News

RAIN ALERT: ୬ ତାରିଖ ପରେ ବଢ଼ିବ ବର୍ଷା

ପୁଣିଥରେ ୬ ତାରିଖ ରାଜ୍ୟରେ ବଢ଼ିବ ବର୍ଷା ।

03 August, 2024 10:36 AM IST By: Tanushree Mahapatra

ରାଜ୍ୟରେ କିଛି ଜିଲ୍ଲାରେ ଲଗାତାର ବର୍ଷା ଲାଗି ରହିଛି l ଅନ୍ୟପଟେ ଘନୀଭୂତ ହେବାରେ ଲାଗିଛି ଲଘୁଚାପ। ସୂଚନା ଅଣୁଅଜୟୀ ଖୁବଶୀଘ୍ର ଏହା ଅବପାତର ରୂପ ନେବ । ସେହିପରି ଝାଡ଼ଖଣ୍ଡ ଉପରେ ରହିଥିବା ଲଘୁଚାପ, କ୍ରମଶଃ ଉତ୍ତର ଏବଂ ଉତ୍ତର ପଶ୍ଚିମ ଦିଗ ଆଡ଼କୁ ଗତିକରି ଆଗାମୀ କିଛି ସମୟ ମଧ୍ୟରେ ଅବପାତର ରୂପ ନେବ । ଆଜିଠୁ ରାଜ୍ୟରେ କମିପାରେ ବର୍ଷା ।

ଅନ୍ୟପଟେ ବିଭାଗ ସୂଚନା ଅନୁଯାୟୀ ପୁଣିଥରେ ୬ ତାରିଖ ରାଜ୍ୟରେ ବଢ଼ିବ ବର୍ଷା । ପଶ୍ଚିମବଙ୍ଗ ଗାଙ୍ଗେୟ ଉପତ୍ୟାକା ଓ ପାର୍ଶ୍ଵବର୍ତ୍ତୀ ଝାଡ଼ଖଣ୍ଡ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଆଗକୁ ଆହୁରି ଘନୀଭୂତ ହେବାରେ ଲାଗିଛି ।

ଏହି ବର୍ଷା ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରିବାରେ ସମ୍ଭାବନା ଥିବା କୁହାଯାଉଛି । ତେବେ ଲଘୁଚାପ କ୍ଷେତ୍ର ଓଡ଼ିଶାରୁ ଯଥେଷ୍ଟ ଦୂରରେ ସକ୍ରିୟ ରହିଥିବା ସୂଚନା ରହିଛି। ଧୀରେ ଧୀରେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତିକରି ଏହା ରାଜ୍ୟ ଠାରୁ ଦୂରେଇ ଯାଉଥିବା ନଜିର ରହିଛି । ଫଳରେ ରାଜ୍ୟରେ ଆଜିଠାରୁ ବର୍ଷାର ପ୍ରଭାବ କମିବ l ଲଘୁଚାପ ଝାଡ଼ଖଣ୍ଡ ଏବଂ ଛତିଶଗଡ ରାଜ୍ୟ ମୁହାଁ ହେବା ଯୋଗୁଁ ମହାନଦୀ ଉପରମୁଣ୍ଡରେ ବର୍ଷା ବଢ଼ିବ ବୋଲି ପାଣିପାଗ ବିଜ୍ଞାନୀ ସୂଚନା ପ୍ରଦାନ କରିଛନ୍ତି ।

ସେପଟେ ରାଜ୍ୟରେ ବନ୍ୟା ସ୍ଥିତି ନଥିବା ସତ୍ତ୍ୱେ ବିଭିନ୍ନ ଜଳ ଭଣ୍ଡାରରେ ଜଳ ସ୍ତର ବଢୁଛି । କିଛିଦିନ ପର୍ଯ୍ୟନ୍ତ ଉପରମୁଣ୍ଡରେ ଲଘୁଚାପ ଜନିତ ବର୍ଷା ଯଦି ଲାଗି ରହେ, ତେବେ ଆଗକୁ ବ୍ରାହ୍ମଣୀ ଏବଂ ସୁବର୍ଣ୍ଣରେଖା ନଦୀରେ ଜଳସ୍ତର ବୃଦ୍ଧି ପାଇପାରେ l ଏ ନେଇ କହିଛନ୍ତି ଜଳସମ୍ପଦ ବିଭାଗ ମୁଖ୍ୟ ଯନ୍ତ୍ରୀ । 

ଅଧିକ ପଢ଼ନ୍ତୁ

ଡିଗ୍ରୀ ସହ ଦକ୍ଷତା ବିକାଶ ଯୁବପିଢିଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ
                                                                                                                                                                                                            Krishi Viman ସହିତ କୃଷି ଜାଗରଣର MoU ସ୍ଵାକ୍ଷର                                              

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)