News

୨୪ ତାରିଖରେ ବର୍ଷା

ସୋମବାର ଠୁ ଉପକୂଳ ଓଡ଼ିଶାରେ ବଢ଼ିବ ତାତି । ଅଧିକ ଖରା ନ ହେଲେ ବି ଗୁଳୁଗୁଳି ହେବ । ଦିନବେଳା ତାପମାତ୍ରା ୨ ରୁ ୪ ଡିଗ୍ରୀ ଯାଏଁ ବଢ଼ିପାରେ । ତେବେ ୨୪ ତାରିଖରେ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ ଆଇଏମ୍‌ଡି ପୂର୍ବାନୁମାନ କରିଛି ।

23 May, 2022 10:39 AM IST By: Sudesna Nayak

ସୋମବାର (Monday)ଠୁ ଉପକୂଳ ଓଡ଼ିଶା (ODISHA)ରେ ବଢ଼ିବ ତାତି । ଅଧିକ ଖରା ନ ହେଲେ ବି ଗୁଳୁଗୁଳି ହେବ । ଦିନବେଳା ତାପମାତ୍ରା ୨ ରୁ ୪ ଡିଗ୍ରୀ ଯାଏଁ ବଢ଼ିପାରେ । ତେବେ ୨୪ ତାରିଖରେ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା (Rain)ହେବ ବୋଲି ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ ଆଇଏମ୍‌ଡି (IMD)ପୂର୍ବାନୁମାନ କରିଛି ।

ସୂଚନା ଅନୁଯାୟୀ, ଆଇଏମ୍‌ଡି (IMD) ପକ୍ଷରୁ କୁହାଯାଇଛି, ୨୪ ତାରିଖରେ ରାଜ୍ୟରେ ଫେୟାରଲି ୱାଇଡ୍‌ ସ୍ପ୍ରେଡ୍‌(ଅଧିକାଂଶ ସ୍ଥାନ)ରେ ବର୍ଷା (Rain)ହୋଇପାରେ । ଘଡଘଡି ଓ ବର୍ଷା (Rain) ସହ ୩୦ ରୁ ୪୦ କିମି ବେଗରେ ପବନ ବହିବାର ସମ୍ଭାବନା ଅଛି । ତେବେ ୨୨ ତାରିଖରୁ ୨୫ ତାରିଖ ଯାଏଁ ଠାଏ ଠାଏ ସ୍ଥାନରେ ବର୍ଷା (Rain)ହେବ ବୋଲି କୁହାଯାଇଛି ।

ରବିବାର (Sunday)ଉପକୂଳ ଓଡ଼ିଶା (ODISHA)ର ବିଭିନ୍ନ ସ୍ଥାନରେ ମେଘୁଆ ପାଗ ସହ ବର୍ଷା (Rain)ହୋଇଛି । ଉପକୂଳ ଓଡ଼ିଶା (ODISHA)ଓ ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ବାୟୁମଣ୍ଡଳର ୨.୧ କିମି ଉଚ୍ଚତା ଯାଏ ଘୂର୍ଣ୍ଣିବଳୟ ସକ୍ରିୟ ଥିଲା । ଏହାର ପ୍ରଭାବରେ ଅଧିକାଂଶ ସ୍ଥାନରେ ପାଗ ମେଘୁଆ ସହ କିଛି ଜାଗାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା (Rain)ହୋଇଛି ।

ଚାନ୍ଦବାଲି, ଭୁବନେଶ୍ୱର, ପୁରୀ, ଜଗତସିଂହପୁର, ପାରୀଦୀପରେ ବର୍ଷା (Rain) ହୋଇଛି । ତେବେ ଭୁବନେଶ୍ୱରରେ ବିଳମ୍ବିତ ରାତିରେ କାଳବୈଶାଖୀ ହୋଇପାରେ । ଏହା ପ୍ରଭାବରେ ଆସନ୍ତା ଦୁଇ ଦିନ ଯାଏଁ ପାଗ ଥଣ୍ଡା ରହିବ । ଉପକୂଳ ଓଡ଼ିଶାରେ ଅଧିକ ଗରମ ନ ହେଲେ ବି ଗୁଳୁଗୁଳି ଅନୁଭୂତ ହେବ ବୋଲି ସୋଆ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ସାହୁ କହିଛନ୍ତି ।

ପ୍ରକାଶ ଥାଉ ଯେ, କାଳବୈଶାଖୀ ପ୍ରଭାବରେ ଉପକୂଳ ଓଡ଼ିଶା (ODISHA)ରେ ତାପମାତ୍ରା କମ୍‌ ରହିଛି । କିନ୍ତୁ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ବିଶେଷ କମିନି । ବୌଦ୍ଧ ଜିଲ୍ଲାରେ ୪୩, ଟିଟିଲାଗଡ଼ରେ ୪୧.୮, ଭବାନୀପାଟଣାରେ ୪୧ ଡିଗ୍ରୀ ଓ ସୋନପୁରରେ ୪୦.୩ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।

ବଢିଲା ପାରଦ, କଲବଲ କରୁଛି ଖରା

୨୪ ଘଣ୍ଟାରେ କାଳବୈଶାଖୀ ବର୍ଷା, ୧୫ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)