News

୪ ଦିନ ଲାଗି ଲଗାତାର ବର୍ଷା

୪ ଦିନ ଲାଗି ଲଗାତାର ବର୍ଷା

11 July, 2019 1:48 PM IST By: KJ Staff

ମୌସୁମୀ ପ୍ରଭାବରେ ଏବେ ସମଗ୍ର ଓଡିଶା |ମୌସୁମୀ ସକ୍ରିୟ ଥିବାରୁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ଲାଗିରହିଛି |ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ଏହାର ପାର୍ଶ୍ଵବର୍ତ୍ତା ଅଞ୍ଚଳରେ ଘୁର୍ଣ୍ଣିବଳୟ ରହିଛି |ତେବେ ମୌସୁମୀ ଟ୍ରାଫ୍ଲାଇନ ଓ ଓ ଘୁର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ୪ ଦିନ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ଲାଗିରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି |

ଆସନ୍ତାକାଲି ଉତ୍ତର ଏବଂ ଦକ୍ଷିଣ ଉପକୂଳରେ ଅଧିକାଂଶ ଅଞ୍ଚଳରେ ବର୍ଷା ହେବ |ଝାରସୁଗୁଡା ,ସମ୍ବଲପୁର ,ଢେଙ୍କାନାଳ ,ଅନୁଗୋଳ ,ଦେବଗଡ଼ ,କଟକ ,ଯାଜପୁର ,ଭଦ୍ରକ ,ଖୋର୍ଦ୍ଧା ,କନ୍ଧମାଳ ,ନୟାଗଡ଼ ସମେତ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ମଧ୍ୟ କିଛି ସ୍ଥାନରେ ଘଡଘଡି ସହିତ ଅଧିକ ବର୍ଷାର ସମ୍ଭାବନ ରହିଛି |୧୨ ତାରିଖରେ ଉପକୂଳରେ ଓଡ଼ିଶାରେ ଅଧିକାଂଶ ସ୍ଥାନରେ ଏବଂ କେନ୍ଦୁଝର ,ମୟୁରଭଞ୍ଜ ଓ କନ୍ଧମାଳ କିଛି ସ୍ଥାନରେ ବର୍ଷା ର ସମ୍ଭାବନା ଥିଲାବେଳେ ୧୩ ରେ ଉପକୂଳ ଓଡିଶା ସମେତ କୋରାପୁଟ ,ମାଲକାନଗିରି ,ରାୟଗଡା ,କନ୍ଧମାଳ ,ଆଦି ଅଞ୍ଚଳରେ ବର୍ଷା ହେବ

ଗଞ୍ଜାମ ,ପୁରୀ ,ଖୋର୍ଦ୍ଧା ,ନୟାଗଡ଼ ,ବୌଦ୍ଧ ,କନ୍ଧମାଳ ,କଳାହାଣ୍ଡି ,ସୁନ୍ଦରଗଡ଼ ,କେନ୍ଦୁଝର ,ଓ ମୟୁଭଞ୍ଜ ରେ ଅଧିକ ବର୍ଷା ହୋଇପାରେ |୧୪ ରେ ଉଭୟ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ବିକ୍ଷିପ୍ତ ଭାବେ ବର୍ଷାର ସମ୍ଭାବନା ରହିଛି |
ବିଶେଷ କରି କୋରାପୁଟ ,ନବରଙ୍ଗପୁର ,ମାଲକାନଗିରି ,ଭଦ୍ରକ ,କେନ୍ଦ୍ରାପଡା ,ଓ ଯାଜପୁର ରେ ଅଧିକ ବର୍ଷା ସମ୍ଭାବନା ରହିଛି |ଗତ ୨୪ ଘଣ୍ଟା ଭିତରେ ଭବାନୀପାଟଣାରେ ସର୍ବାଧିକ ୫୬ ମି.ମି ବର୍ଷା ହୋଇଥିବାବେଳେ ଭୁବନେଶ୍ୱର,ଚାନ୍ଦବାଲି ,ଅନୁଗୁଳ ,ସୋନପୁରରେ ମାଧ୍ୟମ ଧରଣ ବର୍ଷା ହୋଇଥିବା ର ଖବର ମିଳିଛି |

 

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)