News

୧୧ ଜିଲ୍ଲା ରେ ବର୍ଷ ସମ୍ଭାବନା !!

ଉତ୍ତର ଛତିଶଗଡ଼ ଏବଂ ଏହାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି ।ସେହିପରି ତାମିଲନାଡୁ ଓ ଆନ୍ଦ୍ର ପ୍ରଦେଶ ର ରାୟଲସୀମା ଦେଇ ମାଳଦ୍ଵିପ ରୁ ତେଲେଙ୍ଗାନା ମଧ୍ୟରେ ଏକ ଟ୍ରଫଲାଇନ୍ ରହିଛି।ଏହାର ପ୍ରଭାବରେ ତାମିଲନାଡୁ , ଆନ୍ଧ୍ରପ୍ରଦେଶ , ପଶ୍ଚିମବଙ୍ଗ ରେ ବର୍ଷ ର ସମ୍ଭାବନା ରହିଛି।ଓଡ଼ିଶା ଉପରେ ମଧ୍ୟ ଏହାର ପ୍ରଭାବ ଅନୁଭୂତ ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

09 February, 2019 7:34 PM IST By: KJ Staff
ଉତ୍ତର ଛତିଶଗଡ଼ ଏବଂ ଏହାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି ।ସେହିପରି ତାମିଲନାଡୁ ଓ ଆନ୍ଦ୍ର ପ୍ରଦେଶ ର ରାୟଲସୀମା ଦେଇ ମାଳଦ୍ଵିପ ରୁ ତେଲେଙ୍ଗାନା ମଧ୍ୟରେ ଏକ ଟ୍ରଫଲାଇନ୍ ରହିଛି।ଏହାର ପ୍ରଭାବରେ ତାମିଲନାଡୁ , ଆନ୍ଧ୍ରପ୍ରଦେଶ , ପଶ୍ଚିମବଙ୍ଗ ରେ ବର୍ଷ ର ସମ୍ଭାବନା ରହିଛି।ଓଡ଼ିଶା ଉପରେ ମଧ୍ୟ ଏହାର ପ୍ରଭାବ ଅନୁଭୂତ ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ମୟୂରଭଞ୍ଜ ,କେନ୍ଦୁଝର ,ଢେଙ୍କାନାଳ ,ବାଲେଶ୍ଵର ,ଭଦ୍ରକ ,ଯାଜପୁର ,କେନ୍ଦ୍ରାପଡ଼ା,କଟକ ,ଜଗତସିଂହପୁର,ପୁରୀ। ଓ ଖୋର୍ଦ୍ଧା,ଆଦି ୧୧ ଟି ଜିଲ୍ଲାରେ ହାଲୁକା ବର୍ଷ କିମ୍ବା ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି ।ରାଜ୍ୟରେ ଅନ୍ୟାନ୍ୟ ଅଞ୍ଚଳରେ ପାଗ ଶୁଖିଲା ରହିବ।ଆଜି ରାଜ୍ୟର ଅଳ୍ପ କିଛି ସ୍ଥାନରେ ବର୍ଷା ହୋଇଥିବାବେଳେ ଆସନ୍ତାକାଲି ଉପରୋକ୍ତ ଜିଲ୍ଲାରେ ମେଘୁଆ ପାଗ ସହିତ କିଛି ସ୍ଥାନରେ ବର୍ଷା ଏବଂ ବଜ୍ରପାତ ଆଶଙ୍କା ଥିବା ସ୍ଵତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।

ଏହା ବ୍ୟତୀତ ଆସନ୍ତା କାଲି ଠାରୁ ରାଜ୍ୟର କିଛି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୨ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବାର ସମ୍ଭବନ୍ଠିବ ପାଣିପାଗ ବିଭାଗ ସୂତ୍ରରୁ ଜଣାପଡିଛି ।

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)