News

Rain Alert: ୯ ଜିଲ୍ଲାକୁ ୟେଲୋ ଆଲର୍ଟ, ସତର୍କ କରାଇଲେ SRC

୯ ଜିଲ୍ଲା ଖୋର୍ଦ୍ଧା, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି, ରାୟଗଡା, ଗଞ୍ଜାମ,ନୟାଗଡ଼, ଝାରସୁଗୁଡା ଓ ସୁନ୍ଦରଗଡ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି ।

25 June, 2024 10:49 AM IST By: Tanushree Mahapatra

ଆସନ୍ତାକାଲି ୨୮ ତାରିଖ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଯାଉଛି ଘୂର୍ଣ୍ଣିବଳୟ। ଏନେଇ ସୂଚନା ଦେଇଛି ରାଜ୍ୟ ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଯାହା ପ୍ରଭାବରେ କାଲିଠାରୁ ବର୍ଷାର ପରିମାଣ ବୃଦ୍ଧି ପାଇବ ବୋଲି କୁହାଯାଉଛି । କିଛି ସ୍ଥାନରେ ପ୍ରବଳ ବର୍ଷା ନେଇ ଆଲର୍ଟ ଜାରି କରାଯାଇଛି । ତେବେ କାଲି ପାଇଁ ରାଜ୍ୟର ୯ ଜିଲ୍ଲା ଖୋର୍ଦ୍ଧା, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି, ରାୟଗଡା, ଗଞ୍ଜାମ,ନୟାଗଡ଼, ଝାରସୁଗୁଡା ଓ ସୁନ୍ଦରଗଡ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି ।

ଏ ନେଇ ପାଣିପାଗ ବିଶେଷଜ୍ଞ କହିଛନ୍ତି, ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଘୂର୍ଣ୍ଣିବଳୟ ବୁଧବାର କିମ୍ବା ଗୁରୁବାର ଲଘୁଚାପର ରୂପ ନେଇପାରେ। ଲଘୁଚାପ ହେଲେ ବଢ଼ିବ ରାଜ୍ୟରେ ବର୍ଷାର ବିସ୍ତୃତି । ଏହାସହ କିଛି ଜିଲ୍ଲାରେ ଘଡ଼ଘଡ଼ି ବିଜୁଳି ସହ ବର୍ଷା ସମ୍ଭାବନା ମଧ୍ୟ ରହିଛି l ଯାଜପୁର, କେନ୍ଦ୍ରାପଡ଼ା, କଟକ, ବାଲେଶ୍ଵର, ଭଦ୍ରକ,ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଜଗତସିଂହପୁର,ଗଜପତି, ମୟୁରଭଂଜ ଓ କେନ୍ଦୁଝର ଜିଲ୍ଲାକୁ ବର୍ଷା ସମ୍ଭାବନା ରହିଛି  ।

ଅନ୍ୟପଟେ ଜୁନ୍ ମାସ ଶେଷ ହେବାକୁ ବସିଲାଣି, କିନ୍ତୁ ରାଜ୍ୟରେ ବର୍ଷାର ଦେଖା ନାହିଁ । ଜୁନ୍ ୧ ତାରିଖରୁ ଏ ପର୍ଯ୍ୟନ୍ତ ରାଜ୍ୟରେ ସ୍ୱାଭାବିକ ଭାବେ ୮୩.୬ ମିଲିମିଟର ବର୍ଷା ହେବା କଥା । କିନ୍ତୁ ଏ ପର୍ଯ୍ୟନ୍ତ ସଠିକ ବର୍ଷା ହୋଇନାହିଁ । ଫଳରେ ଚାଷୀଙ୍କ ଚାଷକାର୍ଯ୍ୟ ବ୍ୟାହତ ହୋଇଛି ରାଜ୍ୟରେ । ୨୪ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ଯୋଗୁଁ ପରିସ୍ଥିତି ସଙ୍ଗୀନ । ତେବେ ୨୬ ତାରିଖରେ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ତେଣୁ, ଆଗାମୀ ୪୮ ଘଣ୍ଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ବର୍ଷା ସହ ଘଡ଼ଘଡ଼ି ଓ ବଜ୍ରପାତ ହୋଇପାରେ । ଯଦିଓ କାଲିଠାରୁ ବର୍ଷାର ପରିମାଣ ବୃଦ୍ଧି ପାଇବ, ତେବେ ୨୭ ଓ ୨୮ ତାରିଖରେ ରାଜ୍ୟର କିଛି କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି l ଏ ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି ସୂଚନା ପ୍ରଦାନ କରିଛନ୍ତି ।

ପାଣିପାଗ ସୂଚନା ଅନୁଯାୟୀ ଜୁନ୍‌ ୧ ରୁ ଆଜି ମଧ୍ୟରେ ୪ଟି ଜିଲ୍ଲା ମୟୂରଭଞ୍ଜ, ବାଲେଶ୍ବର, ପୁରୀ ଓ ବଲାଙ୍ଗୀରରେ ନିଅଣ୍ଟିଆ ବର୍ଷା ହୋଇଥିବାର ନଜିର ରହିଛି । ତେବେ ଢେଙ୍କାନାଳ, ସମ୍ବଲପୁର, ଜଗତ୍‌ସିଂହପୁର,କନ୍ଧମାଳ, ନବରଙ୍ଗପୁର ଓ ମାଲକାନଗିରିରେ ବର୍ଷା ସ୍ବାଭାବିକ ହୋଇଛି । ଅନ୍ୟ ୨୦ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ଲାଗି ରହିଥିବା ସୂଚନା ରହିଛି ।

ଅଧିକ ପଢ଼ନ୍ତୁ

ଫେସ ରେ ବ୍ୟବହାର କରୁଛନ୍ତି କି ସାବୁନ !

ଓଡ଼ିଶା ଯୁବପିଢିଙ୍କ ଆଇକନ୍ ସୂର୍ଯ୍ୟବଂଶୀ ସୁରଜ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)