News

ପୁଲୱାନା ଆଟାକ୍.....ପୁଣି ଆତଙ୍କ ର ଖେଳ...

ପୁଲୱାନା ଆଟାକ୍.....ପୁଣି ଆତଙ୍କ ର ଖେଳ...

15 February, 2019 9:40 AM IST By: KJ Staff

-ଶ୍ରୀନଗର ର ପୁଲୱାମା ରେ ବିସ୍ପୋରଣ
-ସହିଦ୍ ହେଲେ ପ୍ରାଏ ୩୭ ଟି ସି .ଆର୍.ପି.ଏଫ୍ ଜୱାନ୍
-ଛୁଟି ସାରି ଫେରୁଥିଲେ ଜୱାନ୍
-ଟୁଇଟର ଜରିଆରେ ୨ ଦିନ ପୂର୍ବରୁ ଦିଆଯାଇଥିଲା ଧମକ
-ବିସ୍ପୋରଣ ଲାଗି ଦାୟୀ ଜାଇସ୍- ଇ- ମହମ୍ମଦ


ଗତ କାଲି ଗୁରୁବାର ଅପରାହ୍ନ ରେ ପାକିସ୍ତାନ ର ଜଣେ ସୁଇଚାଇଡ୍ ବୋମର୍ ଜାଇସ୍- ଇ- ମହମ୍ମଦ ଖେଲାଇଥିଲେ ଆଜି ଯାଏ ହୋଇଥିବା ସବୁଠାରୁ ବଡ ଆତଙ୍କ ର ଖେଳ । ହାରାହାରି ୩୦୦୦ କି. ଗ୍ରା ବିସ୍ପୋକ ସାମଗ୍ରୀ ଭରା ଏକ ଗାଡ଼ି ଦ୍ୱାରା ସହିଦ ହୋଇଥିଲେ ଭାରତ ର ବହୁ ଦେଶ ପ୍ରେମୀ।ଏହି ଗାଡି ଟି ସି .ଆର୍.ପି.ଏଫ୍ ଜୱାନ୍ ମାନଙ୍କ ଗାଡ଼ି ରେ ଆସି ଧକ୍କା କରାଯାଇଥିଲା ଏବଂ ଏହି ବିସ୍ଫୋରଣ ରେ ୩୮ ଜୱାନ୍ ଙ୍କ ର ମୃତ୍ୟୁ ହୋଇଥିଲା ବେଳେ ,ଅନ୍ୟ ସମସ୍ତେ ଗୁରୁତର ଅବସ୍ଥାରେ ଚିକିତ୍ସାଧିନ ଅଛନ୍ତି ।

ଏହି ନୃଶଂସ ଆତଙ୍କ ଲାଗି ଭାରତ ପାକିସ୍ତାନ କୁ ଦାୟୀ କରିଥିଲା ବେଳେ ପାକିସ୍ତାନ ସମସ୍ତ ଆରୋପ କୁ ଅସ୍ବୀକାର କରିଛି।ବିସ୍ପୋରଣ ର ଶବ୍ଦ ପାଖାପାଖି ବହୁତ୍ ଦୂର ଯାଏ ଶୁଣିବାକୁ ମିଳିଥିଲା ଏବଂ ଆକସ୍ମାତ୍ ୭୦ ଟି ଜୱାନ ସମେତ ବସ୍ ସବୁ କିଛି ଜଳି କେବଳ ଲୁହ ପିଣ୍ଡୁଳା ହୋଇ ରହିଯାଇଥିଲା।ରକ୍ତ ମାଂସ ଓ କ୍ଲେଶ ଭରା ଶ୍ରୀନଗର - ଜାମ୍ମୁ ରାଜରାସ୍ତାକୁ ସେନାବାହିନୀ କୁ ସଫା କରିବାକୁ ଲାଗିଥିଲା ବହୁତ୍ ସମୟ।

ଟୁଇଟର ଜରିଆରେ ଜାଇସ୍- ଇ- ମହମ୍ମଦ ଙ୍କ ର ଏନେଇ ମିଳିଥିଲା ୨ ଦିନ ପୂର୍ବରୁ ଭାରତ ର ଇଣ୍ଟେଲିଜେନ୍ସ କୁ ଏକ ଗୁପ୍ତ ମ୍ୟାସେଗ୍;ଲେଖିହୋଇଥିଲା,"ଇଂଶା ଆଲ୍ଲା ,କାଶ୍ମୀର ରେ ମଧ୍ୟ ହେବ ସେହି ଘଟଣା ! ଭାରତୀୟ ଖଣ୍ଡ ଖଣ୍ଡ ହୋଇ ଉଡୁଛନ୍ତି"।ଏନେଇ ଅଧିକ ଯାଞ୍ଚ୍ ଲାଗି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତ ମିଟିଂ ରଦ୍ କରିଛନ୍ତି ଏବଂ ଗୃହ ମନ୍ତ୍ରୀ ରାଜନାଥ ସିଂହ ଏନ୍ ଆଇ ଏ ସମେତ ଆଜି ଶ୍ରୀନଗର ବାହାରିବେ।

ପୁଲୱାମା ଆଟାକ୍ ର ଅପଡେଟ ଜାଣିବା ଲାଗି ଏଠାରେ କ୍ଲିକ କରନ୍ତୁ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)