News

Rain update: ବର୍ଷାରେ ଭିଜିବ ଏହି ସବୁ ଜିଲ୍ଲା !

ରାଜ୍ୟକୁ ବର୍ଷ ଆଲର୍ଟ l ମାର୍ଚ୍ଚ ୪ ପର୍ଯ୍ୟନ୍ତ ଭିଯିବ ଏହି ସବୁ ଜିଲ୍ଲା.....

28 February, 2024 10:29 AM IST By: Tanushree Mahapatra

ରାଜ୍ୟରେ ଗତ ତିନି ଦିନ ହେବ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେଉଥିବାର ଦେଖିବାକୁ ମିଳିଛି l ସାଙ୍ଗକୁ ସ୍ଥାନ ସ୍ଥାନେ ବିଜୁଳି ଘଡଘଡି କେତେ ବର୍ଷା ରେକର୍ଡ ମଧ୍ୟ ହୋଇଛି । ତେବେ ଗତ ୨୪ ଘଣ୍ଟାରେ ନବରଙ୍ଗପୁର, କନ୍ଧମାଳ, ଓ ଦେବଗଡରେ ସର୍ବାଧିକ ବର୍ଷା ହୋଇଥିବା ରେକର୍ଡ ହୋଇଛି । ଅନ୍ୟପଟେ ପାରଳାଖେମୁଣ୍ତିରେ ମଙ୍ଗଳବାର ସର୍ବାଧିକ ତାପମାତ୍ରା ୩୫.୨ ଡିଗ୍ରୀ ରେକର୍ଡ଼ କରାଯାଇଛି ।

ସେହିପରି ଉତ୍ତର ଆଭ୍ୟନ୍ତରିଣ ଓଡି଼ଶା ତଥା ବାଲେଶ୍ବର, ଭଦ୍ରକ, ଯାଜପୁର , ବୌଦ୍ଧ, ସୋନପୁର, ନୂଆପଡା, କଳାହାଣ୍ତି , କନ୍ଧମାଳ ବଲାଙ୍ଗୀର ଓ ନବରଙ୍ଗପୁର ପାଗ ଆଂଶିକ ମେଘୁଆ ରହିବା ସହିତ ସ୍ଥାନେ ସ୍ଥାନେ ବର୍ଷା ହୋଇଛି । ବାକି ଥିବା ଜିଲ୍ଲାରେ ମୁଖ୍ୟତଃ ଶୁଖିଲା ରହିଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି । ଏ ନେଇ ପାଣିପାଗ ବିଭାଗ ସତର୍କ ସୂଚନା ମଧ୍ୟ ଜାରି କରିଛି l

ସେହିପରି ଆଜିଠାରୁ ମାର୍ଚ୍ଚମାସ ୪ ତାରିଖ ପର୍ଯ୍ୟନ୍ତ ପାଗ ମୁଖ୍ୟତ ଶୁଖିଲା ରହିବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ଏହି ମଧ୍ୟରେ ପଶ୍ଚିମା ଝଡ଼ ପ୍ରଭାବରୁ ଆସନ୍ତାକଲି ୨୯ ତାରିଖରେ ଦକ୍ଷିଣ ଆଭ୍ୟନ୍ତରିଣ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ନୂଆପଡା, କଳାହାଣ୍ତି, ବଲାଙ୍ଗୀର, ନବରଙ୍ଗପୁର, ରାୟଗଡା ଏବଂ କୋରାପୁଟ ଜିଲ୍ଲାରେ ବର୍ଷା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।

ଅନ୍ୟପଟେ ପାଣିପାଗ ବିଭାଗ ପକ୍ଷରୁ ଏକ ବୁଲେଟିନ୍ ଜାରି କରି କୁହାଯାଇଛି ଯେ, ୩ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବା ସହ ତାପମାତ୍ରାରେ କିଛି ବିଶେଷ ପରିବର୍ତ୍ତନ ହେବ ନାହିଁ । ରାତି ତାପମାତ୍ରା ସ୍ବାଭାବିକ ଠାରୁ ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ଅଧିକ ରହିବ । ମାର୍ଚ୍ଚମାସ ୪ ତାରିଖରୁ ରାଜ୍ୟର କେତେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି ।

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)