News

୧୦ମ ପାସ କରିଥିଲେ ଭାରତୀୟ ରେଳବାଇରେ ଚାକିରି,ଶୀଘ୍ର କରନ୍ତୁ ଆବେଦନ

ଚାକିରିକୁ ନେଇ ଆସିଲା ଖୁସି ଖବର । ଭାରତୀୟ ରେଳବାଇରେ ଚାକିରି ଖୋଜୁଥିବା ଯୁବକମାନଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ।

24 May, 2022 2:37 PM IST By: Sudesna Nayak

ଚାକିରିକୁ ନେଇ ଆସିଲା ଖୁସି ଖବର (GOOD NEWS)। ଭାରତୀୟ ରେଳବାଇ (Railway Recruitment 2022)ରେ ଚାକିରି ଖୋଜୁଥିବା ଯୁବକମାନଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ।

ସୂଚନା ଅନୁଯାୟୀ, ଏଥିପାଇଁ ଦକ୍ଷିଣ ପୂର୍ବ କେନ୍ଦ୍ରୀୟ ରେଳବାଇ (SECR) ଅଧୀନରେ ଥିବା ବିଭିନ୍ନ ଟ୍ରେଡ୍‌ରେ ଆପ୍ରେଣ୍ଟିସ୍ ପଦବୀ ପୂରଣ ପାଇଁ ଭାରତୀୟ ରେଳବାଇ ଆବେଦନ ମାଗିଛି । ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀମାନେ ଯେଉଁମାନେ ଏହି ପଦବୀ ପାଇଁ ଆବେଦନ କରିବାକୁ ଚାହାଁନ୍ତି, secr.indianrailways.gov.in ରେ ରେଳବାଇର ଅଫିସିଆଲ୍ ୱେବ୍‌ସାଇଟ୍ ପରିଦର୍ଶନ କରି ଆବେଦନ କରିପାରିବେ । ଏହି ପୋଷ୍ଟ୍‌ଗୁଡିକ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି ।

ଏହା ବ୍ୟତୀତ ପ୍ରାର୍ଥୀମାନେ ଏହି ଲିଙ୍କ୍, ଜାଣନ୍ତୁ...

https://secr.indianrailways.gov.in/index ଉପରେ କ୍ଲିକ୍ କରି ସିଧାସଳଖ ଏହି ପୋଷ୍ଟ୍‌ଗୁଡିକ ପାଇଁ ଆବେଦନ କରିପାରିବେ । ଏହା ସହିତ ଏହି ଲିଙ୍କ୍‌ଗୁଡିକ SECR ରେଳ ନିଯୁକ୍ତି ୨୦୨୨ ରାୟପୁର ଡିଭିଜନ୍ ଏବଂ SECR ରେଳ ନିଯୁକ୍ତି ୨୦୨୨ ନାଗପୁର ଡିଭିଜନ୍ ମାଧ୍ୟମରେ ସରକାରୀ ବିଜ୍ଞପ୍ତି ଯାଞ୍ଚ କରିପାରିବେ । ଏହି ନିଯୁକ୍ତି ପ୍ରକ୍ରିୟା ମାଧ୍ୟମରେ ମୋଟ ୨୦୭୭ ପଦବୀ ପୂରଣ ହେବ । ଏଥିମଧ୍ୟରୁ ୧୦୩୩ ରାୟପୁର ଡିଭିଜନ ପାଇଁ ଏବଂ ୧୦୪୪ ନାଗପୁର ଡିଭିଜନ ପାଇଁ ରହିଛି ।

ଗୁରୁତ୍ୱପୂର୍ଣ୍ଣ ତାରିଖ,ଜାଣନ୍ତୁ...

ନାଗପୁର ଡିଭିଜନ ପାଇଁ ଆବେଦନପତ୍ର ଦାଖଲ କରିବାର ଶେଷ ତାରିଖ: ୩ ଜୁନ୍ ୨୦୨୨
ରାୟପୁର ଡିଭିଜନ୍ ପାଇଁ ଆବେଦନପତ୍ର ଦାଖଲ କରିବାର ଶେଷ ତାରିଖ: ୨୪ ମେ ୨୦୨୨

ଖାଲି ପଦବୀ, ଜାଣନ୍ତୁ...

ମୋଟ ପୋଷ୍ଟ୍‌ ସଂଖ୍ୟା: ୨୦୭୭

ଯୋଗ୍ୟତା, ଜାଣନ୍ତୁ...

ପ୍ରାର୍ଥୀ ନିଶ୍ଚିତ ଭାବରେ ଏକ ସ୍ୱୀକୃତିପ୍ରାପ୍ତ ବୋର୍ଡରୁ ଦଶମ ଶ୍ରେଣୀ କିମ୍ବା ସମାନ ପରୀକ୍ଷାରେ ଉତ୍ତୀର୍ଣ୍ଣ ଦେଇଥିବେ ।

ବୟସ ସୀମା, ଜାଣନ୍ତୁ...

ପ୍ରାର୍ଥୀଙ୍କ ବୟସ ସୀମା ୧୫ ରୁ ୨୪ ବର୍ଷ ମଧ୍ୟରେ ହେବା ଉଚିତ । (ସରକାରୀ ନିୟମ ଅନୁଯାୟୀ ସଂରକ୍ଷିତ ବର୍ଗ ପ୍ରାର୍ଥୀଙ୍କ ପାଇଁ ବୟସ କୋହଳ କରାଯିବ) ।

ଚୟନ ମାନଦଣ୍ଡ, ଜାଣନ୍ତୁ...

ପ୍ରକାଶ ଥାଉ ଯେ, ବିନା ପରୀକ୍ଷାରେ ଯୋଗ୍ୟତା ତାଲିକା ଆଧାରରେ ପ୍ରାର୍ଥୀ ଚୟନ କରାଯିବ ।

ସରକାରୀ ଚାକିରୀ ପାଇଁ ସୁଯୋଗ, ଶୀଘ୍ର କରନ୍ତୁ ଆବେଦନ

BSFରେ ଚାକିରି,ଜାଣନ୍ତୁ କିପରି କରିବେ ଆବେଦନ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)