News

୨୪ ଘଣ୍ଟା ପରେ କମିବ ତାତି,୧୫ ରୁ ବର୍ଷା

ମୌସୁମୀ ଆସିବା ପୂର୍ବରୁ ଜଳୁଛି ଅଧା ଓଡ଼ିଶା । ସୋମବାର ଦିନ ରାଜ୍ୟର ୧୮ ସହରର ତାପମାତ୍ରା ୪୦ ଡିଗ୍ରି ଅତିକ୍ରମ କରିଥିବା ବେଳେ ୪୨ ଡିଗ୍ରି ଉପରେ ରହିଛି ୯ ସହରର ଦିନ ତାପମାତ୍ରା ।

14 June, 2022 10:04 AM IST By: Sudesna Nayak

ମୌସୁମୀ (Monsoon) ଆସିବା ପୂର୍ବରୁ ଜଳୁଛି ଅଧା ଓଡ଼ିଶା (Odisha)। ସୋମବାର (Monday)ଦିନ ରାଜ୍ୟର ୧୮ ସହରର ତାପମାତ୍ରା ୪୦ ଡିଗ୍ରି ଅତିକ୍ରମ କରିଥିବା ବେଳେ ୪୨ ଡିଗ୍ରି ଉପରେ ରହିଛି ୯ ସହରର ଦିନ ତାପମାତ୍ରା ।

ସୂଚନା ଅନୁଯାୟୀ, ୪୩.୩ ଡିଗ୍ରି ତାପମାତ୍ରା ସହ ସୋନପୁର ରାଜ୍ୟର ଉତ୍ତପ୍ତ ସହର ପାଲଟିଛି । ତେ‌ବେ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର କହିଛି ଯେ ରାଜ୍ୟରେ ଆହୁରି ୨୪ ଘଣ୍ଟା ଏହି ତାତି ଜାରି ରହିବ । ରାଜ୍ୟର ଅନେକ ସ୍ଥାନରେ ସ୍ବାଭାବିକଠାରୁ ୩ ରୁ ୪ ଡିଗ୍ରି ପର୍ଯ୍ୟନ୍ତ ଦିନ ତାପମାତ୍ରା ଅଧିକ ରହିବ । ୨୪ ଘଣ୍ଟା ପରେ ୩ରୁ ୪ ଡିଗ୍ରି ପର୍ଯ୍ୟନ୍ତ ଦିନ ତାପମାତ୍ରା ତଳକୁ ଖସିବ ଓ ତାତି ସହ ଗରମ ଗୁଳୁଗୁଳି ବି କମିଯିବ । ଅନ୍ୟପ‌କ୍ଷେ ୧୭ ତାରିଖ ସୁଦ୍ଧା ରାଜ୍ୟକୁ ଦକ୍ଷିଣ-ପଶ୍ଚିମ ମୌସୁମୀ ସ୍ପର୍ଶ କରିବ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ।

ଆସନ୍ତା ୪୮ ଘଣ୍ଟାରେ ଉତ୍ତର ଆରବ ସାଗର, ଗୁଜରାଟର ଆଉ କିଛି ଅଞ୍ଚଳ, ଦକ୍ଷିଣ ମଧ୍ୟପ୍ରଦେଶର କେତେକ ଅଞ୍ଚଳ, ମଧ୍ୟ ମହାରାଷ୍ଟ୍ର, ମରାଠୱାଡ଼ା, କର୍ଣ୍ଣାଟକ ଓ ତାମିଲନାଡୁର ସମ୍ପୂର୍ଣ୍ଣ ଅଞ୍ଚଳ, ବିଦର୍ଭ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ପଶ୍ଚିମକେନ୍ଦ୍ରୀୟ ଓ ଉତ୍ତର-ପଶ୍ଚିମ ବଙ୍ଗୋପସାଗର କେତେକ ଅଞ୍ଚଳରେ ମୌସୁମୀ ସକ୍ରିୟ ହେବ। ଏହାର ପରବର୍ତୀ ୨ ଦିନରେ ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ ସମେତ ବଙ୍ଗେପସାଗରର ଅନ୍ୟ କିଛି ଅଞ୍ଚଳରେ ମୌସୁମୀ ସକ୍ରିୟ ‌ହୋଇଯିବ । ଫଳରେ ଆସନ୍ତ‌ା ୧୭ ତାରିଖ ସୁଦ୍ଧା ଓଡ଼ିଶାର କିଛି ଅଞ୍ଚଳରେ ମୌସୁମୀ ସକ୍ରିୟ ହୋଇଯିବ । ଏଥିସହ ଗାଙ୍ଗେୟ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଓ ବିହାରର କିଛି କିଛି ଅଞ୍ଚଳରେ ମୌସୁମୀ ସକ୍ରିୟ ହେବ ।

ପ୍ରକାଶ ଥାଉ ଯେ, ଏଥିସହ ଆଜି ମଙ୍ଗଳବାର (Tuesday)ଓ ୧୫ ତାରିଖ ଦିନ ରାଜ୍ୟର କିଛି କିଛି ସ୍ଥାନରେ ପ୍ରାକ୍‌ ମୌସୁମୀ ବର୍ଷା (RAIN)ର ସମ୍ଭାବନା ରହିଛି । ଏହି ଦୁଇ ଦିନ ସୋନପୁର ଜିଲ୍ଲା, ବୌଦ୍ଧ ଜିଲ୍ଲା, ନୂଆପଡ଼ା ଜିଲ୍ଲା, ବଲାଙ୍ଗୀର ଜିଲ୍ଲା, କଳାହାଣ୍ଡି ଜିଲ୍ଲା, କନ୍ଧମାଳ ଜିଲ୍ଲା, ନବରଙ୍ଗପୁର ଜିଲ୍ଲା, କଳାହାଣ୍ଡି ଜିଲ୍ଲା, କନ୍ଧମାଳ ଜିଲ୍ଲା, ନବରଙ୍ଗପୁର ଜିଲ୍ଲା, ରାୟଗଡ଼ା ଜିଲ୍ଲା, କୋରାପୁଟ ଜିଲ୍ଲା, ମାଲକାନଗିରି ଜିଲ୍ଲା, ଗଞ୍ଜାମ ଜିଲ୍ଲା, ଗଜପତି ଜିଲ୍ଲା, ନୟାଗଡ଼ ଜିଲ୍ଲା, କେନ୍ଦୁଝର ଜିଲ୍ଲା ଓ ମୟୂରଭଞ୍ଜ ଜିଲ୍ଲାଆଦି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ଝଡ଼ବର୍ଷା ହେବ । ଏଣୁ ଏସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ (Yellow Warning) ଜାରି କରିଛି ।

୧୭ରେ ଓଡିଶା ଛୁଇଁବ ମୌସୁମୀ

ରଜରେ ଭିଜିବ ଓଡିଶା

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)