News

Ration Card: ରାସନ ନେବା ନିୟମରେ ହେଲା ବଡ଼ ପରିବର୍ତ୍ତନ, ଜାଣନ୍ତୁ ନଚେତ ପଡିବେ ଅସୁବିଧାରେ

ରାସନ କାର୍ଡର ହିତାଧିକାରୀଙ୍କ ପାଇଁ ଏକ ବଡ଼ ଖବର ଅଛି । ଖାଦ୍ୟ ଓ ସାର୍ବଜନୀନ ବଣ୍ଟନ ବିଭାଗ (Department of Food & Public Distribution) ରାସନ କାର୍ଡର ନିୟମରେ ପରିବର୍ତ୍ତନ କରୁଛି ।

25 February, 2022 12:08 PM IST By: Sudesna Nayak

ରାସନ କାର୍ଡ (Ration Card)ର ହିତାଧିକାରୀଙ୍କ ପାଇଁ ଏକ ବଡ଼ ଖବର (BIG NEWS)ଅଛି । ଖାଦ୍ୟ ଓ ସାର୍ବଜନୀନ ବଣ୍ଟନ ବିଭାଗ (Department of Food & Public Distribution) ରାସନ କାର୍ଡ (Ration Card) ର ନିୟମରେ ପରିବର୍ତ୍ତନ କରୁଛି ।

ସୂଚନା ଅନୁଯାୟୀ, ବାସ୍ତବରେ, ସରକାରୀ ରାସନ ଦୋକାନରୁ ରାସନ ଗ୍ରହଣ କରୁଥିବା ଯୋଗ୍ୟ ବ୍ୟକ୍ତିମାନଙ୍କ ପାଇଁ ବିଭାଗ ନିର୍ଦ୍ଧାରିତ ମାନଦଣ୍ଡରେ ପରିବର୍ତ୍ତନ କରୁଛି । ନୂତନ ମାନକର ଡ୍ରାଫ୍ଟ ବର୍ତ୍ତମାନ ପ୍ରସ୍ତୁତ ହୋଇସାରିଛି । ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାରମାନଙ୍କ ସହ ଅନେକ ରାଉଣ୍ଡର ବୈଠକ ମଧ୍ୟ ଅନୁଷ୍ଠିତ ହୋଇଯାଇଛି । ନୂଆ ବ୍ୟବସ୍ଥାରେ କଣ ଘଟିବ ଚାଲନ୍ତୁ ଜାଣିବା...

ଖାଦ୍ୟ ଓ ସାର୍ବଜନୀନ ବଣ୍ଟନ ବିଭାଗ (Department of Food & Public Distribution)ଅନୁଯାୟୀ ହିଁ, ବର୍ତ୍ତମାନ ଦେଶରେ ୮୦ କୋଟି ଲୋକ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (National Food Security Act:NFSA)ର ଲାଭ ଉଠାଉଛନ୍ତି । ସେମାନଙ୍କ ମଧ୍ୟରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ଆର୍ଥିକ ଦୃଷ୍ଟିରୁ ସମୃଦ୍ଧ ଅଟନ୍ତି । ଏହାକୁ ଧ୍ୟାନରେ ରଖି ସାର୍ବଜନୀନ ବଣ୍ଟନ ମନ୍ତ୍ରଣାଳୟ ମାନଦଣ୍ଡରେ ପରିବର୍ତ୍ତନ ଆଣିବାକୁ ଯାଉଛି । ବାସ୍ତବରେ, ବର୍ତ୍ତମାନ ନୂତନ ମାନକ ସଂପୂର୍ଣ୍ଣ ସ୍ୱଚ୍ଛ ହେବ ଯାହା ଦ୍ୱାରା କୌଣସି ବିଶୃଙ୍ଖଳା ହୋଇପାରିବ ନାହିଁ ।

ଏହି ପରିପ୍ରେକ୍ଷୀରେ ହିଁ ଖାଦ୍ୟ ଓ ସାର୍ବଜନୀନ ବଣ୍ଟନ ବିଭାଗ (Department of Food & Public Distribution)କହିଛନ୍ତି ଯେ, ଗତ ୬ ମାସ ଧରି ମାନକ ପରିବର୍ତ୍ତନକୁ ନେଇ ରାଜ୍ୟମାନଙ୍କ ସହ ବୈଠକ ଚାଲିଛି । ରାଜ୍ୟଗୁଡିକ ଦେଇଥିବା ପରାମର୍ଶକୁ ସାମିଲ କରି ଯୋଗ୍ୟ ଲୋକଙ୍କ ପାଇଁ ନୂତନ ମାନକ ପ୍ରସ୍ତୁତ ହେଉଛି । ଏହି ମାନକଗୁଡିକ ଶୀଘ୍ର ଚୂଡାନ୍ତ ହେବ । ନୂତନ ମାନକ କାର୍ଯ୍ୟକାରୀ ହେବା ପରେ କେବଳ ଯୋଗ୍ୟ ବ୍ୟକ୍ତି ଏହି ସୁବିଧା ପାଇବେ, ଅଯୋଗ୍ୟ ଲୋକମାନେ ଏହି ସୁବିଧା ପାଇପାରିବେ ନାହିଁ । ଅସହାୟ ଲୋକଙ୍କୁ ଧ୍ୟାନରେ ରଖି ଏହି ପରିବର୍ତ୍ତନ କରାଯାଉଛି ।

ପ୍ରକାଶ ଥାଉ ଯେ, ଖାଦ୍ୟ ଓ ସାର୍ବଜନୀନ ବଣ୍ଟନ ବିଭାଗ (Department of Food & Public Distribution) ଅନୁଯାୟୀ, ବର୍ତ୍ତମାନ ପର୍ଯ୍ୟନ୍ତ ୩୨ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଡିସେମ୍ବର ୨୦୨୦ ପର୍ଯ୍ୟନ୍ତ 'ୱନ୍ ନ୍ୟାସନ ୱନ୍ ରାସନ କାର୍ଡ' One Nation One Ration Card (ONORC) ଯୋଜନା କାର୍ଯ୍ୟକାରୀ ହୋଇଛି । ପ୍ରାୟ ୬୯ କୋଟି ହିତାଧିକାରୀ ଅର୍ଥାତ୍ NFSA ଅଧୀନରେ ଆସୁଥିବା ଜନସଂଖ୍ୟାର ୮୬ ପ୍ରତିଶତ ଏହି ଯୋଜନାର ଲାଭ ଉଠାଉଛନ୍ତି । ପ୍ରତି ମାସରେ ପ୍ରାୟ 1.5 କୋଟି ଲୋକ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଇ ମଧ୍ୟ ଲାଭ ଉଠାଉଛନ୍ତି ।

ଖୁସି ଖବର ; ଏଣିକି ରାସନ କାର୍ଡ ବିନା ମାଗଣାରେ ମିଳିବ ରାସନ, ଉଠାନ୍ତୁ ଲାଭ...

ରାସନ କାର୍ଡ ତାଲିକାରୁ କଟାଯିବ ଏହି ୪ ଲକ୍ଷ ଲୋକଙ୍କ ନାମ, ତୁରନ୍ତ ଚେକ୍ କରନ୍ତୁ ଲିଷ୍ଟରେ ଆପଣଙ୍କ ନାଁ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)