କେନ୍ଦ୍ର ସରକାର ଦେଶବାସୀଙ୍କ ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ଯାହାର ଫାଇଦା ନେଇପାରୁଛନ୍ତି ଦେଶବାସୀ l ଏବେ ମଧ୍ୟ ଏହିପରି ଅନେକ ଲୋକ ଅଛନ୍ତି, ଯେଉଁମାନେ ଦିନକୁ ଦୁଇଥର ଖାଇବାକୁ ଅସମର୍ଥ । ସେଥିପାଇଁ ଜାତୀୟ ଖାଦ୍ୟ ସୁରକ୍ଷା ଅଧିନିୟମ ଅନୁଯାୟୀ ଗରିବ ଅଭାବୀ ଲୋକଙ୍କୁ ମାଗଣା ରାସନ ପ୍ରଦାନ କରୁଛନ୍ତି କେନ୍ଦ୍ର ସରକାର ।
ନିକଟରେ ରାସନ କାର୍ଡଧାରୀଙ୍କ ପାଇଁ ଏକ ବଡ଼ ଖବର ଆସିଛି । କାରଣ, ବର୍ତ୍ତମାନ ରାସନ କାର୍ଡଧାରୀମାନେ ସେମାନଙ୍କ ରାସନ କାର୍ଡରେ ୧୦୦୦ ଟଙ୍କା ପାଇବେ । ଯାହା ନୂତନ ବର୍ଷରୁ ସମସ୍ତ ରାସନ କାର୍ଡଧାରୀମାନଙ୍କୁ ସରକାର ଏହି ସୁବିଧା ଦେବା ଆରମ୍ଭ କରିବେ।
ଅନ୍ୟପଟେ ଜାତୀୟ ଖାଦ୍ୟ ସୁରକ୍ଷା ଅଧିନିୟମ ଅନୁଯାୟୀ, ଦେଶରେ ପ୍ରାୟତଃ ୮୦ କୋଟି ରାସନ କାର୍ଡଧାରୀ ରହିଛନ୍ତି। ଯାହାକୁ ସରକାର ମାଗଣା ରାସନ ପ୍ରଦାନ କରୁଛନ୍ତି । ସରକାର ବର୍ତ୍ତମାନ ରାସନ କାର୍ଡ ବଣ୍ଟନ ବ୍ୟବସ୍ଥାରେ କିଛି ପରିବର୍ତ୍ତନ କରିଛନ୍ତି । ଏହି କାର୍ଡଧାରୀଙ୍କୁ ଆର୍ଥିକ ସୁବିଧା ଯୋଗାଇବା ପାଇଁ ପଦକ୍ଷେପ ନେଇଛନ୍ତି ସରକାର । ତେବେ ଜାନୁଆରୀ ୨୦୨୫ ରୁ ରାସନ ସହିତ ସରକାର କାର୍ଡଧାରୀଙ୍କୁ ୧୦୦୦ ଟଙ୍କା ପ୍ରଦାନ କରିବେ। ୫ କିଲୋ ମାଗଣା ରାସନ ସାମଗ୍ରୀ ସହିତ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ଏକ ହଜାର ଟଙ୍କା ଜମା ହେବ ।
ବାସ୍ତବରେ ସରକାର ଗରିବ ପରିବାରକୁ ଦୈନନ୍ଦିନ ଆବଶ୍ୟକତା ପୂରଣ କରିବାରେ ସହାୟତା ପ୍ରଦାନ କରିବାକୁ ଏହିଭଳି ନିଷ୍ପତ୍ତି ନେଇଛନ୍ତି । ତେବେ ସରକାର ଏଥିପାଇଁ କିଛି ମାନଦଣ୍ଡ ମଧ୍ୟ ସ୍ଥିର କରିଛନ୍ତି। ସମସ୍ତ କାର୍ଡଧାରୀ ଏହି ସୁବିଧା ପାଇବେ ନାହିଁ । ବାସ୍ତବରେ ସରକାର ଗରିବ ପରିବାରକୁ ସେମାନଙ୍କର ଦୈନନ୍ଦିନ ଆବଶ୍ୟକତା ପୂରଣ କରିବାରେ ଏହା ଆର୍ଥିକ ସହାୟତା ଯୋଗାଇବା । ଏହି ଆର୍ଥିକ ସହାୟତା ରାସନ କାର୍ଡଧାରୀଙ୍କୁ ସରକାର ସ୍ଥିର କରିଥିବା ମାନଦଣ୍ଡ ଅନୁଯାୟୀ ପ୍ରଦାନ କରାଯିବ l
Read more: