଟ ଠାରୁ ରିଟେଲ ଆଉଟଲେଟ ପର୍ଯ୍ୟନ୍ତ ଅତ୍ୟାଧୁନିକ ଭିତ୍ତିଭୂମି ତିଆରି ହେବ। ଖାଦ୍ୟ ପ୍ରକ୍ରିୟା କରଣ ବିଭାଗକୁ ଏହାଦ୍ଵାରା ସଶକ୍ତ କରାଯାଇପାରିବ ।ଚାଷୀର ଆୟ ଦ୍ଵିଗୁଣିତ ହୋଇପାରିବ। ଏହାଦ୍ଵାରା ଚାଷୀକୁ ଉପଯୁକ୍ତ ମୂଲ୍ୟ ମିଳିବ । ଗ୍ରାମାଞ୍ଚଳ ରେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏହା ଦ୍ଵାରା କୃଷିର ବର୍ଜ୍ୟବସ୍ତୁ କମିବା ସହ ପ୍ରକ୍ରିୟାକରଣ ବୃଦ୍ଧି ପାଇବ ଏବଂ ପ୍ରକ୍ରିୟାକରଣ ଖାଦ୍ୟ ସୁଲଭ ମୂଲ୍ୟରେ ସମସ୍ତକୁ ମିଳିବ।

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)